ମନମୁଣ୍ଡା୦୧/୬: ଡ଼ୁମାଳ ପରିଷଦ ଓଡିଶା ତରଫରୁ ଏକ ପ୍ରତିନିଧି ମଣ୍ଡଳ ଭୁବନେଶ୍ୱରରେ ଡ଼ୁମାଳ ସମାଜ ସଂସ୍କୃତି ଭବନ ନିର୍ମାଣ ଓ ଅନୁଦାନ ପାଇଁ କଣ୍ଟାମାଳ ବିଧାୟକ କହ୍ନେଇ ଚରଣ ଡ଼ାଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଡୁମାଲ ପରିଷଦ ଓଡିଶାର ପ୍ରସ୍ତାବକ୍ରମେ ରାଜ୍ୟ ଉପସଭାପତି ସୁଦାମ ଚରଣ ଖମାରୀ ଏବଂ ବୌଦ୍ଧ ଜିଲ୍ଲା ସଭାପତି ସିତାଂଶୁ ଶେଖର ମହାକୁଳଙ୍କ ନେତୃତ୍ୱରେ,ସମ୍ପାଦକ କାହ୍ନୁ ଚରଣ ମେଷ଼ୁଆ, କୋଷାଧକ୍ଷ ମନୋଜ ମହାକୁଡ଼, ରାଜ୍ୟ ପ୍ରତିନିଧି ବିଭୂ ପ୍ରସାଦ ଖେତି, ତବଡ଼ା କେନ୍ଦ୍ର ସଭାପତି ନରୋତ୍ତମ ପ୍ରଧାନ, ବାମଣ୍ଡା ସମ୍ପାଦକ କୈଳାଶ ଚନ୍ଦ୍ର ବିଶି, ଓ ବିକାଶ ମହାକୁଡ଼ ପ୍ରମୁଖ ଆଜି ବିଧାୟକ ଶ୍ରୀ ଡ଼ାଙ୍ଗଙ୍କ ଅମୂର୍ଡା ସ୍ଥିତ ବାସଭବନ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ଡୁମାଲ ସମାଜର ବିକାଶ ଓ ଉନ୍ନତି ପାଇଁ ଆଲୋଚନା ହୋଇଥିଲା। ଭୁବନେଶ୍ୱରରେ ଡୁମାଲ ପରିଷଦ ଓଡିଶା ପାଇଁ ଏକ ସଂସ୍କୃତି ଭବନ ନିର୍ମାଣ ପାଇଁ ଆବଶ୍ୟକ ଜାଗା ଓ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ସେନେଇ ବିହିତ ପଦକ୍ଷେପ ନେବାକୁ ବିଧାୟକ ଙ୍କୁ ଅନୁରୋଧ କରାଯାଇଥିଲା । ବିଧାୟକ ନିଜେ ଜଣେ ଡୁମାଲ ପରିଷଦ ସଭ୍ୟ ହୋଇଥିବାରୁ ସେନେଇ ସେ ନିଶ୍ଚିତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
