PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଶରୀରରେ ରହିଛି କି ରକ୍ତର ଅଭାବ? ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ ୦୪/୧୦ : ଶରୀରରେ ରକ୍ତ ଅଭାବ ହେତୁ ଅତ୍ୟଧିକ ଥକ୍କା, ଦୁର୍ବଳତା, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଯାଏ । ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ କିଛି ଖାଦ୍ୟ ଖାଇବା ଦ୍ୱାରା ଏହି ଅଭାବକୁ ପୂରଣ କରିପାରିବେ । ଆସନ୍ତୁ ଜାଣିବା ସେହି ଖାଦ୍ୟଗୁଡିକ ବିଷୟରେ…

Trend alert! Why beets are the hot new 'superfood' - Los Angeles Times

ବିଟ୍ :

ଶରୀରରେ ରକ୍ତ ପରିମାଣ ବଢାଇବାରେ ବିଟ୍ ଲାଭଦାୟକ ହୋଇଥାଏ । ଏଥିରେ ଅଧିକ ପରିମାଣର ଆଇରନ୍ ରହିଥାଏ । ଶରୀରକୁ ଡିଟକ୍ସିଫାଇ କରିବା ବ୍ୟତୀତ ଏହା ହେମୋଗ୍ଲୋବିନର ପରିମାଣ ମଧ୍ୟ ବଢାଇଥାଏ ।

How to Buy and Store Apples | Epicurious

ଆପଲ୍ :

କୁହାଯାଏ ଦିନକୁ ଗୋଟିଏ ଆପଲ୍ ଖାଇବା ଦ୍ୱାରା ଏହା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିଥାଏ । ସୁସ୍ଥ ରଖିବା ବ୍ୟତୀତ ଶରୀରରେ ରକ୍ତ ଅଭାବକୁ ପୂରଣ କରିବାରେ ମଧ୍ୟ ସହାୟକ ହୋଇଥାଏ ଆପଲ୍। ଏହା ଶରୀରରେ ହେମୋଗ୍ଲୋବିନ୍ ବୃଦ୍ଧି କରିଥାଏ ।

Benefits of pomegranate for weight loss and glowing skin | HealthShots

ଡାଳିମ୍ବ :

ଡାଳିମ୍ବରେ କ୍ୟାଲସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍ ଏବଂ ଭିଟାମିନ୍ ପରି ପୋଷକ ତତ୍ତ୍ୱ ଭରପୂର ରହିଥାଏ । ଡାଳିମ୍ବ ଶରୀରରେ ରକ୍ତ ପରିମାଣ ବଢାଇବାରେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

Use THESE dry fruits to achieve a healthy natural glow - Times of India

ଡ୍ରାଏ ଫ୍ରୁଟ୍ସ :

ଡ୍ରାଏ ଫ୍ରୁଟ୍ସ ଯେପରିକି ଖଜୁରୀ, ଅଖରୋଟ୍, ବାଦାମ ଇତ୍ୟାଦିରେ ଭରପୂର ଆଇରନ୍ ରହିଥାଏ । ଏହାକୁ ଖାଇବା ଦ୍ୱାରା ରକ୍ତରେ ଲୋହିତ ରକ୍ତ କଣିକା ଶୀଘ୍ର ବଢିଥାଏ ।

Easy ways to buy, store and make the winter vegetable- Saag | The Times of  India

ପାଳଙ୍ଗ :

ଯଦି ଆପଣଙ୍କ ଶରୀରରେ ରକ୍ତ ଅଭାବ ଥାଏ, ତେବେ ଆପଣ ନିଶ୍ଚିତ ଭାବରେ ଖାଦ୍ୟରେ ପାଳଙ୍ଗ ଅନ୍ତର୍ଭୁକ୍ତ କରନ୍ତୁ । ପାଳଙ୍ଗରେ ଭରପୂର ଆଇରନ୍ ରହିଥାଏ ।