ପ୍ରମୂଖ ଖବର
  • ଦିଲ୍ଲୀ: ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ, 'ଶୀଶମହଲ'ର ତଦନ୍ତ ନେଇ CPWDକୁ CVCର ନିର୍ଦ୍ଦେଶ
  • ||
  • ୧୯ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଳାକୁ ଓ୍ୱାର୍ଣ୍ଣିଂ ଜାରି
  • ||
  • ସାର୍ବଜନୀନ ହେବ ରତ୍ନଭଣ୍ଡାର ତଥ୍ୟ, ଅଳଙ୍କାର ଗଣତି ମଣତି ପରେ ସୂଚନା ଦେବେ ସରକାର
  • ||
  • E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି
  • ||
  • ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'
  • ||
  • ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ
  • ||
  • ଝାରସୁଗୁଡ଼ା : ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ଉତ୍ତେଜନା
  • ||
  • ହଟିଲା ନିଲମ୍ଵନ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ
  • ||
  • ବଜେଟ୍ ଅଧିବେଶନ ଅଚଳାବସ୍ଥା, ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେଡ଼ି ସଦସ୍ୟ
  • ||
  • ବିଧାନସଭା ବଜେଟ୍ ଅଧିବେଶନ, ବିରୋଧୀଙ୍କ ହଟ୍ଟଗୋଳରେ ଗୃହ ହୁଲସ୍ତୁଲୁ, ୧ ମିନିଟ୍ ବି ଚାଲିପାରିଲାନି ଗୃହ
  • ||
  • ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ଆଜିଠୁ କଳିଙ୍ଗରେ ହକି ପର୍ବ: ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଏବଂ ପୁରୁଷ ଦଳ ସ୍ପେନକୁ ଭେଟିବ
  • ||
  • ପ୍ରୟାଗରାଜରେ ଭୀଷଣ ଦୁର୍ଘଟଣା : ବସ୍ ସହ ଧକ୍କା ହେଲା ବୋଲେରୋ, ୧୦ ଶ୍ରଦ୍ଧାଳୁଙ୍କ ଚାଲିଗଲା ଜୀବନ
  • ||
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ଆମେରିକାରେ ପୁଣି 'ଟ୍ରମ୍ପ ରାଜ୍‌'ର ଆରମ୍ଭ , ୪୭ତମ ରାଷ୍ଟ୍ରପତି ଭାବେ ନେଲେ ଶପଥ

Published By : Prameya | January 20, 2025 10:52 PM

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ। ଏହି ଶୀର୍ଷ ପଦରେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ, ଯେଉଁଥିରେ ସେ ଆମେରିକୀୟ ସଂସ୍ଥା ଗୁଡ଼ିକୁ ନୂଆରୂପ ଦେବାକୁ ଯାଉଛନ୍ତି। ଟ୍ରମ୍ପଙ୍କ ପର୍ବରୁ ଜେଡି ଭେନ୍ସ ଆମେରିକାର ଉପରାଷ୍ଟ୍ରପତି ପଦ ପାଇ ଶପଥ ନେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ନଭେମ୍ୱରରେ ହୋଇଥିବା ନିର୍ବାଚନରେ ବିଜୟ ହାସଲ କରି ଇତିହାସ ରଚି ଥିଲେ। ସେ ଆମେରିକାରେ ୨ୟ ଥର ଶୀର୍ଷ ପଦକୁ ଫେରିଛନ୍ତି। 

ପ୍ରବଳ ଥଣ୍ଡା କାରଣରୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଆବଦ୍ଧ ସ୍ଥାନରେ ଆୟୋଜିତ କରାଯାଇଛି, ଯାହା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହର ୧୨ଟା ସମୟରେ ହୋଇଛି। ଶପଥ ନେବା କ୍ଷଣି ଆମେରିକାରେ ପୁଣି ଥରେ ଟ୍ରମ୍ପ ରାଜ୍‌ର ଆରମ୍ଭ ହୋଇଯାଇଛି। ଶପଥ ଗ୍ରହଣ ପରେ ୭ଟି ତୋପର ସଲାମୀ ମଧ୍ୟ ଦିଆଯାଇଛି। 

ରାଷ୍ଟ୍ରପତି ପଦର ଶପଥ ନେବା ପରେ ଟ୍ରମ୍ପ ରେକର୍ଡ କରିଛନ୍ତି। ପଦଭାର ଗ୍ରହଣ କରିବାର କିଛି ହିଁ ଘଣ୍ଟା ଭିତରେ ଟ୍ରମ୍ପଙ୍କ ୧୦୦ରୁ ଅଧିକ କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରାଯିବାର ଆଶା ରହିଛି। ଏଥିରେ ଜଳବାୟୁ , ଇମିଗ୍ରେସନ , ଶକ୍ତି ନୀତି ଓ ସଂଘୀୟ ସରକାରରେ ବିବିଧତା ପ୍ରକ୍ରିୟା ସାମିଲ ଅଛି। 

ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାରେ ପିଏମ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ୍‌ ମୋଦି ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, ମୋର ପ୍ରିୟ ମିତ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଆପଣଙ୍କୁ ସଂଯୁକ୍ତ ରାଷ୍ଟ୍ର ଆମେରିକାର ୪୭ତମ ରାଷ୍ଟ୍ରପତି ହେବାରେ ଶୁଭେଚ୍ଛ। ମୁଁ ଉଭୟ ଦେଶ ଲାଭାନ୍ୱିତ ହେବା ଓ ଦୁନିଆ ପାଇଁ ସୁନ୍ଦର ଭବିଷ୍ୟତକୁ ଆକାର ଦେବା ପାଇଁ ପୁଣି ଥରେ ଏକାଠି ମିଶି କାମ କରିବାକୁ ଉତ୍ସୁକ। ଆପଣଙ୍କୁ ଆଗାମୀ ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା।

ଉଲ୍ଲେଖନୀୟ ଯେ, ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକାରେ ପହଞ୍ଚି ଥିଲେ। ସେ ସୋମବାର କହିଥିଲେ କି, ସେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରି ସମ୍ମାନିତ ଅନୁଭବ କରୁଛି। ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପୂର୍ବତନ ରାଷ୍ଟ୍ରପତି ବରାକ୍‌ ଓବାମା, ଟ୍ରମ୍ପଙ୍କ ସହଯୋଗୀ ଓ ମିତ୍ର ଏଲନ ମସ୍କ , ମେଟାର କୋ-ଫାଉଣ୍ଡର ମାର୍କ ଜୁକରବର୍ଗଙ୍କ ସମେତ ଅନେକ ପ୍ରସିଦ୍ଧ ଉଦ୍ୟୋଗପତି ମଧ୍ୟ ପହଞ୍ଚିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.