ବେଙ୍ଗାଲୁରୁ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଦ୍ଦରମୈୟା। ଲୋକଭବନ ଯାଇ ରାଜ୍ୟପାଳଙ୍କ ବିଶେଷ ସଚିବ ପ୍ରଭୁ ଶଙ୍କରଙ୍କୁ ଦେଲେ ଇସ୍ତଫା ପତ୍ର। କିନ୍ତୁ ରାଜ୍ୟପାଳ ଫେରିବା ପରେ ଏହାକୁ ସ୍ୱୀକାର କରିବେ। କୁହାଯାଉଛି ଯେ, ରାଜ୍ୟପାଳ ଥାୱରଚନ୍ଦ ଗହଲୋଟ, ମଧ୍ୟ ପ୍ରଦେଶର ନାଗଦା ସ୍ଥିତ ତାଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି। ଏହା ପୂର୍ବରୁ ସିଦ୍ଦରମୈୟା ତାଙ୍କ ବାସ ଭବନରେ ଚା ପାନ ବୈଠକରେ ମନ୍ତ୍ରିମଣ୍ଡଳର ସହଯୋଗୀଙ୍କୁ ପଦ ଛାଡ଼ିବା ନେଇ ନିଜର ନିଷ୍ପତ୍ତି ବିଷୟରେ ଅବଗତ କରାଇ ଥିଲେ। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ଡିକେ ଶିବକୁମାର ତାଙ୍କର ଉତ୍ତରାଧିକାରୀ ହେବେ।

ଇସ୍ତଫା ଦେବା ପରେ ସିଦ୍ଦରମୈୟା ପ୍ରେସ୍ କନଫରେନ୍ସକୁ ସମ୍ୱୋଧିତ କରିଥିଲେ। ସେ କହିଥିଲେ ମୁଁ ନିଜର ଇସ୍ତଫା ରାଜ୍ୟପାଳଙ୍କ ସଚିବଙ୍କୁ ପ୍ରଦାନ କରିଛି। ସେ କହିଛନ୍ତି ମୁଁ ହାଇକମାଣ୍ଡଙ୍କ ନିର୍ଦ୍ଦେଶର ପାଳନ କରିଛି। ମୋତେ ଇସ୍ତଫା ଦେବାକୁ କୁହାଯାଇ ଥିଲା। ସିଦ୍ଦରମୈୟା କହିଛନ୍ତି , ମୁଁ ହାଇକମାଣ୍ଡଙ୍କୁ କହିଥିଲି ଯେ,ଗୁରୁବାର ଇସ୍ତଫା ଦେବି । ଆଜି ମୁଁ ନିଜର ଇସ୍ତଫା ଦେଇ ସାରିଛି। ରାଜ୍ୟପାଳ ଫେରିବା ପରେ ଇସ୍ତଫା ପତ୍ର ସ୍ୱୀକାର କରିବେ। ସମ୍ୱିଧାନର ପ୍ରାବଧାନ ଅନୁସାରେ , ତାଙ୍କୁ ଇସ୍ତଫା ପତ୍ର ସ୍ୱୀକାର କରିବାକୁ ହେବ।

ସିଦ୍ଦରମୈୟା ଏହି ଅବସରରେ ସୋନିଆ ଗାନ୍ଧୀ , ରାହୁଲ ଗାନ୍ଧୀ ଓ ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହି ସମୟରେ ସେ କହିଛନ୍ତି ସମ୍ୱିଧାନ ହିଁ ମୋ ପାଇଁ ଧର୍ମ। ସିଦ୍ଦରମୈୟା କହିଛନ୍ତି , କଂଗ୍ରସରେ ଯୋଗ ଦେବା ପରେ ମୋତେ ସବୁ ସ୍ତରରୁ ବହୁତ ସହଯୋଗ ଓ ଭଲ ପାଇବା ମିଳିଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।

ସିଦ୍ଦରମୈୟାଙ୍କ ପକ୍ଷରୁ ନିଜର ଅଫିସିଆଲି ନିବାସରେ କ୍ୟାବିନେଟ୍ ସହଯୋଗୀଙ୍କ ପାଇଁ ଆୟୋଜିତ ଚା ପାନ ବୈଠକ ପରେ ପାଟିଲ ଏହି କଥା କହିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମଓ) ସୂତ୍ରାନୁସାରେ , ପାର୍ଟି ହାଇକମାଣ୍ଡଙ୍କ ଦ୍ୱାରା ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନର ସଙ୍କେତ ଦିଆଯିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ଥାୱରଚନ୍ଦ ଗେହଲଟଙ୍କୁ ଭେଟିବାକୁ ସମୟ ମାଗି ଥିଲେ। ହେଲେ ଲୋକ ଭବନ ସୂତ୍ରକୁ ପ୍ରକାଶ ଯେ, ସିଦ୍ଦରମୈୟା ଏବେସୁଦ୍ଧା ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ମାଗି ନାହାନ୍ତି।

ସୂତ୍ରାନୁସାରେ ରାଜ୍ୟପାଳ ବ୍ୟକ୍ତିଗତ କାରଣରୁ ନିଜର ଜନ୍ମସ୍ଥାନ ଇନ୍ଦୋର ଯାଇଛନ୍ତି। ଏଥିରେ ପ୍ରଶ୍ନ ଉଠୁଛି ଯେ, ମୁଖ୍ୟମନ୍ତ୍ରୀ କଣ ଲୋକଭବନର ସଚିବଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିପାରିବେ ? ଏହାକୁ ନେଇ ଲୋକଭବନର ଅଧିକାରୀ ପିଟିଆଇ –ଭାଷାକୁ କହିଛନ୍ତି , ଯଦି ସିଦ୍ଦରମୈୟା ଚାହିଁବେ ତ ଏମିତି କରି ପାରିବେ। ଯେବେ ତାଙ୍କୁ ପଚରାଯାଇ ଥିଲା ଯେ, ଏହା କଣ ରାଜ୍ୟପାଳକୁ ସିଧାସଳଖ ଇସ୍ତଫା ପତ୍ର ଦେବା ପରି ବୈଧ ମନେକରାଯିବ, ସେ କହିଥିଲେ , ହଁ। ଏହାପରେ ରାଜ୍ୟପାଳଙ୍କ ପହଞ୍ଚିବା ପରେ ସେ ଇସ୍ତଫା ସ୍ପଷ୍ଟ କରିବେ। ପ୍ରକ୍ରିୟା ଅନୁସାରେ , ରାଜ୍ୟପାଳ ପୁଣି ତାଙ୍କୁ (ସିଦ୍ଦରମୈୟାଙ୍କୁ) ବ୍ୟକ୍ତିଗତ ଭାବେ ଆସି ଇସ୍ତଫା ପତ୍ର ଦେବା ପାଇଁ ମଧ୍ୟ କହି ପାରନ୍ତି।

ଆହୁରି ମଧ୍ୟ ପଢନ୍ତୁ : Karnataka CM News: କର୍ଣ୍ଣାଟକରେ ଆଜି ନାହାନ୍ତି ରାଜ୍ୟପାଳ, କିପରି ଇସ୍ତଫା ଦେବେ ସିଏମ୍ ସିଦ୍ଦରମୈୟା ? ଜାଣନ୍ତୁ ନିୟମ