ନୂଆଦିଲ୍ଲୀ,୨୨/୦୫; ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପାଇଁ ଖେଳୁଥିବା ପ୍ରିନ୍ସ ଯାଦବଙ୍କୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ତାଙ୍କର ଦ୍ରୁତ ବୋଲିଂ ଏବଂ ସଠିକ୍ ଲାଇନ୍ ଏବଂ ଲେନ୍ଥରେ ଚୟନକର୍ତ୍ତାମାନଙ୍କୁ ପ୍ରଭାବିତ କରିଥିବାରୁ, ବୋଲରଙ୍କୁ ଭବିଷ୍ୟତର ଷ୍ଟାର ବୋଲି କୁହାଯାଉଛି । ପ୍ରିନ୍ସଙ୍କ ସହିତ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଅର୍ଶଦୀପ ସିଂହଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ସେ ତାଙ୍କୁ "ଭାଇ" ଡାକୁଥିଲେ ତାଙ୍କ ନାମ ଧରି ଡାକିବାକୁ କହୁଥିବା ଦେଖିବାକୁ ମିଳିଛି ।
ଦୀର୍ଘ ସମୟ ଧରି ଭାରତୀୟ ଦଳ ପାଇଁ ଖେଳୁଥିବା ଅର୍ଶଦୀପ ସିଂହ ପ୍ରିନ୍ସଙ୍କୁ ଟିମ୍ ଇଣ୍ଡିଆରେ ପ୍ରଥମ ଥର ପାଇଁ ମନୋନୀତ ହେବା ପାଇଁ ନିଜସ୍ୱ ଶୈଳୀରେ ଅଭିନନ୍ଦନ ଜଣାଇଥିଲେ । ଲକ୍ଷ୍ନୌ ଦଳ ପରବର୍ତ୍ତୀ ଆଇପିଏଲ୍ ମ୍ୟାଚ୍ରେ ପଞ୍ଜାବ ସହିତ ଖେଳିବ । ମ୍ୟାଚ୍ ପୂର୍ବରୁ ପ୍ରିନ୍ସ ଯେତେବେଳେ ଅର୍ଶଦୀପଙ୍କୁ ଭେଟିଥିଲେ, ସେ ତାଙ୍କୁ "ଭାଇ" ବୋଲି ଡାକିଥିଲେ । ପଞ୍ଜାବ ବୋଲର ଜଣକ ପ୍ରତିକ୍ରିୟା ଦେଇ କହିଥିଲେ, "ଏବେ ମୋତେ "ଭାଇ" ନୁହେଁ, ମୋ ନାମ ଧରି ଡାକ। " ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହା ବି ପଢନ୍ତୁ...CSK vs GT: ମୋଷ୍ଟ ୱିନ୍ ମ୍ୟାଚରେ ଚେନ୍ନାଇର ଲଜ୍ଜାଜନକ ପରାଜୟ, ୬ କାରଣ ପାଇଁ ଚାନ୍ସ ମିସ୍ କଲା ସୁପରକିଙ୍ଗସ୍
ଲକ୍ଷ୍ନୌ ବିପକ୍ଷରେ ପଞ୍ଜାବର କର ବା ମର ମ୍ୟାଚ୍- ଚଳିତ ଆଇପିଏଲରେ ପ୍ରଥମ ୭ଟି ମ୍ୟାଚ୍ ମଧ୍ୟରୁ ୬ଅଟି ଜିତିଥିବା ପଞ୍ଜାବ କିଙ୍ଗ୍ସ ନିଜର ଶେଷ ଲଗାତାର ଛଅଟି ମ୍ୟାଚ୍ ହାରିଛି। ପ୍ଲେଅଫ୍ ଦୌଡ଼ରେ ରହିବା ପାଇଁ, ଦଳକୁ ଯେକୌଣସି ମୂଲ୍ୟରେ ଲକ୍ଷ୍ନୌ ବିପକ୍ଷରେ ବିଜୟ ଆବଶ୍ୟକ। ବର୍ତ୍ତମାନ ୧୩ ପଏଣ୍ଟ ଥିବା ଏହି ଦଳ ବିଜୟ ପରେ ୧୫ ପଏଣ୍ଟରେ ପହଞ୍ଚିବ। ଯଦି ରାଜସ୍ଥାନ ମୁମ୍ବାଇ ବିପକ୍ଷରେ ତା'ର ଶେଷ ମ୍ୟାଚ୍ ହାରିଯାଏ ଏବଂ କୋଲକାତା ୧୫ ପଏଣ୍ଟ ପାଇବା ପରେ ନେଟ୍ ରନ୍ ରେଟରେ ହରାଏ, ତେବେ ପଞ୍ଜାବ ଆଗକୁ ବଢ଼ିବ । ପ୍ରିନ୍ସ ଯାଦବ, ଗୁରନୁର ବ୍ରାର ଏବଂ ହର୍ଷ ଦୁବେ ପ୍ରଥମ ଥର ପାଇଁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି । ଯେଉଁଥିରେ ଲକ୍ଷ୍ନୌର ପ୍ରିନ୍ସଙ୍କୁ ସ୍ଥାନ ମିଳିଛି ।