PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଡିସ୍ ଟିଭି ବାହାରକଲା ଏଭଳି ପ୍ୟାକ୍, ମିଳିବ ଅନଲିମିଟେଡ୍ ଫ୍ରି ଟୁ ଏୟାର ଚ୍ୟାନେଲ୍ସ

ନୂଆଦିଲ୍ଲୀ,୮।୩: ଟିଆର୍ଏଆଇ ଏବେ କେବଲ ଟିଭି ଏବଂ ଡିଟିଏଚ୍ ନିୟମରେ କିଛି ପରିବର୍ତ୍ତନ ଆଣିଛି। ଡିସ୍ ଟିଭି ନିଜର ୟୁଜର୍ସଙ୍କ ପାଇଁ ‘ମେରା ଅପନା ପ୍ୟାକ୍’ ପ୍ଲାନ୍ ଲଞ୍ଚ କରିଛି। ଯେଉଁଥିରେ ୟୁଜର୍ସକୁ ୧୦୦ଟି ବଛା ବଛା ପେଡ୍ ଚ୍ୟାନେଲ୍ସ ଏବଂ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ସର ଲାଭ ମିଳିପାରିବ।

ଏହି ନିୟମ ଲାଗୁ ହେବା ପରେ ସର୍ଭିସ ପ୍ରୋଭାଇଡର୍ସ ୟୁଜର୍ସଠାରୁ ନେଟଓ୍ବାର୍କ କାପାସିଟି ଟଙ୍କା ଅନୁସାରେ ଅଧିକରୁ ଅଧିକ ୧୩୦ ଟଙ୍କା ନେଇପାରିବେ। ଏଥିରେ ଅତି କମରେ ୧୦୦ ପେଡ୍ ଚ୍ୟାନେଲ୍ସ ଦେବାକୁ ପଡ଼ିବ। କିଛି ବି ଫ୍ରି ଟୁ ଏୟାର ଚ୍ୟାନେଳ୍ସ କୁ ଏଥିରେ ଗଣା ଯିବ ନାହିଁ।

ଏହି ନୂଆ ନିୟମ ଅନୁସାରେ, ୟୁଜର୍ସକୁ ୧୦୦ ଚ୍ୟାନେଲ୍ସ ଭିତରେ ସବ୍ସକ୍ରାଇବର୍ସ କୈାଣସି ବି ପେଡ୍ ଚ୍ୟାନେଲ୍ସର ପ୍ୟାକକୁ ବାଛିବେ ତ ତାଙ୍କୁ ଡିଡି (ଦୂରଦର୍ଶନ)ର ୨୫ଟି  ଫ୍ରି ଚ୍ୟାନେଲ୍ସ ନେବାକୁ ପଡ଼ିବ। ଏହା ବାଧ୍ୟତାମୂଳକ ଅଟେ।

ଡିସ୍ ଟିଭି ଏହି ନୂଆ ନିୟମକୁ ଆଧାର କରି ‘ମେରା ଅପନା ପ୍ୟାକ୍’ ପ୍ଲାନ୍ ଲଞ୍ଚ କରିଛି। ଯେଉଁଥିରେ ୟୁଜର୍ସକୁ ୧୦୦ ପେଡ୍ ଚ୍ୟାନେଲ୍ସ ପାଇଁ ୧୩୦ ଟଙ୍କା ନେଟଓ୍ବାର୍କ କାପାସିଟି ମୂଲ୍ୟ ପାଇଁ ଦେବାକୁ ପଡ଼ିବ। ଏଥିରେ ୧୮ପ୍ରତିଶତ ଜିଏସଟି ଲାଗିବ। ୟୁଜର୍ସକୁ ମୋଟ ୧୫୩ ଟଙ୍କା ପ୍ରତି ମାସର ମୂଲ୍ୟ ଦେବାକୁ ପଡ଼ିବ। ଏହି ପ୍ରାକରେ ୟୁଜର୍ସକୁ ୧୦୦ ବଛା ବଛା ପେଡ୍ ଚ୍ୟାନେଲ୍ସ ଏବଂ ୧୦୦ ଫ୍ରି ଟୁ ଏୟାର ଚ୍ୟାନେଲ୍ସ  ମିଳିବ।

ଟିଆରଏଆଇ  ନିୟମ ଅନୁସାରେ ଏହି ୧୦୦ ଚ୍ୟାନେଲ୍ସ ମଧ୍ୟରୁ ୨୫ଟି ଚ୍ୟାନେଲ୍ସ ଦୂରଦଶର୍ନରେ ମିଳିବ। ବାକି ୭୫ ସ୍ପଟରେ ୟୁଜର୍ସ ନିଜର ନିଜ ହିସାବରେ ଫ୍ରି ଏୟାର ଚ୍ୟାନେଲ୍ସକୁ ବାଛି ପାରିବେ।

ଡିଟିଏଚ୍ ସର୍ଭିସ ପ୍ରଦାତା କମ୍ପାନୀ ‘ଟାଟା ସ୍କାଏ’ ବହୁଗୁଣିତ ସଂଯୋଗ ନେବାକୁ ଥିବା ୟୁଜର୍ସଙ୍କ ପାଇଁ ନୂଆ ପ୍ରାଇସ୍ ଲିଷ୍ଟ ଲାଗୁ କରିଛନ୍ତି। ନୂଆ ପ୍ରାଇସ୍ ଲିଷ୍ଟ ଅନୁସାରେ ବହୁଗୁଣିତ ସଂଯୋଗ ନେବାକୁ ଥିବା ୟୁଜର୍ସକୁ ଚ୍ୟାନେଲ୍ସ ବାଛିବା ପାଇଁ କମ୍ ଟଙ୍କା ଦେବାକୁ ପଡ଼ିବ।