ଜୀବନରେ କରନ୍ତୁନି ଏପରି ଭୁଲ, ନଚେତ୍ କମିଯିବ ଆୟୁଷ

ନୂଆଦିଲ୍ଲୀ ୦୩/୧୨: ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ବାହନ ଗରୁଡ ମଧ୍ୟରେ ବାର୍ତ୍ତାଳାପ ବର୍ଣ୍ଣନା କରାଯାଇଛି। ଏଥିରେ ଜୀବନ ଏବଂ ମୃତ୍ୟୁ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ସନାତନ ଧର୍ମର ୧୮ ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣର ନିଜସ୍ୱ ଗୁରୁତ୍ୱ ରହିଛି। ମୃତ୍ୟୁ ଏବଂ ଏହା ପରେ କ’ଣ ଘଟେ, ଗରୁଡ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ତେବେ ଗରୁଡ ପୁରାଣକୁ କାହାର ମୃତ୍ୟୁ ପରେ ପଢାଯାଏ। କିନ୍ତୁ ଏଥିରେ ମାନବ ଜୀବନର ଅନେକ ଦିଗ ବିଷୟରେ ମଧ୍ୟ କୁହାଯାଇଛି। ଗରୁଡ ପୁରାଣରେ, ମନୁଷ୍ୟ ଦ୍ୱାରା କରାଯାଇଥିବା ସେହି ଭୁଲଗୁଡ଼ିକ ବିଷୟରେ କୁହାଯାଇଛି, ଯାହା କରିବା ଦ୍ୱାରା ଆୟୁଷ କମିଯାଏ।

ଶାସ୍ତ୍ରଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି କଥା ଉପରେ ସର୍ବଦା ଜୋର ଦିଅନ୍ତି ଯେ ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠିବା ଉଚିତ୍। ଏହା ଦ୍ୱାରା ଦିନସାରା ସତେଜ ଅନୁଭବ ହୁଏ। ଅବଶ୍ୟ, ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଅନେକ ଥର ଲୋକମାନେ ବିଳମ୍ବିତ ରାତିରେ ଶୋଇଥା’ନ୍ତି ଏବଂ ସକାଳେ ବିଳମ୍ବରେ ଉଠନ୍ତି। ଏହି ଅଭ୍ୟାସ ଭୁଲ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ୱାରା ଅନେକ ରୋଗ ହୋଇପାରେ। ଗରୁଡ ପୁରାଣରେ ବ୍ରହ୍ମ ମୁହୁର୍ତ୍ତରେ ଉଠିବାକୁ କୁହାଯାଇଛି।

ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ଖାଦ୍ୟରେ ଦହି ଖାଇବାକୁ ଡାକ୍ତରମାନେ ମଧ୍ୟ ପ୍ରାୟତଃ କୁହନ୍ତି। ଏହା ଅନେକ ରୋଗରୁ ମୁକ୍ତି ଦେଇଥାଏ। କିନ୍ତୁ ରାତିରେ ଦହି ଖାଇବା ଉଚିତ୍ ନୁହେଁ। ଏହି କାରଣରୁ, ପେଟ ସମ୍ବନ୍ଧୀୟ ସମସ୍ୟା ଆରମ୍ଭ ହୁଏ।
ପଡ଼ୋଶୀ, ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ମୃତ୍ୟୁ ହେଲେ ଲୋକ ଶ୍ମଶାନରେ ଅନ୍ତିମ ସଂସ୍କାରରେ ଯୋଗ ଦିଅନ୍ତି। ମୃତ ଶରୀରର ଜଳିବା ସମୟରେ ଅନେକ ପ୍ରକାରର ବିପଜ୍ଜନକ ବ୍ୟାକ୍ଟେରିଆ ନିର୍ଗତ ହୁଏ, ଯିଏକି ବାୟୁରେ ମିଶି ଶରୀରରେ ପ୍ରବେଶ କରିପାରନ୍ତି। ତେମୁ ଅନ୍ତିମ ସଂସ୍କାରରେ ଯୋଗଦେବା ପରେ ତୁରନ୍ତ ଘରକୁ ଆସି ଗାଧୋଇବା ଉଚିତ୍।

ଅନେକ ଲୋକ ନନ୍ଭେଜ୍ ଖାଇବାକୁ ଖୁବ୍ ପସନ୍ଦ କରନ୍ତି। ଅନେକ ଥର ଏହି ଖାଇବା ବଳିପଡେ, ଯାହାକୁ ଫ୍ରିଜରେ ରଖାଯାଇ ପରଦିନ ଖିଆଯାଏ। ତେବେ, ବାସି ନନ୍-ଭେଜ୍ ସ୍ୱାସ୍ଥ୍ୟ ପାଇଁ ଆଦୌ ଠିକ୍ ନୁହେଁ। ଏଥିରେ ବିପଜ୍ଜନକ ଜୀବାଣୁ ରହିଥାନ୍ତି।