ବେଙ୍ଗାଲୁରୁ : ରାଜନୀତିକ କରିଡରରେ ଅନେକ ସମୟରେ ଏହି ଆଲୋଚନା ହୋଇଥାଏ ଯେ, ରଣନୀତିକ ଓ ‘ଫ୍ଲୋର ମ୍ୟାନେଜମେଣ୍ଟ’ ର ଭୂମିକା ବିଜେପି ପାଇଁ ଅମିତ ଶାହ ତୁଲାଉ ଥିବା ବେଳେ , କଂଗ୍ରେସ ପାଇଁ ସେହି କାମ ଡି.କେ ଶିବକୁମାର କରିଥା'ନ୍ତି। ଶିବକୁମାର ଏବେ କେବଳ କର୍ଣ୍ଣାଟକ ପର୍ଯ୍ୟନ୍ତ ସୀମିତ ରହି ନାହାନ୍ତି , ସେ କଂଗ୍ରେସର ‘ପ୍ୟାନ୍-ଇଣ୍ଡିଆ ଟ୍ରବଲସୁଟର’ (ସଙ୍କଟମୋଚକ) ହୋଇ ସାରିଛନ୍ତି। ଦେଶର କୌଣସି ବି ସ୍ଥାନରେ ଯେତେବେଳେ ବି ‘ଅପରେସନ ଲୋଟସ’ ( ବିଧାୟକଙ୍କ ଘୋଡ଼ା ବେପାର କିମ୍ୱା ଅନ୍ତର୍ଘାତୀ)ର କାମ ଦେଖା ଦିଏ , କଂଗ୍ରସ ହାଇକମାଣ୍ଡଙ୍କର ସର୍ବ ପ୍ରଥମେ କଲ୍ ଡିକେ ଶିବକୁମାରଙ୍କୁ ହିଁ ଯାଏ। ସେ ଗୁଜରାଟ, ହିମାଚଳ ପ୍ରଦେଶ ସମେତ ଅନେକ ସ୍ଥାନରେ ଅପରେସନ ଲୋଟସକୁ ଅସଫଳ କରାଇଛନ୍ତି। ରିସର୍ଟ ପଲିଟିକ୍ସ ଓ ମାଇକ୍ରୋ-ମ୍ୟାନେଜମେଣ୍ଟର ଓସ୍ତାଦ ଶିବକୁମାର ଅନେକ ଥର କଂଗ୍ରେସର ବୁଡ଼ି ଯାଉଥିବା ଡଙ୍ଗାକୁ କୂଳରେ ଲଗାଇଛନ୍ତି।
ଏବେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି, ଯେଉଁଥିରେ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡି.କେ . ଶିବକୁମାରଙ୍କ ପାଇଁ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ରାସ୍ତା ସଂପୂର୍ଣ୍ଣ ସ୍ପଷ୍ଟ ହୋଇ ଯାଇଛି। ସିଦ୍ଦରମୈୟାଙ୍କ ସରକାରୀ ବାସଭବନରେ ହୋଇଥିବା ଏକ ପ୍ରମୁଖ ‘ବ୍ରେକଫାଷ୍ଟ ମିଟିଂ’ରେ ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିବା ସହ ସିଦ୍ଦରମୈୟା ଔପଚାରିକ ଭାବେ ଶିବକୁମାରଙ୍କୁ ଦାୟିତ୍ୱ ପ୍ରଦାନର କଥା କହି ଥିଲେ। ଡିକେ ଶିବକୁମାରଙ୍କର ଏହି ଯାତ୍ରା ରାତାରାତି ସ୍ଥିର ହୋଇ ନାହିଁ। ଆସନ୍ତୁ ଜାଣିବା କେମିତି ଜଣେ ଛାତ୍ର ନେତା ଭାବେ କ୍ୟାରିୟର ଆରମ୍ଭ କରିଥିବା ଡିକେ ଶିବକୁମାର , କଂଗ୍ରେସ ପାର୍ଟିର ସବୁଠୁ ବଡ଼ ‘ଟ୍ରବଲସୁଟର’ ଓ ସୋନିଆ ଗାନ୍ଧୀଙ୍କ ସବୁଠୁ ବିଶ୍ୱସ୍ତ ଲେଫ୍ଟନାଣ୍ଟ ହୋଇ ପାରିଛନ୍ତି।
