PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ନାଇଟ୍‌ ଡ୍ୟୁଟି ଯୋଗୁ କ୍ଷତିଗ୍ରସ୍ତ ହୁଏ ଡିଏନ୍‌ଏ

ବେଜିଂ,୨୭ ।୧(ଏଜେନ୍ସି): ରାତ୍ରିରେ ଡ୍ୟୁଟି କରିବା ଜଣେ ବ୍ୟକ୍ତିର ଡିଏନ୍‌ଏ ଉପରେ ପ୍ରଭାବ ପକାଏ ବୋଲି ପୂର୍ବରୁ କୁହାଯାଉଥିଲେ ମଧ୍ୟ ଏବେ ଚୀନ୍‌ର କିଛି ଗବେଷକ ଏସମ୍ପର୍କରେ କିଛି ନୂଆ ତଥ୍ୟ ଦେଇଛନ୍ତି । ସେମାନେ କହିଛନ୍ତି କି ନାଇଟ ଡ୍ୟୁଟି କରିବା ଯେକୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଏହାଯୋଗୁ ତା’ର ଡିଏନ୍‌ଏ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୁଏ । ତା’ଛଡା ଏହାଯୋଗୁ ସିଏ କ୍ୟାନ୍‌ସର, ହୃଦ୍‌ ଜନିତ, ସ୍ନାୟବିକ ଏବଂ ନିଃଶ୍ୱାସପ୍ରଶ୍ୱାସ ଜନିତ ରୋଗରେ ସିଏ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ିଯାଏ ।
ଗବେଷକ ଦଳରେ ସାମିଲ ଥିବା ହଂକଂ ବିଶ୍ୱବିଦ୍ୟାଳୟର ପ୍ରଫେସର ସିଉ ୱାଇ ଚୋଇ କହିଛନ୍ତି ଯେ ସେମାନେ ଏଥିପାଇଁ ବିଭିନ୍ନ ସିଫ୍ଟରେ ଡ୍ୟୁଟି କରୁଥିବା ୪୯ ଜଣ ଡାକ୍ତରଙ୍କ ଉପରେ ଅଧ୍ୟୟନ କରିଥିଲେ । ଏହି ସମସ୍ତ ଡାକ୍ତର ସୁସ୍ଥ ଥିଲେ । ଏମାନଙ୍କ ଉପରେ ପରୀକ୍ଷାନିରୀକ୍ଷା ପରେ ସେମାନେ ଜାଣିବାକୁ ପାଇଥିଲେ କି ରାତ୍ରିରେ ଡ୍ୟୁଟି କରିବା ଜୀବନ ପ୍ରତି ମାରାତ୍ମକ ଅଟେ । ଏମିତିକି ଗୋଟିଏ ରାତି ବି ଅନିଦ୍ରା ରହିବା ଭବିଷ୍ୟତରେ ମାରାତ୍ମକ ରୋଗର କାରଣ ହୋଇପାରେ ।
ଅନ୍ୟ ସିଫ୍ଟ ଅପେକ୍ଷା ନାଇଟ ସିଫ୍ଟରେ ଡ୍ୟୁଟି କରୁଥିବା ଡାକ୍ତରଙ୍କ ଦେହରେ ଡିଏନ୍‌ଏ ବ୍ରେକ୍‌ (ଡିଏନ୍‌ଏ କ୍ଷତିଗ୍ରସ୍ତ ହୋଇ ସେଥିରେ ଫାଟ ସୃଷ୍ଟି ହେବା)ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଥିଲା । ତା’ଛଡା କ୍ଷତିଗ୍ରସ୍ତ ଡିଏନ୍‌ଏର ମରାମତି ପାଇଁ ଦେହରେ ସ୍ୱତଃସ୍ଫୃର୍ତ୍ତ ଭାବେ ସୃଷ୍ଟି ହେଉଥିବା ଜିନ୍‌ର ପରିମାଣ ମଧ୍ୟ ସେମାନଙ୍କ ଠାରେ ହ୍ରାସ ପାଇଥିଲା । ଗୋଟିଏ ରାତି ଅନିଦ୍ରା ରହିଲେ ବି ଦେହରେ କ୍ଷତିଗ୍ରସ୍ତ ଡିଏନ୍‌ଏର ସଂଖ୍ୟା ବଢ଼ିଯାଇଥାଏ । ଏହାଯୋଗୁ ସେଇ ବ୍ୟକ୍ତିକୁ ଭବିଷ୍ୟତରେ କେତେକ ମାରାତ୍ମକ ରୋଗ ହୋଇଥାଏ ।
ଏହି ଗବେଷଣା ଯୋଗୁ ରାତିରେ ଅନିଦ୍ରା ହେବା ସହିତ ମାରାତ୍ମକ ରୋଗ ହେବାର ଲିଙ୍କ୍‌ ଥିବାର ପ୍ରମାଣିତ ହୋଇଛି । ତେବେ ଏ ସମ୍ପର୍କରେ ଅଧିକ ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ଉକ୍ତ ଗବେଷକ ଦଳ କହିଛନ୍ତି ।

ସମ୍ବନ୍ଧିତ ଖବର