PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ପୁଣି ୨୫୦୦ କର୍ମଚାରୀଙ୍କୁ ଛଟେଇ କଲା Disney, ୪ ମାସରେ ବିଦା ହେଲେଣି ୭ ହଜାର

ନୂଆଦିଲ୍ଲୀ ୨୩/ ୦୫: ବିଶ୍ବର ଅନ୍ୟତମ ମନୋରଞ୍ଜନଧର୍ମୀ ସଂସ୍ଥା ଡିଜନୀ (Disney) ପୁଣି ଛଟେଇ ପ୍ରକ୍ରିୟା ଆରମ୍ଭ କରିଦେଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାୟ ଅଢେଇ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବା ଆରମ୍ଭ କରିଛି ଡିଜନୀ । ଖର୍ଚ୍ଚ କାଟ୍‌ କରିବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ପନ୍ଥା ଆପଣାଯାଉଥିବା କୁହାଯାଉଛି । ପୂର୍ବରୁ ୨ଟି ପର୍ଯ୍ୟାୟରେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ଡିଜନୀ ।

ଡିଜନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ବଗ୍‌ ଆଇଗର ଗତ ଫେବୃଆରୀ ମାସରେ ଘୋଷଣା କରିଥିଲେ କି କମ୍ପାନୀ ବିଶ୍ବବ୍ୟାପୀ ମୋଟ ୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ । ୩ଟି ପର୍ଯ୍ୟାୟରେ ଛଟେଇ କରାଯିବ । ଖର୍ଚ୍ଚ କାଟ୍‌ କରିବା ପାଇଁ ଏଭଳି କରାଯିବ । ଯାହା ଦ୍ବାରା କି କମ୍ପାନୀ ବାର୍ଷିକ ପ୍ରାୟ ୫.୫ ବିଲିୟନ ଡଲାର ସଞ୍ଚୟ କରିପାରିବ ।

ଗତ ବର୍ଷ ଅକ୍ଟେବାର ମାସ ସୁଦ୍ଧା ବିଶ୍ବରା ଡିଜନୀର ମୋଟ ପ୍ରାୟ ୨ ଲକ୍ଷ ୨୦ ହଜାର କର୍ମଚାରୀ ଥିଲେ । ସେଥିମଧ୍ୟରୁ ୭ ହଜାର ଅର୍ଥାତ୍‌ ୩% କର୍ମଚାରୀଙ୍କୁ ବିଦା କରିବାକୁ ଘୋଷଣା କରାଯିବା ପରେ ଏବେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଛଟେଇ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୪ ହଜାର କର୍ମଚାରୀଙ୍କୁ ବାହାର କରିଥିଲା କମ୍ପାନୀ । ଅର୍ଥାତ୍‌ ମାତ୍ର ୪ ମାସ ମଧ୍ୟରେ ହିଁ କମ୍ପାନୀ ୭୦୦୦ କର୍ମଚାରୀଙ୍କୁ ବିଦା କରିସାରିଲାଣି । ତେବେ କମ୍ପାନୀ କେଉଁ ବିଭାଗରୁ କେତେ କର୍ମଚାରୀଙ୍କୁ ବିଦା କରୁଛି ସେ ନେଇ କୌଣସି ସୂଚନା ଦେଇନାହିଁ ।