ଡୋନାଲ୍ଡ୍ ଟ୍ରମ୍ପଙ୍କ ଚେତାବନୀ: ଭାରତର ‘ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଟ୍ରିଟମେଣ୍ଟ୍’ ବନ୍ଦ କରିବାକୁ ଚାଲିଛି ଯୋଜନା

U.S. President Donald Trump speaks at the Conservative Political Action Conference (CPAC) annual meeting at National Harbor in Oxon Hill, Maryland, U.S., March 2, 2019. REUTERS/Joshua Roberts
ଓ୍ଵାସିଂଟନ୍,୫।୩: ଭାରତର ‘ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଟ୍ରିଟ୍ମେଣ୍ଟ୍’ ଶେଷ କରିବାକୁ ଇଚ୍ଚୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ଏହି ରାଜିନାମା ବଳରେ ୫. ୬ ବିଲିୟନ୍ ଆମେରିକୀୟ ଡଲାର୍ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୁଏ।
ଆମେରିକା କଂଗ୍ରେସୀୟ ନେତାମାନଙ୍କୁ ଦେଇଥିବା ଏକ ପତ୍ରରେ ଟ୍ରମ୍ପ୍ ଲେଖିଛନ୍ତି କି, ‘ଜେନେରାଲାଇଜ୍ଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସେସ୍’ (ଜିଏସ୍ପି) ଯୋଜନାରେ ଥିବା ହିତାଧିକାରୀ ବିକାଶଶାଳୀ ରାଷ୍ଟ୍ର ତାଲିକାରୁ ଭାରତକୁ ବାଦ ଦେବାକୁ ନିଜର ଉଦ୍ଦେଶ୍ୟ ସଂକ୍ରାନ୍ତ ବିଜ୍ଞପ୍ତି ଦେଉଛନ୍ତି।
ସେ କହିଛନ୍ତି, ମୁଁ ଏଭଳି ପଦକ୍ଷେପ ଗ୍ରହଣ କରିବାର କାରଣ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ସରକାରଙ୍କ ମଧ୍ୟରେ ‘ଇଣ୍ଟେନ୍ସିଭ୍ ଏନ୍ଗେଜ୍ମେଣ୍ଟ୍’ ପରେ ମୁଁ ନିଶ୍ଚିତ ହେଲି ଯେ ଭାରତୀୟ ବଜାର ଲାଗି ସେହି ପରିମାଣ ଓ ସମୁଚ୍ଚିତ ପ୍ରବେଶ ପାଇଁ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତିଶ୍ରୁତି ଦେଇ ନାହିଁ।
ଯୁକ୍ତରାଷ୍ଟ୍ର ଆମେରିକାର ନିଅଣ୍ଟିଆ ବାଣିଜ୍ୟ ବ୍ୟବସ୍ଥାକୁ ହ୍ରାସ କରିବାକୁ ନିୟମ କରିଥିବା ଟ୍ରମ୍ପ୍ ଭାରତ ଅଧିକ ଶୁଳ୍କ ବସାଉ ଥିବା କହି ଆସୁଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା ଟ୍ରେଡ୍ ରିପ୍ରେଜେନ୍ଟେଟିଭ୍ କାର୍ଯ୍ୟାଳୟ ଅନୁସାରେ, ୨୦୧୭ରେ ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ପଣ୍ୟ ଓ ସେବା ବ୍ୟବସାୟରେ ୨୭. ୩ ବିଲିୟନ୍ ଡଲାର୍ ନିଅଣ୍ଟ ହୋଇଥିଲା।