୨୦୧୭ ଗୁଜରାଟ ରାଜ୍ୟସଭା ନିର୍ବାଚନ -
ଡିକେ ଶିବକୁମାର ଅନେକ ଅବସରରେ ରିସର୍ଟ ପଲିଟିକ୍ସ ମାଧ୍ୟମରେ କଂଗ୍ରେସକୁ ସଙ୍କଟରୁ ଉଦ୍ଧାର କରିଛନ୍ତି ଏବଂ କଂଗ୍ରେସ ବିଧାୟକଙ୍କୁ ଏପଟ ସେପେଟ ହେବାରୁ ବଞ୍ଚାଇଛନ୍ତି। ୨୦୧୭ର ସବୁଠୁ ପ୍ରସିଦ୍ଧ ଘଟଣା ସେତେବେଳେ ହୋଇ ଥିଲା , ଯେବେ କଂଗ୍ରେସର ପୂର୍ବତନ ପ୍ରସିଦ୍ଧ ନେତା ଅହମଦ ପଟେଲ ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ଲଢୁ ଥିଲେ। ପଟେଲ ପଞ୍ଚମଥର ରାଜ୍ୟସଭା ଯିବା ପାଇଁ ନିର୍ବାଚନ ମୈଦାନରେ ଥିଲେ। ମୋଟ ତିନୋଟି ଆସନ ପାଇଁ ନିର୍ବାଚନ ଜିତି ଥିଲେ, ଯେଉଁଥିରେ ପ୍ରଥମ ଦୁଇଟି ସିଟରେ ଅମିତ ଶାହ ଓ ସ୍ମୃତି ଇରାନୀଙ୍କ ବିଜୟ ସୁନିଶ୍ଚିତ ଥିଲା। ରାଜ୍ୟସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସର ତତ୍କାଳୀନ ପ୍ରସିଦ୍ଧ ନେତା ଶଙ୍କରସିଂହ ବାଘେଲା ଦଳ ଛାଡ଼ି ଦେଇ ଥିଲେ ଏବଂ ଛଅ ଜଣ ବିଧାୟକ ଇସ୍ତଫା ଦେଇ ଥିଲେ ଏବଂ ବିଜେପିରେ ସାମିଲ ହୋଇ ଥିଲେ। ଏହାପରେ ଅନ୍ୟ ରହି ଥିବା ୪୪ଜଣ ବିଧାୟକଙ୍କୁ ବଞ୍ଚାଇବାର ପ୍ରସ୍ତୁତି ଆରମ୍ଭ ହେଲା। ସେତେବେଳେ ଡିକେ ଶିବକୁମାର କାମରେ ଆସିଲେ ଏବଂ ବେଙ୍ଗାଲୁରୁର ଇଗଲଟନ ଇସର୍ଟରେ ବିଧାୟକଙ୍କୁ ଶିଫ୍ଟ କରାଗଲା। ଏହାର ଦାୟିତ୍ୱ ଶିବକୁମାରଙ୍କୁ ମିଳିଲା। ସେଠାରେ ସେ ନିଜେ ଡେରା ପକାଇଲେ ଏବଂ ବିଧାୟକଙ୍କ ମୋବାଇଲ ଫୋନକୁ ଏକାଠି ଜମା କରାଇ ନେଲେ , ଯେମିତି କି ବାହାରେ କାହା ସହ ସଂପର୍କ ହୋଇ ପାରିବ ନାହିଁ। ଏହି ମଧ୍ୟରେ ତାଙ୍କର ଅନେକ ଠିକଣାରେ ଆଇଟି ଚଢାଇ ମଧ୍ୟ ହେଲା , କିନ୍ତୁ ସେ ପଛକୁ ହଟିଲେ ନାହିଁ ଏବଂ ରିସର୍ଡରେ ହିଁ ସ୍ଥିର ରହିଲେ। ଏହାପରେ ଭୋଟିଂ ଦିନ ଗୁଡ଼ିକରେ କଂଗ୍ରେସର ସମସ୍ତ ବିଧାୟକ କଡ଼ା ସୁରକ୍ଷାରେ ଗୁଜରାଟ ଫେସି ଆସିଲେ। ଅନେକ ଘଟଣାର ହାଇ ଡ୍ରାମା ପରେ ଶେଷରେ ଅହମଦ ପଟେଲଙ୍କ ବିଜୟ ହୋଇଥିଲା। ଏହାର ବଡ଼ କ୍ରେଡିଟ୍ ଶିବକୁମାରଙ୍କର ରଣନୀତିକୁ ମଧ୍ୟ ଯାଇ ଥିଲା।
