ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ଓ ମଦ ଜବତ, ୭ ଗିରଫ…

ଢେଙ୍କାନାଳ,୪/୨: ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ଶନିବାର ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ୨.୬ କେଜି ଗଞ୍ଜେଇ ଓ ୨୨୦ ଲିଟର ଦେଶୀମଦ ଜବତ କରାଯାଇଛି । ଏହି ଚୋରା କାରବାରରେ ସଂପୃକ୍ତି ରହିଥିବା ୩ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଅବକାରୀ ପୁଲିସ୍ ଗିରଫ କରିଛି । ସୂଚନା ଅନୁସାରେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ପିତବାସ ସାହୁ ଏକ ବସ୍ତାରେ ଗଞ୍ଜେଇ ନେଇ ବିକ୍ରି ଉଦେ୍ଦଶ୍ୟରେ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଥିଲେ । ବସ୍ତାରେ ୨ କେଜି ୬ ଶହ ଗ୍ରାମ୍ ଓଜନର ଗଞ୍ଜେଇ ଜବତ କରାଯାଇଥିଲା । ସେହିପରି ଟାଉନ୍ ଥାନା ଅନ୍ତର୍ଗତ ଜୁବୁଲିଟାଉନ୍ ଅଞ୍ଚଳର ମାମିନା ଜେନାଙ୍କ ଠାରୁ ୩୦ ଲିଟର, ଖମାରସାହିର ତନିଆ ପରିଡାଙ୍କଠାରୁ ୬୫ ଲିଟର, କଣ୍ଟାପାଳ ଗ୍ରାମର ସୁମତି ପାତ୍ରଙ୍କଠାରୁ ୩୦ ଲିଟର ଓ ସୁକୁମାରି ସାହୁଠାରୁ ୧୫ ଲିଟର, ଓଡିଶୀ ଗ୍ରାମର ଲକ୍ଷ୍ମୀଧର ମୁଣ୍ଡାଠାରୁ ୩୦ ଲିଟର ଏବଂ ସଦର ଥାନା ଇଲାକା ପାମାଳ ଗ୍ରାମର ନିର୍ମଳ ରାଉତଙ୍କଠାରୁ ଏକ ସ୍କୁଟି ସହ ୫୦ ଲିଟର ଦେଶୀମଦ ଜବତ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ପୁଲିସ୍ ସୂଚନା ଦେଇଛି ।