ନୂଆଦିଲ୍ଲୀ, ୧/୨ : ବର୍ତ୍ତମାନ ୨୦୨୫ ଅନ୍ତର୍ଜାତୀୟ ଲିଗ୍ ଟି-୨୦ ଖୋଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟରେ ପାକିସ୍ତାନର ପୂର୍ବତନ ଭେଟରାନ ଦ୍ରୁତ ବୋଲର ଶୋଏବ ଅଖତରଙ୍କୁ ଭାରତର ବହୁ ଫେମସ ସୋସିଆଲ ମିଡ଼ିଆ ଷ୍ଟାର ଡଲି ଚା’ଓ୍ବାଲା ନିଜ ଚା ପିଆଇଛନ୍ତି । ଡଲି ମଝି ପଡ଼ିଆରେ ଅଖତରଙ୍କୁ ନିଜ ଚା ପିଆଇଛନ୍ତି । ଅଖତର ଖୋଲାଖୋଲି ଭାବେ ଡଲିଙ୍କ ଚା’ର ତାରିଫ କରିଛନ୍ତି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଶୋଏବ ଅଖତର ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ ଡଲିଙ୍କ ସହ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓର ଆରମ୍ଭ କରିବାକୁ ଯାଇ ଶୋଏବ ଅଖତର କହିଛନ୍ତି, ଆମର ବହୁତ ଭଲ , ବହୁତ ସୁନ୍ଦର ବନ୍ଧୁ ନାଗପୁରରୁ ଆସିଛନ୍ତି । ବହୁତ ଫେମସ ଅଟନ୍ତି ଡଲି । ଏହାସହ ସେ ଡଲିଙ୍କୁ ପଚାରିଛନ୍ତି କି ଆପଣ ମୋର ମ୍ୟାଚ୍ ଦେଖିଛନ୍ତି ?
ଏହାର ଜବାବରେ ଡଲି କହିଲେ କି, ଆଜ୍ଞା ହଁ ସାର୍, ମୁଁ ଆପଣଙ୍କ ବହୁତ ମ୍ୟାଚ୍ ଦେଖିଛି । ଆପଣ ଫାଷ୍ଟ ବୋଲର ଅଟନ୍ତି । ଏଭଳି ଲାଗିଥାଏ କି ଆପଣ ବୋଲିଂ କରି ନ ଥାନ୍ତି, ବରଂ କାହାକୁ ବଲ୍ ଫିଙ୍ଗି ମାରୁଛନ୍ତି । ‘ ପରେ ଅଖତର ଚା’ର ତାରିଫ୍ କରି କହିଲେ ,‘ଚା ବହୁତ ଭଲ ଲାଗିଲା’।