ନବରଙ୍ଗପୁର,୯/୬(ଆପ୍ର): ନବରଙ୍ଗପୁର ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୬ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କ ନାଁ ପୂର୍ଣହରିଜନ(୩୦)। ତାଙ୍କ ଘର କୋଡିଙ୍ଗା ଥାନା ଚଟାହାଣ୍ଡି ଗାଁ ରେ ବୋଲି ଜଣାପଡିଛି। ୩୪ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ୬ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସେଭଳି ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ ମଧ୍. କରିଛନ୍ତି। ଏହି ଅର୍ଥ ଅନାଦେୟ ହେଲେ ଆହୁରି ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମାଲକୁ ପରିଚାଳନା କରୁଥିବା ପବ୍ଲିକ୍ ପ୍ରସିକ୍ୟୁଟର ମନୋଜ ଏକ୍କାଙ୍କ ସୂଚନା ଅନୁଯାୟୀ, ୨୦୨୩ ସେପ୍ଟେମ୍ବର ୯ ତାରିଖରେ କୋଡିଙ୍ଗା ଥାନା ତେନ୍ତୁଳିଗୁଡା ଗାଁର ଗାଁର ୪ଜଣ ଯୁବକ ମହାଦେବ ଭତ୍ରା, ନାରାୟଣ ଭତ୍ରା, ସୋମନାଥ ଭତ୍ରା, ବୁଦୁରାମ ଭତ୍ରା ପ୍ରମୁଖ ଚଟାହାଣ୍ଡି ଗାଁରେ ଚାଲିଥିବା ଗଣେଶପୂଜା ଦେଖିବାକୁ ବାଇକ୍ରେ ଯାଇଥିଲେ । ଏହି ଚାରିଜଣ ଚଟାହାଣ୍ଡି ଗାଁର ପୂର୍ଣ୍ଣହରିଜନଙ୍କ ଘର ପାଖ ଦେଇ ଯାଉଥିଲେ । ଏହି ସମୟରେ ସେମାନଙ୍କ ବାଇକ୍ ଗୁଡିକର ଲାଇଟ୍ ଫକୋସ୍ ପୂର୍ଣ୍ଣଙ୍କ ଉପରେ ପଡିଯାଇଥିଲା । ବାସ୍ ଏତିକିରେ ପୂର୍ଣ୍ଣ ଉତ୍ୟକ୍ତ ହୋଇ ଏକ ଠେଙ୍ଗା ଆଣି ବାଇକ୍ ଗୁଡିକକୁ ଠେଙ୍ଗାରେ ପିଟିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପୂର୍ଣ୍ଣ ଆଉ କେତେ ଜଣଙ୍କୁ ସାଥୀରେ ଆଣି ଏମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା ।
ଏତିକିରେ ବି ପୂର୍ଣ୍ଣର ରାଗ ଥଣ୍ଡା ହୋଇ ନଥିଲା। ସେ ଏକ ଛୁରୀ ଆଣି ମହାଦେବ ଭତ୍ରାଙ୍କ ବେକରେ ଛୁରୀ ଭୁସି ଦେଇଥିଲା। ଏଭଳି ଛୁରୀ ମାଡରେ ଗୁରୁତର ଆହତ ମହାଦେବଙ୍କ ସମେତ ଆଉ ୩ଜଣଙ୍କୁ କୋରାପୁଟ ସହୀଦ ଲକ୍ଷଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମହାଦେବଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ସୁବ୍ରତ ମହାନ୍ତି ଅଭିଯୁକ୍ତ ପୂର୍ଣ୍ଣଙ୍କୁ ୬ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି।