ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଚୀନ୍ ପରେ ଭାରତ ସହ ବଡ଼ ବାଣିଜ୍ୟିକ ଚୁକ୍ତି କରିବ ଆମେରିକା, ଡୋନାଲ୍ଡ ଟ୍ରମ୍ପଙ୍କ ସଙ୍କେତ

Published By : Ankita S | June 27, 2025 10:02 AM

ନୂଆଦିଲ୍ଲୀ,୨୭/୦୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଓ ଭାରତ ମଧ୍ୟରେ ସମ୍ଭାବ୍ୟ ବାଣିଜ୍ୟିକ ବ୍ୟାପାର ଚୁକ୍ତି ନେଇ ସଙ୍କେତ ଦେଇଛନ୍ତି । ଚୀନ୍‌ ପରେ ଭାରତ ସହ ବଡ଼ ଡିଲ କରିପାରେ ଆମେରିକା । ଗୁରୁବାର ହ୍ବାଇଟ୍ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ବିଗ୍‌ ବିୟୁଟିଫୁଲ ବିଲ୍‌'ରେ ଟ୍ରମ୍ପ କହିଛନ୍ତି, ଚୀନ୍ ସହ ବ୍ୟାପାର ଚୁକ୍ତିରେ ହସ୍ତାକ୍ଷର ହୋଇଛି । ଭାରତ ସହ ବଡ଼ ଚୁକ୍ତି ହେବ । ଗତ ଏପ୍ରିଲରେ ଟ୍ରେଡ୍‌ ଡିଲ୍‌ କରିବାକୁ ୯୦ ଦିନର ସମୟ ଦେଇଥିଲେ । ଏହି ଅବଧି ଜୁଲାଇ ୮ରେ ଶେଷ ହେବ ।  ଗତ ୪ ଦିନ ହେବ ହ୍ୱାଇଟ୍‌ ହାଉସରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା ।

'ସମସ୍ତଙ୍କ ସହ ଡିଲ କରିବ ନାହିଁ ଆମେରିକା'- ଡୋନାଲ୍ଡ ଟ୍ରମ୍ପ 'ବିଗ୍‌ ବିୟୁଟିଫୁଲ ବିଲ୍‌' କାର୍ଯ୍ୟକ୍ରମରେ କହିଛନ୍ତି, ସମସ୍ତ ଆମ ସହିତ ବ୍ୟାପାର କରିବାକୁ ଚାହାଁନ୍ତି । ଆମେ ଭରତ ସହ ବୁଝାମଣା କରୁଛୁ । ଚୀନ ସହ ବି ଡିଲ୍ କରିଛୁ । ଯାହା କେବେ ହୋଇପାରି ନଥାନ୍ତା ହେଲେ ଆମେ ତାହା କରୁଛୁ । ଏହି ଦେଶ ସହିତ ଆମ ସମ୍ପର୍କ ବହୁତ ଭଲ । ଗତକାଲି ଚୀନ ସହିତ ଏକ ଡିଲ୍ ସାଇନ୍ କରିଛୁ । ଆହୁରି ଭଲ ଚୁକ୍ତି କରିବୁ । ଆମେରିକା କିଛି ଦେଶ ସହ ଚୁକ୍ତି କରିବ ସମସ୍ତଙ୍କ ସହ ନୁହେଁ । 

ଖୁବଶୀଘ୍ର ଭାରତ-ଆମେରିକା ମଧ୍ୟରେ ସାଇନ୍‌ ହେବ ଡିଲ୍‌- ଚୀନ୍ ପରେ ଭାରତ ସହ ବଡ଼ ଡିଲ କରିବାରୁ ଯାଉଛି ଆମେରିକା । ଏ ନେଇ ବିଗ୍‌ ବିୟୁଟିଫୁଲ ବିଲ୍‌ରେ ସଙ୍କେତ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଜୁଲାଇ ୯ ପୂର୍ବରୁ ଚୁକ୍ତିକୁ ଅନ୍ତିମ ରୂପ ଦିଆଯାଇପାରେ । ଭାରତରୁ ଆସୁଥିବା ଜିନିଷ ଉପରେ ଆମେରିକା ୨୬ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଘୋଷଣା କରିଥିଲା । ଭାରତ ଚାହୁଁଛି କି ଏହି ଟାରିଫ୍‌କୁ ଫେରାଇ ନେଉ ଆମେରିକା । ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତିକୁ ନେଇ ବ୍ୟବସାୟରେ ଅସ୍ଥିରତା ଦେଖିବାକୁ ମିଳିଛି । ସେ ଚୀନ ଉପରେ ବି ଶୁଳ୍କ ଲଗାଇଥିଲା । ଚୀନ ଏହାର ଜାବାବ ଦେଇ ଆମେରିକା ଉପରେ ଟାରିଫ୍ ଲଦିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.