PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବେଡ଼ସିଟ ଲଗାଇ ଝୁଲି ପଡ଼ିଲେ DJ ଆଜେକ୍ସ, ଆତ୍ମହତ୍ୟା ପଛରେ ତ୍ରୀକୋଣୀୟ ପ୍ରେମକୁ ନେଇ ସନ୍ଦେହ

ଭୁବନେଶ୍ୱର ୧୯/୩: ବହୁ ଚର୍ଚ୍ଚିତ ଓଡ଼ିଆ ଡ଼ିଜେ ଆଜେକ୍ସଙ୍କ ଆତ୍ମହତ୍ୟା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଯୁବ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବିକ, ଶନିବାର ରାତିରେ ଖାରବେଳ ନଗର ଘରେ ବେଡ଼ସିଟରେ ଝୁଲି ଆତ୍ମହତ୍ୟା କରିଛନ୍ତି ଅକ୍ଷୟ କୁମାର ଓରଫ ‘ଡିଜେ ଆଜେକ୍ସ’। ଗତକାଲି ସନ୍ଧ୍ୟାରେ ଶେଷଥର ପାଇଁ ଘରେ କଥା ହୋଇଥିଲେ। ଆଜେକ୍ସଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ମୃତ୍ୟୁ ପଛରେ ଜଣେ ଯୁବତୀଙ୍କୁ ସଂପୃକ୍ତି ଥିବା ସୂଚନା ମିଳିଛି। ତ୍ରୀକୋଣୀୟ ପ୍ରେମକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ବ୍ଲାକମେଲିଂଙ୍କ ଯୋଗୁ ଆଜେକ୍ସ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ପରିବାର ଲୋକ ଆଜେକ୍ସଙ୍କ ମୋବାଇଲ ଓ ଅନ୍ୟ ସାମଗ୍ରୀ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଯାହାକୁ ନେଇ ପୋଲିସ ଛାନଭିନ୍ନ ଆରମ୍ଭ କରିଛି। ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି।

ସେପଟେ ଆଜେକ୍ସଙ୍କ ଜଣେ ସଂପର୍କୀୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ତ୍ରୀକୋଣୀୟ ପ୍ରେମ ପାଇଁ ଯାଇଛି ଡିଜେ ଆଜେକ୍ସଙ୍କ ଜୀବନ । ଏକ ଘରୋଇ ମେଡ଼ିକାଲ କଲେଜର ଛାତ୍ରୀଙ୍କୁ ଡିଜେ ଆଜେକ୍ସ ପ୍ରେମ କରିଥିଲେ। କିନ୍ତୁ ସମ୍ପୃକ୍ତ ଯୁବତୀ ତାଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ। ସେ କିଛି ଦିନ ହେଲା ମାନସିକ ଚାପରେ ଥିଲେ । ତେଣୁ ସେ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।