PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ନବୀନ ନିବାସ ସାମ୍ନାରେ ବାଡ଼ିଆପିଟା

source:http://www.newindianexpress.com

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଟେିକଟ ରାଜନୀତି ଏବେ ଉଗ୍ର ରୂପ ନେଇଛି । ନିଆଳି ବିଧାନସଭା ଆସନ ଟିକେଟକୁ ନେଇ ନବୀନ ନିବାସ ଆଗରେ ଆଜି ବାଡ଼ିଆପିଟା ହୋଇଛି । ଟିକେଟ ପାଇଁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଅଣାୟତ୍ତ ହେଲା ପରିସ୍ଥିତି । ବିଧାୟକଙ୍କ ସମର୍ଥକମାନେ ଅନ୍ୟତମ ଆଶାୟୀ ଓ ତାଙ୍କ ସମର୍ଥକଙ୍କୁ କରଥିେିଲ ଆକ୍ରମଣ । ଗଣମାଧ୍ୟମ ପ୍ରତିନିଧି ବି ନିସ୍ତାର ପାଇନଥିଲେ । ନବୀନ ନିବାସ ଆଗରେ ପ୍ରାୟ ଅଧ ଘଣ୍ଟା କାଳ ଚାଲିଥିଲା ଏମିତି ଖଣ୍ଡଯୁଦ୍ଧ ।

ବିଜେଡି ଟିକେଟକୁ ନେଇ ନିଆଳି ରାଜନୀତି ଉଷ୍ମ ଥିବାବେଳେ ଆଜି ଏହାର ତାତି ଅନୁଭୂତ ହୋଇଥଲିା ନବୀନ ନବିାସ ସାମ୍ନାରେ । ‘ତୃପ୍ତି ରଞ୍ଜନ ବେହେରାଙ୍କୁ ଟିକେଟ ଦିଅ… ନିଆଳିରେ ଆମେ ଚାହୁଁ ତୃପ୍ତିରଞ୍ଜନ’… ଏମିତି ନାରାବାଜି ଚାଲିଥିଲା ନବୀନ ନିବାସ ବାହାରେ । ନିଆଳି ଆସନର ଆଶାୟୀ ପ୍ରାର୍ଥୀ ତୃପ୍ତରିଞ୍ଜନ ଓ ତାଙ୍କର କିଛି ସମର୍ଥକ ହାତରେ ପ୍ଲା କାର୍ଡ ଧରି ନବୀନ ନିବାସ ବ୍ୟାରିକେଡ୍‌ ବାହାରେ ଛିଡ଼ା ହୋଇଥିଲେ । ଏତିକିବେଳେ ବିଶାଳ ରାଲି କରି ଏୟାରପୋର୍ଟ ଛକ ପଟୁ ଆସିଲେ ନିଆଳି ବିଧାୟକଙ୍କ ସମର୍ଥକ । ଶହଶହ ସଂଖ୍ୟାରେ ସମର୍ଥକମାନେ ‘ପ୍ରମୋଦ ମଲ୍ଲିକ ଜିନ୍ଦାବାଦ୍‌… ପ୍ରମୋଦ ଭାଇ ଆମର ନେତା… ପ୍ରମୋଦ ମଲକ୍ଲିଙ୍କୁ ଟିକେଟ ଦିଅ… ’ନାରା ଦେଇ ପହଞ୍ଚିଲେ । ନବୀନ ନିବାସ ସାମ୍ନା ବ୍ୟାରିକେଡ ପାଖରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ବିଧାୟକଙ୍କ ସପକ୍ଷରେ ଏତେ ସଂଖ୍ୟକ କର୍ମୀଙ୍କୁ ଦେଖି ତୃପ୍ତିରଞ୍ଜନଙ୍କ ସମର୍ଥକ ରାସ୍ତାର ଗୋଟିଏ ଅପର ପାଶ୍ୱର୍କୁ ପଳାଇ ଯାଇଥିଲେ । ମାତ୍ର ବିଧାୟକଙ୍କ ସମର୍ଥନରେ ଆସିଥିବା କର୍ମୀମାନେ ସେମାନଙ୍କ ପାଖକୁ ମାଡ଼ି ଯାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ, ଗାଳିଗୁଲଜ ଓ ଧସ୍ତାଧସ୍ତି । ସେମାନେ ତୃପ୍ତିରଞ୍ଜନଙ୍କୁ ତଣ୍ଟିଆ ମାରିବା ସହ ତାଙ୍କ ସମର୍ଥକଙ୍କୁ ମାଡ଼ ମାରିଥିଲେ । ସେମାନେ ବି ଆକ୍ରମଣକାରୀଙ୍କୁ ଜବାବ ଦେବାକୁ ଚେଷ୍ଟା କରିଥିଲେ ।

