ହରଭଙ୍ଗା,୨୮/୧୧ : ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟ ପୁରୁଣାକଟକରେ ଜିଲ୍ଲାସ୍ତରୀୟ ଯୁବ ରେଡ଼କ୍ରସ୍ ତାଲିମ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରିଣୀଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବ ରେଡ଼କ୍ରସ୍ ଚେୟାରମେନ ନିରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବେ ଡ଼ ପ୍ରବୀର୍ ଦାସ, ଉତ୍ତମ ବେହେରା, ଅଧ୍ୟାପିକା ପ୍ରଜ୍ଞା ପରୀମିତା ଯୋଗଦାନ କରିଥଲେ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯକ୍ରମରେ ବୌଦ୍ଧ ଜିଲ୍ଲାର ୨୭ଟି ମହାବିଦ୍ୟାଳୟରୁ ୧୩୦ଜଣ ସ୍ବେଚ୍ଛାସେବୀ ଯୋଗଦାନ କରିଛନ୍ତି । ଏହି ଶିବିରରେ ସ୍ବେଚ୍ଛାସେବୀମାନେ ରେଡକ୍ରସର ଇତିହାସ, ରକ୍ତ ଦାନ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସାଇବର ସୁରକ୍ଷା ଇତ୍ୟାଦି ବିଷୟରେ ଶିକ୍ଷା ଗ୍ରହଣ କରିବେ । ଏହି କ୍ୟାମ୍ପର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ମହାବିଦ୍ୟାଳୟର ଅଧ୍ୟାପକ ତଥା ଜିଲ୍ଲା ଯୁବ ରେଡ଼କ୍ରସ୍ ସଂଯୋଜକ ସୁରେଶ୍ୱର ଯୋଶୀ ଅବଗତ କରିଥିଲେ। ଶେଷରେ ଜିଲ୍ଲା ଯୁବ ରେଡ଼କ୍ରସ୍ ସମ୍ପାଦକ ତ୍ରିନାଥ ରଣା ଧନ୍ୟବାଦ୍ ପ୍ରଦାନ କରିଥିଲେ । ତାଲିମ ଦାତା ଭାବେ ଡ଼ ପ୍ରବୀର୍ ଦାସ, ବନୋଜ ପ୍ରଧାନ, ଭବନନ୍ଦ ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦାନ କରିଥଲେ ।