୨୦୧୯ରେ କଂଗ୍ରେସ-ଜେଡିଏମ୍ ସରକାର ପତନରୁ ରକ୍ଷା କରିଥିଲେ –
ଶିବକୁମାର ପୁଣିଥରେ ଜାନୁଆରୀ ୨୦୧୯ ମସିହାରେ ନିଜର ରଣନୀତି ଦେଖାଇବା ପୂର୍ବକ ଜେଡିଏସ-କଂଗ୍ରେସର ସରକାର ଖସିବାରୁ ବଞ୍ଚାଇ ଥିଲେ। ସେ ଅଭିଯୋଗ ଲଗାଇ ଥିଲେ ଯେ, ବିଜେପି କଂଗ୍ରେସର ବିଧାୟକଙ୍କୁ ମୁମ୍ୱାଇ ନେଇ କର୍ଣ୍ଣାଟକର ସରକାର ଭାଙ୍ଗିବାକୁ ଚାହୁଁଛି। ଏହାପରେ ସେ ନିଜେ ମୁମ୍ୱାଇ ଗଲେ ଏବଂ ବିଧାୟକଙ୍କୁ ଫେରେଇ ଆଣିବାକୁ ଚେଷ୍ଟା କରିଥିଲେ। ହୋଟେଲ ବାହାରେ ଖୁବ୍ ଦୀର୍ଘ ଯୁକ୍ତିତର୍କ ହୋଇ ଥିଲା। ହେଲେ , ସେ କିଛି ମାସ ପାଇଁ ହିଁ ସରକାରକୁ ବଞ୍ଚାଇ ପାରି ଥିଲେ ଏବଂ ପୁଣି ଜୁଲାଇରେ ତତ୍କାଳୀନ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା।
ଏହସହ ମଧ୍ୟ ପଢନ୍ତୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା , ଡିକେ ଶିବକୁମାର ହେବେ ନୂଆ ବସ୍
ମହାରାଷ୍ଟ୍ରରୁ ଝାଡ଼ଖଣ୍ଡ ଯାଏ ଦଳର ସାହାଯ୍ୟ କରିଛନ୍ତି –
ଏହା ବ୍ୟତୀତ , ମହାରାଷ୍ଟ୍ର , ହରିଆଣା ଭଳି ରାଜ୍ୟରେ ମଧ୍ୟ ସେ ବିଧାୟକଙ୍କୁ ଏକାଠି କରିବା ଏବଂ ଅପରେସନ ଲୋଟସକୁ ଫେଲ୍ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଯେବେ ୨୦୧୯ର ମହାରାଷ୍ଟ୍ର ନିର୍ବାଚନରେ କଂଗ୍ରେସ ନିଜର ବିଧାୟକଙ୍କୁ ଭାଙ୍ଗିବାରୁ ରକ୍ଷା କରିବା ପାଇଁ ରାଜସ୍ଥାନ ଶିଫ୍ଟ କରିଥିଲେ , ସେତେବେଳେ ଡିକେ ଶିବକୁମାର ପ୍ରମୁଖ ଭୂମିକା ତୁଲାଇ ଥିଲେ। ସେ ରିସର୍ଟ ପଲିଟିକ୍ସ କରି ଅନେକ ଦିନ ଯାଏ ବିଧାୟକଙ୍କୁ ମହାରାଷ୍ଟ୍ରରୁ ଦୂରେଇ ରଖିଲେ। ପରେ କଂଗ୍ରେସ , ଏନସିପି ଓ ଶିବସେନାର ଗଠବନ୍ଧନ ଗଠନ ହେଲା ଏବଂ ଉଦ୍ଧବ ଠାକରେଙ୍କୁ ସିଏମ୍ କରାଗଲା।
