PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ହ୍ବାଟସ୍ଆପରେ ଅଜାଣତରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ,ଏପର୍ଯ୍ୟନ୍ତ ୨୦ ଲକ୍ଷ ଆକାଉଣ୍ଟ ହୋଇସାରିଛି ବ୍ୟାନ୍

ନୂଆଦିଳ୍ଲୀ,୧୪।୭: ହ୍ବାଟସ୍ଆପର ନୂତନ ଘୋଷଣା ଅନୁସାରେ ଏବେ ୟୁଜରଙ୍କୁ ଆଉ ଟିକେ ସତର୍କ ହେବାକୁ ପଡିବ। କାରଣ ହ୍ବାଟସ୍ଆପ ପ୍ଳାଟଫର୍ମର ଭୁଲ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଖୁବ୍ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମ୍ପାନୀ ପକ୍ଷରୁ କୁହାଯାଇଛି ଏକା ସହିତ ଅନେକ ଗୁଡିଏ ଲୋକଙ୍କୁ ମେସେଜ ପଠାଇବା, ଅଟୋମେଟେଡ୍ ମେସେଜ ପଠାଇବା କିମ୍ବା ନିଜର ନିୟମ ଓ ସର୍ତ୍ତର ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ସହିତ ହ୍ବାଟସଆପ ମେସିନ ଲର୍ନିଂ ଟେକ୍ନୋଲୋଜିରୁ ଦ୍ବେଷ ସୃଷ୍ଟିକାରୀ ପୋଷ୍ଟ ଓ ମେସେଜରେ ଅପଶବ୍ଦ  ବ୍ୟବହାର କରୁଥିବା ଲୋକଙ୍କର ଚିହ୍ନଟ କରାଯିବ। ଏହାପରେ ଲଗାତାର ସେବା ନିୟମର ଉଲଂଘନ କରୁଥିବା ଲୋକଙ୍କ ଆକାଉଣ୍ଟକୁ ତୁରନ୍ତ ଡିଲିଟ୍ କରିଦିଆଯିବ।

ହ୍ବାଟସ୍ଆପ ନିଜର ଏଫଏକ୍ୟୁ ପେଜର ’ଅନଅଥରାଇଜଡ ୟୁଜେସ ଅଫ୍ ହ୍ବାଟସଆପ ପଲିସି’ ସେକ୍ସନରେ କହିଛି ଯେ, ଯଦି କୌଣସି ୟୁଜର ସଂସ୍ଥା ଯାହାକି ଏକା ସହିତ ଅନେକ ଗୁଡିଏ ବ୍ଲକ ମେସେଜ୍ ପଠାଇଥାଏ ତେବେ ଅଟୋମେଟେଡ ମେସେଜ ପଠାଇବ, ଏହାକୁ ୭ ଡିସେମ୍ବର ପରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ହେବ। ଯଦିଓ କମ୍ପାନୀ ଏହା ସ୍ପଷ୍ଟ କରିନାହିଁ ଯେ, ଏଭଳି ଲୋକଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହ୍ବାଟସଆପ ପକ୍ଷରୁ କୁହାଯାଇଛି, ଆ​‌ମେ ଏହି ପ୍ଲାଟଫର୍ମକୁ ପର୍ସିନାଲ ମେସେଜ ପଠାଇବା ପାଇଁ ଡିଜାଇନ କରିଛୁ। ହ୍ବାଟସ୍ଆପରେ ବହୁ ପରିମାଣରେ ମେସେଜ ପଠାଇବା ଓ ଏହାର ଦୂରୁପଯୋଗ କରାଯାଇ ହେବ ନାହିଁ। ହ୍ବାଟସ୍ଆପ ପକ୍ଷରୁ କୁହାଯାଇଛି ବଲକ୍ ମେସେଜ ପଠାଇବା କିମ୍ବା ଅଟୋମେଟେଡ୍ ମେସେଜ ପଠାଇବା ନେଇ  କମ୍ପାନୀ ୩ ମାସରେ ୨୦ ଲକ୍ଷ ଆକାଉ୍‌ଟ ବ୍ୟାନ କରିସାରିଛି। ଉଲ୍ଲେଖନୀୟ ଯେ,ସାରା ବିଶ୍ବରେ ହ୍ବାଟସ୍ଆପର ୧୫୦ କୋଟି ୟୁଜର ରହିଛନ୍ତି।

ସମ୍ବନ୍ଧିତ ଖବର