ଶୀତ ଦିନରେ ଓଠ ଫାଟିବା ଏକ ସାଧାରଣ ସମସ୍ୟା । ବହୁ ଲୋକ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲିପ୍ ବାମ ଓ ପେଟ୍ରୋଲିୟମ୍ ଜେଲି ଆଦି ବ୍ୟବହାର କରିଥାନ୍ତି । ଓଠ ଫାଟିବା ଦ୍ବାରା ବହୁ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ବଜାରରେ ବହୁ ସାମଗ୍ରୀ ଉପଲବ୍ଧ । ହେଲେ ଏହି ଉତ୍ପାଦ କେମିକାଲ ଯୁକ୍ତ ହୋଇଥିବାରୁ ସମସ୍ୟା ସୃଷ୍ଟି କରିପାରେ। ଏହିପରି କ୍ଷେତ୍ରରେ ଆପଣ ଘରୋଇ ଉପାୟରେ ଏହି ସମସ୍ୟାରୁ ଆରାମ ପାଇ ପାରିବେ।
ଲେମ୍ବୁ ରସ:କିଛି ଲୋକଙ୍କ ଓଠ କଳା ପଡ଼ିଯାଏ । ସେମାନେ ଏକ ଚାମୁଚ ଲେମ୍ବୁ ରସରେ ମହୁକୁ ମିଶାଇ ଏହି ମିଶ୍ରଣକୁ ନିଜ ଓଠରେ ଲଗାଇ ଶୁଖିବାକୁ ଛାଡ଼ି ଦିଅନ୍ତୁ । ଏହା ପରେ ନିଜ ଓଠରେ ଏକ ପେଟ୍ରୋଲିୟମ୍ ଜେଲି ବା ବାମ୍ ଲଗାନ୍ତୁ । ଏପରି ବାରମ୍ବାର କରିବା ଦ୍ବାରା ଆପଣଙ୍କ ଓଠ ଶୁଖିବ ନାହିଁ।
ଗୋଲାପ ପାଖିୁଡ଼ା:କିଛି ଗୋଲାପର ପାଖୁଡ଼ାକୁ କଞ୍ଚା କ୍ଷୀରରେ ବତୁରାଇ ଛାଡ଼ି ଦିଅନ୍ତୁ । ଏହାକୁ ପେଶି ଏକ ଚିକ୍କଣ ପେଷ୍ଟ ବନାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଲିପ୍ ବାମ୍ ଭଳି ଲଗାଇପାରିବେ । ଏହି ମିଶ୍ରଣକୁ ଦୈନିକ 3ରୁ 4 ଥର ଓଠରେ ଲଗାଇଲେ, ଏହା ଓଠକୁ କୋମଳ ରଖିଥାଏ ।
ଡାଳିମ୍ବ ରସ: ଏକ ଚାମଚ ମହୁ ଓ କିଛି ପରିମାଣର ଡାଳିମ୍ବ ରସକୁ ନେଇ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ନିଜ ଓଠରେ ଲଗାନ୍ତୁ । ଏପରି ୧୫ରୁ ୨୦ମିନିଟ୍ ପର୍ଯ୍ୟନ୍ତ ଶୁଖିବାକୁ ଦିଅନ୍ତୁ । ଶୁଖିବା ପରେ ପାଣିରେ ଏହାକୁ ଧୋଇ ତୁରନ୍ତ ଲିପ୍ ବାମ୍ ଲଗାନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଓଠ ଲମ୍ବା ସମୟ ପର୍ଯ୍ୟନ୍ତ ଆର୍ଦ୍ର ରହିଥାଏ । ଏହା ସହିତ ଡାଳିମ୍ବ ରସ ଏହାକୁ ଏକ ଗୋଲପୀ ଚମକ ଦେଇଥାଏ ।
ଚିନି:ଶୁଖିଲା ଓଠ ଉପରେ ବହୁ ମୃତ କୋଷିକାମାନେ ଜମା ବାନ୍ଧି ରହିଥାନ୍ତି । ଏହାକୁ ହଟାଇବା ପାଇଁ ସ୍କ୍ରବିଂ ଜରୁରୀ ଅଟେ । ଏଥିପାଇଁ ଏକ ଚମୁଚ ଚିନି, ମହୁ ଓ ଅଲିଭ ତେଲ ଏବଂ ପେଟ୍ରୋଲିୟମ୍ ଜେଲି ନିଅନ୍ତୁ । ଏହି ସମସ୍ତ ସାମଗ୍ରୀକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ଧୀରେ ଧୀରେ ଓଠରେ ମାଲିସ କରନ୍ତୁ। ଏପରି କରିବା ଦ୍ବାରା ଓଠ ଖୁବ ଶୀଘ୍ର ନରମ ହୋଇଯାଏ ।