ହିମାଚଳ ସଙ୍କଟରେ ପୁଣି ସଙ୍କଟମୋଚକ ହେଲେ ଶିବକୁମାର –
ଫେବ୍ରୁଆରୀ , ୨୦୨୪ର କଥା, ଯେବେ ଡିକେ ଶିବକୁମାର ପୁଣି ଥରେ କଂଗ୍ରେସରେ ସଂକଟମୋଚକର ଭୂମିକା ତୁଲାଇଲେ ଏବଂ କଂଗ୍ରେସର ସୁଖୱିନ୍ଦର ସିଂହ ସୁକଖୁ ସରକାରକୁ ସାହାଯ୍ୟ କରି ଥିଲେ। ପ୍ରକୃତରେ ଏହାର ଆରମ୍ଭ ରାଜ୍ୟସଭା ନିର୍ବାଚନରୁ ହୋଇଥିଲା। କଂଗ୍ରେସ ସରକାର ପାଖରେ ୪୦ଜଣ ବିଧାୟକ ଥିଲେ , କିନ୍ତୁ ଛଅ ଜଣ ବିଧାୟକ ବିଜେପିକୁ ଭୋଟ୍ ଦେଇ ଦେଲେ। ଏହି କାରଣରୁ ଅଭିଷେକ ମନୁ ସିଙ୍ଘଭି ନିର୍ବାଚନ ହାରି ଗଲେ ଏବଂ ସୁକଖୁ ସରକାର ଖସିବାର ସ୍ଥିତି ଆସି ଗଲା। ଏହା ଉପରେ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ଡିକେ ଶିବକୁମାରଙ୍କ ଉପରେ ଭରସା କଲେ ଏବଂ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ସହ ହିମାଚଳ ପ୍ରଦେଶ ପଠାଗଲ।। ସେ ପ୍ରତିଭା ସିଂହ ଓ ବିକ୍ରମାଦିତ୍ୟ ସିଂହଙ୍କ ସମେତ ଅନେକ ନେତାଙ୍କ ସହ ଆଲୋଚନା କଲେ ଏବଂ ଅସନ୍ତୋଷକୁ ଦୂର କରିବା ପାଇଁ କୋଅର୍ଡିନେସନ କମିଟି ଗଠନ କଲେ। ବିଜେପି ନିରନ୍ତର ଫ୍ଲୋଟ ଟେଷ୍ଟ କରାଇବାକୁ ନେଇ ଦାବି କରୁ ଥିଲା। ଏହି ମଧ୍ୟରେ , ବଜେଟ୍ ପାସ କରାଇବା ପାଇଁ ବିଧାନସଭା ବାଚସ୍ପତି ଛଅ ଜଣ ବିଧାୟକଙ୍କ ସହ ବିଜେପିର ୧୫ ଜଣ ବିଧାୟକଙ୍କୁ ନିଲମ୍ୱିତ କରି ଦେଲେ ,ଯେଉଁଥିରେଗୃହରେ ମୋଟ ସଂଖ୍ୟା ହ୍ରାସ ପାଇଲା ଏବଂ ବଜେଟ୍ ପାସ୍ ହୋଇଗଲା। ଡିକେ ଶିବକୁମାରଙ୍କ ତୁରନ୍ତ ଆକ୍ସନ ନେବା କାରଣରୁ କଂଗ୍ରେସର ସୁକଖୁ ସରକାର ରକ୍ଷା ପାଇଗଲା ଏବଂ ବିକ୍ରମାଦିତ୍ୟ ସିଂହଙ୍କ ଭଳି ନେତାଙ୍କ ଅସନ୍ତୋଷ ମଧ୍ୟ ଦୂର ହୋଇଥିଲା।
ଦେଖନ୍ତୁ ଏହି ଭିଡିଓ - ଜଗତସିଂହପୁର ଡିଆରଡିଏ ମହିଳା ୱାସ ରୁମରେ କିଏ ଲଗେଇଲା ସିକ୍ରେଟ୍ କ୍ୟାମେରା ?