PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ପୁଲ୍ଓ୍ବାମା ଆକ୍ରମଣକୁ ଭୟାବହ କହିଲେ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ, ଠିକ୍ ସମୟ ଆସିଲେ ବିବୃତି ଦେବେ

ଓ୍ବାସିଂଟନ୍,୨୦।୨: ଜୈଶ୍-ଏ-ଅହମ୍ମଦ୍ କରିଥିବା ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ମଙ୍ଗଳବାର ଦିନ ଗୋଟାଏ ଭୟାବହ ପରିସ୍ଥିତି ବୋଲି ଅଭିହିତ କରିଛନ୍ତି। ​‌ସେ ଆହୁରି କହିଛନ୍ତି, ସେ ଏ ସଂକ୍ରାନ୍ତରେ ଖବର ପାଉଛନ୍ତି ଏବଂ ଠିକଣା ସମୟରେ ବିବୃତି ଦେବେ।

ଏହି ଆତ୍ମଘାତୀ ଆକ୍ରମଣ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ାଇ ଦେଇଛି ବୋଲି କହିଛନ୍ତି। ଟ୍ରମ୍ପ ହ୍ବାଇଟ୍ ହାଉସର ଓଭାଲ୍ ଅଫିସଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏ ଦୁଇ ଦକ୍ଷିଣ ଏସୀୟ ରାଷ୍ଟ୍ର ବନ୍ଧୁଭାବାପନ୍ନ ହୋଇ ଚଳିଳେ ଅତି ଉତ୍ତମ ହୁଅନ୍ତା।

ସମ୍ବାଦିକ ମାନଙ୍କର ଗୋଟାଏ ପ୍ରଶ୍ନର ଉତ୍ତରରେ ସେ କହିଲେ, ମୁଁ ଦେଖିଛି। ଏ ସମ୍ବନ୍ଧରେ ମୁଁ ଗୁଡ଼ାଏ ଖବର ପାଇଛି। ଠିକଣା ସମୟରେ ଏ ସମ୍ବନ୍ଧରେ ଆମେ ବିବୃତି ଦେବୁ। ଯଦି ସେମାନେ ମିଳିମିଶି ଚଳନ୍ତେ ତେବେ ଭଲ ହୁଅନ୍ତା।

ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଷ୍ଟେଟ୍ ଡିପାର୍ଟମେଣ୍ଟ୍ ଡେପୁଟି ମୁଖପାତ୍ର ରବର୍ଟ ପାଲାଡିନୋ କହିଛନ୍ତି, ଭାରତ ସରକାରଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା ଯୋଗଯୋଗ ରଖିଛି। ଆମେ କେବଳ ଦୁଃଖ ପ୍ରକାଶ କରୁନାହୁଁ, ଦୃଢ଼ ସମର୍ଥନ ମଧ୍ୟ ଜଣାଉଛୁ।

ସମ୍ବନ୍ଧିତ ଖବର