PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୪ ହଜାର ଛଟେଇ କରିବ ଡିଜ୍‌ନୀ, ବଜେଟ କାଟଛାଟ ପାଇଁ ଏପ୍ରିଲରେ ବିଦା ହେବେ କର୍ମଚାରୀ

ନୂଆଦିଲ୍ଲୀ,୨୦/୦୩: ମନୋରଞ୍ଜନ କ୍ଷେତ୍ରରେ ପ୍ରମୁଖ କମ୍ପାନି ଡିଜ୍‌ନୀ ଏହାର ୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ । ଆସନ୍ତା ମାସରେ ଏହି ଛଟେଇ ହେବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । କେଉଁ କର୍ମଚାରୀଙ୍କୁ କଢ଼ାଯିବ ଏବଂ ବଜେଟ କାଟ କରିବା ନେଇ କମ୍ପାନି ଏହାର ମ୍ୟାନେଜରଙ୍କୁ କହିଛି । ବ୍ୟାଚ୍‌ରେ ଏକାଥରକେ ଏହି ଛଟେଇ ହେବ ବୋଲି ଏ ଯାଏ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଏପ୍ରିଲରେ ଏହି ଛଟେଇ ହେବ ବୋଲି ରିପୋର୍ଟରେ କୁହାଯାଇଛି ।

୭ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ କମ୍ପାନିର ସିଇଓ ବବ୍‌ ଆଇଗର ଜାନୁଆରି ମାସରେ ଘୋଷଣା କରିଥିଲେ । କମ୍ପାନିକୁ ପୁନର୍ଗଠିତ କରିବା, କଣ୍ଟେଣ୍ଟ ହ୍ରାସ ଏବଂ ପେରୋଲରେ ହ୍ରାସ ଉପରେ ଏବେ ଏହା କାମ କରିବାକୁ ନିଷ୍ପତ୍ତି ନେଇଛି । ଆଗାମି ଦିନ ଗୁଡିକରେ ୩ ବିଲିୟନ ଡଲାର ସଞ୍ଚୟ କରିବା ଉପରେ କମ୍ପାନି ଫୋକସ କରିଛ।