ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମାଲିକ ଜୀବନ ବଞ୍ଚାଇବାକୁ ବାଘ ସହ ଅଧଘଣ୍ଟା ଲଢିଲା କୁକୁର; ଆଉ ତା ପରେ...

Published By : Ankita S | March 2, 2025 11:41 AM

ଭୋପାଳ,୨/୦୩ : ସେମାନେ ପଶୁ ହେଲେ ବି ବିଶ୍ବସ୍ତ । ମାଲିକର ସୁରକ୍ଷା ପାଇଁ ଜୀବନ ଦେବାକୁ ପଛାନ୍ତି ନାହିଁ । କୁକୁର-ମଣିଷ ବନ୍ଧୁତାର ଅନେକ କାହାଣୀ ରହିଛି । ସେମିତି କିଛି ଘଟଣା ଘଟିଛି ଯେଉଁଥିରେ ଏକ କୁକୁରର ବିଶ୍ବସ୍ତତା ଦେଖିବାକୁ ମିଳିଛି । ଏକ କୁକୁର ବାଘ ସହ ଅଧଘଣ୍ଚା କାଳ ଲଢି ମାଲିକର ଜୀବନ ବଞ୍ଚାଇଛି । କୁକୁର କେତେ ଯେ ବିଶ୍ବସ୍ତ ହୋଇପାରେ ତାର ଉଦାହରଣ ହେବ ଏହି ଘଟଣା । ମଧ୍ୟପ୍ରଦେଶ ବାଧବଗଡ ଅଭୟାରଣ୍ୟରେ ବାଘ ସହ ଲଢେଇ କରି ମାଲିକ ଶିବମ ବାରଗେୟାଙ୍କ ଜୀବନ ବଞ୍ଚାଇଛି ତାଙ୍କ ପୋଷା କୁକୁର । ଜୀବନର ଶେଷ ଯାଏ ବାଘ ସହ ଲଢି ତାର ବିଶ୍ବସ୍ତର ପ୍ରମାଣ ଦେଇଥିଲା ବେନ୍ଥୋ ।

ବାଘ ସହ ଲଢିଲା-ମାଲିକ ଜୀବନ ବଞ୍ଚାଇଲା- ମଧ୍ୟପ୍ରଦେଶ ଉମରିଆ ଜିଲ୍ଲା ବାଧବଗଡ ବାଘ ଅଭୟାରଣ୍ୟରେ ଏକ କୁକୁର ବାଘ ସହ ଲଢେଇ କରି ତାର ମାଲିକ ଜୀବନ ବଞ୍ଚାଇଛି । ଅଭୟାରଣ୍ୟରୁ ଭାରହୁଟ ଗାଁକୁ ହଠାତ୍ ପଶି ଆସିଥିଲା ଏକ ବାଘ । ସ୍ଥାନୀୟ ବାସିନ୍ଦା ଶିବମ ବାରଗେୟାଙ୍କ ଘର ପାଖରେ ବାଘ ବୁଲୁଥିଲା । ଅଚାନକ ବାଘ ଶିବମଙ୍କ ଆଡକୁ ମାଡି ଆସିଥିଲା । ମାଲିକକୁ କିଛି କ୍ଷତି ପହଞ୍ଚାଇବା ପୂର୍ବରୁ ତାଙ୍କ ପୋଷା ଜର୍ମାନ ସେଫର୍ଡ କୁକୁର ବେନ୍ଥୋ ଭୋକିବା ସହ ବାଘ ଉପରକୁ ଆକ୍ରମଣ କରିଥିଲା । ବାଘ ସହ ଲଢେଇ କରିଥିଲା କୁକୁର । ଦୀର୍ଘ ଅଧଘଣ୍ଟା କୁକୁର-ବାଘ ଲଢେଇ ଚାଲିଥିଲା । ବାଘକୁ ଘାଇଲା କରି ଦେଇଥିଲା ବେନ୍ଥୋ । ଶେଷରେ ହାର ମାନି ଜଙ୍ଗଲକୁ ପଳାଇଥିଲା ବାଘ ।

ମାଲିକ ପାଇଁ ଲଢି ଆଖି ବୁଜିଲା-  ମାଲିକ ପାଇଁ ବାଘ ସହ ଲଢି ଜୀବନ ଦେଇଦେଲା ବିଶ୍ବସ୍ତ ବେନ୍ଥୋ । ଦୀର୍ଘ ସମୟ ଧରି ବଳୁଆ ବାଘ ସହ ଲଢିଥିଲା । ଲହୁ ଲୁହାଣ ହୋଇଥିଲା । ହେଲେ ମାଲିକ ଦେହରେ ଟିକେ ଆଞ୍ଚ ଆସିବାକୁ ଦେଇନଥିଲା । ସଂଙ୍କଟାପନ୍ନ ଅବସ୍ଥାରେ କୁକୁରକୁ ପଶୁ ଡାକ୍ତରଖାନା ନେଇଥିଲେ । ଗୁରୁୁତର କ୍ଷତ ଲାଗି ଥିବାରୁ ତାର ମୃତ୍ୟୁ ହୋଇଥିଲା । ମାଲିକ ଜୀବନ ବଞ୍ଚାଇବାକୁ ବାଘ ସହ ଲଢି ଶେଷରେ ଆଖି ବୁଜିଥିଲା କୁକୁର । ଏହା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ଶିବମ ବାରଗେୟା । ସେ କହିଛନ୍ତି, ମୋ କୁକୁର ପାଇଁ ମୁଁ ଜୀବନ ଫେରି ପାଇଛି । ଗାଁ ଲୋକ ବେନ୍ଥୋର ବିଶ୍ବସ୍ତତାକୁ ପ୍ରଶଂସା କରିଛନ୍ତି । କରିବେ ନାହିଁ ବା କେମିତି । ଏହି ଘଟଣାରୁ ପ୍ରମାଣିତ ହେଉଛି ଯେ କୁକୁର ସର୍ବଦା ମଣିଷର ବିଶ୍ବସ୍ତ ସାଥୀ ହୋଇଥାଏ ।  ଏହି ଘଟଣା ତାର ନିଚ୍ଛକ ଉଦାହରଣ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.