ଏକ ଲିଟର ଇନ୍ଧନରେ କେତେ ମାଇଲେଜ ଦେଇଥାଏ ବିମାନ? ଶୁଣିଲେ ନିଶ୍ଚୟ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୬।୬: ଦୁନିଆରେ ଏଭଳି ବହୁତ ଲୋକ ରହିଛନ୍ତି ଯେଉଁମାନେ ବିମାନରେ ଯାତ୍ରା କରିସାରିଛନ୍ତି, କିନ୍ତୁଆଜି ଏଭଳି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ କେବେ ମଧ୍ୟ ଏଥିରେ ବସିନାହାନ୍ତି। ଏମିତି ତ ଲୋକମାନେ ବିମାନ ବିଷୟରେ ଅଳ୍ପ ଅଧିକ କଥା ଜାଣିଥିବେ, କିନ୍ତୁ କ’ଣ ଆପଣଙ୍କୁ ଜଣା ଅଛି କି ଏକ ବିମାନ ଉଡାଣ ସମୟରେ ଏକ ଲିଟର ଇନ୍ଧନରେ କେତେ ମାଇଲେଜ ଦେଇଥାଏ? ଏ ବିଷୟରେ ଯେଉଁ ସୂଚନା ରହିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିହେବ।

ରିପୋର୍ଟ ଅନୁସାରେ ଏକ ବିମାନରେ ପ୍ରତି ସେକେଣ୍ଡରେ ପ୍ରାୟ ୪ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ। ଯଦି ବୋଇଂ ୭୪୭ ବିଷୟରେ କଥା ହେବା ତେବେ ଏକ ମିନିଟ ଯାତ୍ରା ବେଳେ ୨୪୦ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ। ବୋଇଂର ଓ୍ବେବସାଇଟ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବୋଇଂ ୭୪୭ ରେ ୧୦ ଘଣ୍ଟା ଉଡାଣ ସମୟରେ ୩୬,୦୦୦ ଗ୍ୟାଲନ ଅର୍ଥାତ ୧,୫୦,୦୦ ଲିଟର ଇନ୍ଧନ ବ୍ୟବହାର ହୋଇଥାଏ। ଏହି ବିମାନରେ ପ୍ରତି ମାଇଲ(୧୨ ଲିଟର ପ୍ରତି କିଲୋମିଟର) ପ୍ରାୟ ୫ ଗ୍ୟାଲନ୍ ଇନ୍ଧନ ବ୍ୟବହାର ହୋଇଥାଏ।

ଯଦି ବୋଇଂ ୭୪୭ରେ ଏକ କିଲୋମିଟରରେ ୧୨ ଲିଟର ଇନ୍ଧନ ଖର୍ଚ୍ଚ ହୋଇଥାଏ, ତେବେ ଏହାର ଅର୍ଥ ଏହି ବିମାନ ୫୦୦ ଯାତ୍ରୀଙ୍କୁ ୧୨ ଲିଟର ଇନ୍ଧନରେ ପ୍ରାୟ ଏକ କିଲୋମିଟା ଯାତ୍ରା କରାଇଥାଏ। ଏହା ଅନୁସାରେ ବିମାନ ଏକ କିଲୋମିଟରରେ ପ୍ରତି ବ୍ୟକ୍ତିଙ୍କ ଠାରୁ କେବଳ ୦.୦୨୪ ଲିଟର ଇନ୍ଧନ ଖର୍ଚ୍ଚ କରିଥାଏ। ରିପୋର୍ଟ ଅନୁସାରେ, ବୋଇଂ ୭୪୭ ଭଳି ବିମାନ ଏକ ଲିଟରରେ କେତେ ଚାଲିଥାଏ, ତେବେ ଏହାର ଉତ୍ତର ହେଉଛି ୦.୮ କିଲୋମିଟା, ଯାହାକି ଶୁଣିବାକୁ କମ୍ ଲାଗିଥାଏ। ଏହା ବିମାନର ୧୨ ଘଣ୍ଟା ଯାତ୍ରା ସମୟରେ ୧୭୨,୮୦୦ ଲିଟରର ଇନ୍ଧନ ଖର୍ଚ୍ଚ କରିଥାଏ।