ଭଦ୍ରକ, ୨୫/୧୦: ମଧ୍ୟ ରାତ୍ରିରେ ଲାଣ୍ଡଫଲ୍‌ କଲା ବାତ୍ୟା 'ଦାନା'। ଭିତରକନିକା ହବାଳିଖଟିରେ ଛୁଇଁଲା ସ୍ଥଳଭାଗ । ଲ୍ୟାଣ୍ଡଫଲ୍‌ ହେବା ପରେ ଲାଗିରହିଛି ବାତ୍ୟା ବିଭୀଷିକା । ବିଶେଷ କରି ଭଦ୍ରକ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭିଷଣ ବର୍ଷା ଏବଂ ତୀବ୍ର ବେଗରେ ପବନ ବହିବା କାରଣରୁ ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡି ରହିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । 

ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ ହେବା ପରେ ଜୋର୍‌ରେ ପବନ ବହିବା କାରଣରୁ ୧୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଅନେକ ଗାଡ଼ି ଅଟକି ରହିଛି । ତୀବ୍ର ଗତିରେ ପବନ ସହ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ଯନ୍ତ ଦେଖିବା ସମ୍ଭବପର ହେଉନାହିଁ । ଭିଷଣ ପବନ ବହିବା କାରଣରୁ ଏନେର ଗୁଡ଼ିଏ ଗଛ ମଧ୍ୟ ଭାଙ୍ଗି ରାସ୍ତାରେ ପଡ଼ି ରହିଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଦେଖିବାକୁ ମିଳିଛି ।