PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ମହିଳାଙ୍କୁ ଦୁଷ୍କର୍ମରୁ ରକ୍ଷା କଲା ବୁଲା କୁକୁର

ଭୋପାଳ,୩୦ ।୧(ଏଜେନ୍ସି): କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କୁକୁର ମଣିଷକୁ କିଭଳି ସହାୟତା କରିଥାଏ, ତାହାର ଅନେକ ନଜିର ବି ରହିଛି । ହେଲେ ଏବେ ଏଭଳି ଦୁଇଟି ଘଟଣା ଘଟିଛି ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ପ୍ରଥମ ଘଟଣାଟି ହେଉଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର । ଏଠାକାର ଛୋଲା ଅଞ୍ଚଳରେ ଜଣେ ୨୯ ବର୍ଷୀୟା ମହିଳାଙ୍କୁ ବଳାତ୍କାରର ଶିକାର ହେବାରୁ ଗୋଟିଏ ବୁଲା କୁକୁର ରକ୍ଷା କରିଛି । ସେଇ କୁକୁରଟିକୁ ମହିଳା ଜଣକ ପ୍ରତିଦିନ ଖାଇବାକୁ ଦେଉଥିଲେ । ତେଣୁ ତାଙ୍କୁ ସହାୟତା କରି କୁକୁର ସେଇ ଋଣ ପରିଶୋଧ କରିଛି ବୋଲି କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, ଉକ୍ତ ମହିଳା ଜଣକ ନିଜ ଘର ପାଖରେ ବୁଲୁଥିବା ଗୋଟିଏ ବୁଲା କୁକୁରଙ୍କୁ ପ୍ରତ୍ୟେହ ଖାଇବାକୁ ଦେଇଥାନ୍ତି । ତେଣୁ କୁକୁରଟି ସବୁବେଳେ ତାଙ୍କ ଘରକୁ ଆସୁଥିଲା ଏବଂ ବେଳେବେଳେ ତାଙ୍କ ଘର ଭିତରେ ବି ଶୋଉଥିଲା । ରବିବାର ଅପରାହ୍ଣରେ ମହିଳା ଜଣକ ଯେଉଁ ରୁମ୍‌ରେ ଶୋଇଥିଲେ, କୁକୁରଟି ସେଇ ରୁମ୍‌ର ଗୋଟିଏ କୋଣରେ ଶୋଇଥିଲା । ଏତିକିବେଳେ ଜୋରରେ ଶଦ୍ଦ ହେଉଥିବାର ଶୁଣି କୁକୁରଟି ଉଠିଯାଇଥିଲା ଏବଂ ମହିଳାକୁ ଜଣେ ବ୍ୟକ୍ତି ବଳାତ୍କାର କରିବାକୁ ଉଦ୍ୟମ କରୁଥିବାର ଦେଖିଥିଲା । ଏହାପରେ ସେ ଅଭିଯୁକ୍ତ ଉପରେ ଝାମ୍ପି ପଡ଼ିଥିଲା ଏବଂ ତା’କୁ କାମୁଡ଼ିବାକୁ ଗୋଡାଇଥିଲା । ଏଣୁ ସେଇ ଅଭିଯୁକ୍ତ ଜଣକ ମହିଳାଙ୍କୁ ଛାଡି ଦେଇଥିଲା କିନ୍ତୁ ନିଜେ ଭୟଭୀତ ହୋଇ କୁକୁର ଦେହରେ ଛୁରୀ ଭୁସି ଦେଇଥିଲା । ଏହାଯୋଗୁ କୁକୁରର ଡାହାଣ ଗୋଡରେ ଆଘାତ ଲାଗିଛି । ଏହାପରେ ମହିଳା ଜଣକ ଏଇ ଘଟଣା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ତାଙ୍କ ପଡୋଶରେ ରହେ ଏବଂ ସେ ଜଣେ ଅସାମାଜିକ ବ୍ୟକ୍ତି ବୋଲି ପୁଲିସ କହିଛି । ତା’କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରୁଛି ।

ସମ୍ବନ୍ଧିତ ଖବର