ଡାକ୍ତର ଦେଖୁଥିଲେ ମୋବାଇଲରେ ଭିଡ଼ିଓ , ଜେନେରେଟର ଅପରେଟର କଲେ ରୋଗୀଙ୍କ ଚିକିତ୍ସା ; ଭିଡ଼ିଓ ଭାଇରାଲ

ପୂର୍ଣ୍ଣିୟା – ବିହାରର ପୂର୍ଣ୍ଣିୟାରେ ପୁଣି ଥରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପୋଲ୍ ଖୋଲି ଯାଇଛି। ଜିଲ୍ଲାର ଭୱାନିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରଭାରୀ ଡାକ୍ତର ମୃଗେଶ କୁମାରଙ୍କ ଉପସ୍ଥିତିରେ ଜେନେରେଟର ଅପରେଟର ରୋଗୀଙ୍କର ଚିକିତ୍ସା କରୁଥିବାର ନଜର ଆସିଛି , ଯାହାର ଭିଡ଼ିଓ ଏବେ ଭାଇରାଲ ହେଉଛି।
ଭାଇରାଲ ଭିଡ଼ିଓକୁ ନେଇ କୁହାଯାଉଛି କି ଜଣେ ରୋଗୀ ଭୱାନୀପୁର ଥାନା ପାଖ ସଡ଼କ ଦୁର୍ଘଟଣାରେ ଆହତ ହୋଇଯାଇ ଥିଲେ ଏବଂ ନିଜର ଚିକିତ୍ସା କରାଇବାକୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ଏହି ବ୍ୟକ୍ତିଙ୍କର ଚିକିତ୍ସା ଡାକ୍ତର ନୁହେଁ ତାଙ୍କ ବଦଳରେ ଜେନରେଟର ଅପରେଟର କରିଥିଲେ , ଯାହାର ସ୍ଥାନୀୟ ଲୋକେ ଭିଡ଼ିଓ ଉତ୍ତୋଳନ କରିଥିଲେ ଏବଂ ଏହାକୁ ଭାଇରାଲ କରି ଦେଲେ।
ଯେଉଁ ସମୟରେ ଜେନେରେଟର ଅପରେଟର ରୋଗୀଙ୍କର ଚିକିତ୍ସା କରୁଥିଲେ , ଏହି ସମୟରେ ଡ୍ୟୁଟିରେ ଥିବା ଡାକ୍ତର ମୃଗେଶ ନିଜ ମୋବାଇଲରେ ଭିଡ଼ିଓ ଦେଖୁଥିଲେ । କହି ରଖୁଛି କି ଗତ କିଛି ଦିନ ପୂର୍ବରୁ ଭବାନୀପୁର ହସ୍ପିଟାଲ ନିରକ୍ଷଣ ବେଳେ ବରିଷ୍ଠ ଅଧିକାରୀମାନେ ଡାକ୍ତରଙ୍କୁ କଡ଼ା ନିର୍ଦେଶ ଦେଇଥିଲେ କି ହସ୍ପିଟାଲରେ କୌଣସି ବି ପ୍ରକାରର କିଛି ବି ଅସୁବିଧା ନହେଉ । ରୋଗୀଙ୍କୁ ସବୁ ପ୍ରକାରର ସୁବିଧା ମିଳୁ।
ହେଲେ ଏହି ହସ୍ପିଟାଲର ଅବ୍ୟବସ୍ଥାର ସ୍ଥିତି ଏହାକି ରୋଗୀଙ୍କର ଚିକିତ୍ସା ଜଣେ ଜେନେରେଟର ଅପରେଟରଙ୍କ ଦ୍ୱାରା କରାଯାଉଛି । ଭିଡ଼ିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଜେଡିୟୁ ନେତା କୃଷ୍ଣ କୁମାର ଗୁପ୍ତା ଘଟଣାରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହି ପ୍ରକାରର ଅବହେଳା ଅଧିକାରୀଙ୍କ ସଂପୃକ୍ତିରେ ହେଉଛି । ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।