ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ରୁଷରୁ ତେଳ କିଣିବାକୁ ନେଇ ଭାରତ ଉପରେ ଅତିରକ୍ତ୨୫ % ଶୁଳ୍କ ଲଗାଇଥିଲା ଆମେରିକା, ଏବେ ପୁଟିନ୍ ଭାରତକୁ ଦେଲେ ଏମିତି ଅଫର୍…

Published By : Ladu Kishor | August 20, 2025 11:08 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତେଲ କିଣିବାକୁ ନେଇ ଭାରତ ଉପରେ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ତଥାପି, ଭାରତ ତା'ର ଆବଶ୍ୟକତା ଅନୁଯାୟୀ ରୁଷରୁ ତେଲ କ୍ରୟ କରିଚାଲିଛି। ଏହି ସମୟରେ, ରୁଷ ଏକ ବଡ଼ ନିଷ୍ପତ୍ତି ନେଇଛି ଏବଂ ଭାରତକୁ ତେଲ କ୍ରୟ ଉପରେ ୫% ରିହାତି ଦେବାକୁ ନିଷ୍ପତ୍ତି ନେଇଛି।

ଭାରତରେ ରୁଷର ଉପ ବାଣିଜ୍ୟ ପ୍ରତିନିଧି, ଏଭଗେନୀ ଗ୍ରୀଭା କହିଛନ୍ତି ଯେ, "ଭାରତକୁ ରୁଷ ପକ୍ଷରୁ ଅଶୋଧିତ ତୈଳ କ୍ରୟ ଉପରେ ୫% ରିହାତି ମିଳିବ, ଯାହା ଆଲୋଚନା ଆଧାରରେ ନିଷ୍ପତ୍ତି ନିଆଯିବ। ଗ୍ରୀଭା ଆହୁରି କହିଛନ୍ତି ଯେ "ରାଜନୈତିକ ପରିସ୍ଥିତି ସତ୍ତ୍ୱେ, ଭାରତ ପ୍ରାୟ ଆବଶ୍ୟକ ସ୍ତରରେ ତେଲ ଆମଦାନୀ ଜାରି ରଖିବ।" ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ରିହାତି ଭାରତ ପାଇଁ ଏକ ବାଣିଜ୍ୟିକ ଗୁପ୍ତ ଆଧାର । ସାଧାରଣତଃ ଏହା ବ୍ୟବସାୟୀ ମାନଙ୍କ ମଧ୍ୟରେ ଆଲୋଚନା ଉପରେ ଆଧାରିତ ହୋଇଥାଏ ଏବଂ ଏହା ପ୍ରାୟ ୫% ପାଖାପାଖି ରହିଥାଏ ।"

ଗ୍ରୀଭାଙ୍କ ସହିତ ଋଷର ଡେପୁଟି ଚିଫ୍ ଅଫ ମିଶନ ରୋମାନ ବାବୁଶକିନ୍ ମଧ୍ୟ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ପରିସ୍ଥିତି ଚ୍ୟାଲେଞ୍ଜିଂ, କିନ୍ତୁ "ଆମ ସମ୍ପର୍କରେ ବିଶ୍ୱାସ ଅଛି। "ଆମେ ନିଶ୍ଚିତ ଯେ ବାହ୍ୟ ଚାପ ସତ୍ତ୍ୱେ ଭାରତ-ରୁଷ ଶକ୍ତି ସହଯୋଗ ଜାରି ରହିବ।"

ସୂଚନାଥାଉକି, ଆମେରିକା ଭାରତ ଉପରେ ରୁଷରୁ ତେଲ କିଣି ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇବାର ଅଭିଯୋଗ କରିଛି। ଆମେରିକା ରୁଷରୁ ତେଲ କିଣିବାକୁ ବିରୋଧ କରି ଭାରତ ଉପରେ ୫୦ % ଶୁଳ୍କ ଲାଗୁ କରିଛି। 

ସେପଟେ ଡୋନାଲ୍ଡ ଟ୍ରମ୍ପ ରୁଷକୁ ଧମକ ଦେଇ କହିଥିଲେ ଯେ, ଯଦି ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ସେ ମସ୍କୋ ଉପରେ ମଧ୍ୟ କଟକଣା ଲାଗୁ କରିବେ। ସେ କହିଥିଲେ ଯେ ଏହାର ତେଲ କିଣୁଥିବା ଦେଶ ଗୁଡ଼ିକ ଉପରେ ମଧ୍ୟ କଟକଣା ଲାଗୁ କରାଯିବ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ରୁଷୀୟ ତେଲର ଚୀନ୍ ଏବଂ ଭାରତ ସବୁଠାରୁ ବଡ଼ କ୍ରେତା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.