ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ, ଗୋଟିଏ ଦିନ ପୂର୍ବରୁ ଭଡା ଘର ବଦଳାଇଥିଲେ

ବଲାଙ୍ଗିର ୩୦/୩: ସ୍ଥାନୀୟ ରାଜୀବନଗରରେ ଚାଞ୍ଚଲ୍ୟ । ବଲାଙ୍ଗିର ସହରର ରାଜୀବନଗରରେ ଭଡ଼ାଘରେ ଜଣେ ଡାକ୍ତରଙ୍କ ସଂଦେହଜନକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ରାଜୀବନଗରରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରେ ଭଡ଼ା ରହୁଥିବା ଆୟୁର୍ବେଦିକ ଡାକ୍ତର ରାଜ ଭରଦ୍ୱାଜଙ୍କ ସଂଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ଟାଉନ୍‌ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘର ମାଲିକଙ୍କ କହିବା ଅନୁସାରେ ଗତ ୨୩ ତାରିଖ ଦିନ ସେ ଭଡ଼ାରେ ରହିବା ପାଇଁ କଥା ହୋଇ ତାଙ୍କ ଆଧାର କାର୍ଡ ପ୍ରଦାନ କରିଥିଲେ । ଆଧାର କାର୍ଡ ଅନୁସାରେ ତାଙ୍କ ନାମ ରାଜ ଭରଦ୍ୱାଜ । ସେ ଗୌଡସାହି, ନବରଙ୍ଗପୁର ନିବାସୀ ବୋଲି ମଧ୍ୟ ତାଙ୍କ ଆଧାର କାର୍ଡରେ ଉଲ୍ଲେଖ ରହିଛି । ତେବେ ଗତକାଲି ସେ ସାମାନପତ୍ର ଧରି ଆସିଥିଲେ ଏବଂ ରାତିରେ ଶୋଇଥିଲେ । ସକାଳୁ କିନ୍ତୁ ଦିନ ୧୧ଟା ପର୍ଯ୍ୟନ୍ତ ତାଙ୍କୁ ଯେତେ ଡାକିଲେ ବି, କବାଟ ବାଡେ଼ଇଲେ ମଧ୍ୟ ସେ ଭିତର ପଟୁ ଲକ୍‌ କରାଯାଇଥିବା କବାଟ ନ ଖୋଲିବାରୁ ଆଜି ଦିନ ୧୨ଟାରେ ଘର ମାଲିକ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଟାଉନ୍‌ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.