ନୂଆଦିଲ୍ଲୀ,୨୧/୦୨; ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଳ୍କ ମାମଲାରେ ସୁପ୍ରିମକୋର୍ଟରୁ ମିଳିଥିବା ନିର୍ଦ୍ଦେଶ ପରେ ଭାରତ ସହିତ ବାଣିଜ୍ୟ ବୁଝାମଣାରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି । ଏହା ବଳବତ୍ତର ରହିବ । ଭାରତକୁ ଶୁଳ୍କ ଦେବାକୁ ପଡିବ । ଅନ୍ୟ ଦେଶଗୁଡ଼ିକ ଉପରେ ଟ୍ରମ୍ପ୍ ଲଗାଇଥିବା ଟାରିଫ୍ ବା ଶୁଳ୍କ ବେଆଇନ ବୋଲି କହି ରଦ୍ଦ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଡୋନାଲ୍ଡ ଟ୍ରମ୍ପ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଭାରତ ମଧ୍ୟ ଏହି ତାଲିକାରେ ରହିଛି । ଭାରତକୁ ୧୮ରୁ କେବଳ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ ।

​​​​​​​ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ରମ୍ପଙ୍କ ପ୍ରଶଂସା- ଡୋନାଲ୍ଡ ଟ୍ରମ୍ପ କହିଛନ୍ତି,  ସୁପ୍ରିମକୋର୍ଟଙ୍କ ରାୟ ୱାସିଂଟନ ଏବଂ ନୂଆଦିଲ୍ଲୀକୁ ପ୍ରଭାବିତ କରିପାରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ଚର୍ଚ୍ଚା କରିଛନ୍ତି । ତେଣୁ ଭାରତ ସହ ବାଣିଜ୍ୟ ବୁଝାମଣାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେମାନେ ଶୁଳ୍କ ଦେବେ ଆମେ ଦେବୁ ନାହିଁ । ମୋଦି ଜଣେ ବୁଦ୍ଧିମାନ ଚାଲାଖ୍ ବ୍ୟକ୍ତି କିନ୍ତୁ ଆମେରିକାରେ ତାଙ୍କ ପ୍ରତିପକ୍ଷ ତୁଳନାରେ ବହୁତ ବୁଦ୍ଧିମାନ ଥିଲେ । ସେମାନେ ଆମକୁ ଠକୁଥିଲେ । ତେଣୁ ଭାରତ ସହିତ ଆମେ ଚୁକ୍ତି କଲୁ ।''

ଏହା ବି ପଢନ୍ତୁ...କିଏ ଭାରତୀୟ ବଂଶୋଦ୍ଭବ ଓକିଲ ନୀଲ କଟିଆଲ ? ଯାହାଙ୍କ ଆଗରେ ଟାରିଫ୍କୁ ନେଇ ଫେଲ୍ ମାରିଲା ଟ୍ରମ୍ପଙ୍କ ଯୁକ୍ତି

ବାଣିଜ୍ୟ ଚୁକ୍ତିକୁ ନେଇ କଂଗ୍ରେସର ଟାର୍ଗେଟ- ଆମେରିକା ସୁପ୍ରିମକୋର୍ଟ ଟ୍ରମ୍ପଙ୍କ ଶୁଳ୍କ ନୀତକୁ ରଦ୍ଦ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପ ତାଙ୍କର ବହୁତ ଭଲ ବନ୍ଧୁ ବୋଲି କହିଥିଲେ । ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି,'' ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଘୋଷଣା ଅନୁଯାୟୀ ଜାରି ରହିବ । ଫେବୃଆରୀ ୨ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡାନ୍ତ ହୋଇଥିବା ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯଦି ପ୍ରଧାନମନ୍ତ୍ରୀ ତାଙ୍କ ଦୁର୍ବଳ ଭାବମୂର୍ତ୍ତିକୁ ରକ୍ଷା କରିବା ପାଇଁ ଏତେ ବ୍ୟାକୁଳ ହୋଇ ନଥାନ୍ତେ ଆଉ ମାତ୍ର ୧୮ ଦିନ ଅପେକ୍ଷା କରିଥାନ୍ତେ ତେବେ ଭାରତୀୟ ଚାଷୀ ମାନେ ଏହି ଦୁଃଖ ଏବଂ ସଙ୍କଟରୁ ରକ୍ଷା ପାଇଯାଇଥାନ୍ତେ । ଭାରତର ସାର୍ବଭୌମତ୍ୟ ସୁରକ୍ଷିତ ରହିଥାନ୍ତା । ପ୍ରଧାନମନ୍ତ୍ରୀ ଅଧୈର୍ଯ୍ୟତା ଏବଂ ଆତ୍ମସମର୍ପଣ ଯୋଗୁଁ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଏକ କଷ୍ଟକର ପରୀକ୍ଷା ହୋଇଛି । ଯାହା ଦେଶ ସମ୍ମୁଖୀନ ହେଉଛି ।