ମାତ୍ର ସଂଖ୍ୟା କମ୍‌ ଥିବାରୁ ପାରୁନଥିଲେ । ଏମିତି ଠେଲାପେଲା, ଧସ୍ତାଧସ୍ତି ଓ ବାଡ଼ିଆପିଟା ଚାଲିଥିବାବେଳେ ଗଣମାଧ୍ୟମ ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ । ମାତ୍ର ବିଧାୟକଙ୍କ ସମର୍ଥନରେ ନାରାବାଜି ଦେଉଥିବା କର୍ମୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଛାଡ଼ିନଥିଲେ । ଧକ୍କା, ଗୋଇଠା ମାରିବା ସହ ଗାଳିମନ୍ଦ କରିଥିଲେ । ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ଏକାଠି ହେବାରୁ ବିଧାୟକଙ୍କ ସମର୍ଥନରେ ଆସିଥିବା କିଛି ସ୍ଥାନୀୟ ନେତା କ୍ଷମା ପ୍ରାର୍ଥନା କରିଥିଲେ । ତେବେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ନବୀନ ନିବାସ ସାମ୍ନା ରାସ୍ତା ଯେମିତି ଖଣ୍ଡଯୁଦ୍ଧ କ୍ଷେତ୍ର ପାଲଟିଥିଲା । ଦୀର୍ଘ ସମୟ ଧରି ରାସ୍ତା ଜାମ୍‌ ରହିଥିଲା । ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସେଇ ରାସ୍ତା ଦେଇ ଗାଡ଼ିମୋଟର ଚଳାଚଳ ହୋଇପାରିନଥିଲା । ପୁଲିସ ଫୋର୍ସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହି ଘଟଣା ପରେ ନବୀନ ନିବାସ ଆଗରେ ପୁଣି ଭିଡ଼ ଜମିଥିଲା ବାଙ୍କୀକୁ ନେଇ । ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ବିରୋଧରେ ବି ଫେରାଦ୍‌ ହେବାକୁ ପହଞ୍ଚିଥିଲେ ଶତାଧିକ କର୍ମୀ । ‘ପ୍ରଭାତ ତ୍ରିପାଠୀଙ୍କୁ ହଟାଅ, ପରିବାର ରାଜନୀତି ଚଳିବନି… ’ନାରା ଦେଇଥିଲେ । ପ୍ରଭାତ ତ୍ରିପାଠୀ ଏଥର ନିର୍ବାଚନ ନ ଲଢ଼ି ପୁଅକୁ ଟିକେଟ ଦେବା ପାଇଁ ଲବି ଆରମ୍ଭ କରିଛନ୍ତି । ମାତ୍ର ପ୍ରଭାତଙ୍କ ଏହି ଉଦ୍ୟମକୁ ବିରୋଧ କରି ଶତାଧିକ କର୍ମୀ ନବୀନ ନିବାସ ଆଗରେ ନାରାବାଜି ଦେବା ବାଙ୍କୀ ରାଜନୀତିକୁ ସରଗରମ କରିଛି ।