ନୂଆଦିଲ୍ଲୀ,୨୨/୦୫; ଚଳିତ ଆଇପିଏଲ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଅଭିଯାନ ଶେଷ ହୋଇଛି । ସିଜିନର ୬୬ତମ ମ୍ୟାଚରେ, ଗୁଜୁରାଟ ଟାଇଟାନ୍ସ (GT) ଚେନ୍ନାଇକୁ ୮୯ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି । ଏହି ପରାଜୟ ସହିତ, ପାଞ୍ଚ ଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜିନରେ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଥିବା ତୃତୀୟ ଦଳ ହୋଇଛି । ଚେନ୍ନାଇ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଏହି ଦୌଡ଼ରୁ ବାହାର ହୋଇଯାଇଥିଲେ, ଯେତେବେଳେ ବେଙ୍ଗାଲୁରୁ, ଗୁଜୁରାଟ ଏବଂ ହାଇଦ୍ରାବାଦ ପୂର୍ବରୁ ସେମାନଙ୍କର ପ୍ଲେଅଫ୍ ଟିକେଟ୍ ନିଶ୍ଚିତ କରିସାରିଛନ୍ତି ।

ଚେନ୍ନାଇ ବିପକ୍ଷରେ ଅଲରାଉଣ୍ଡ ପ୍ରଦର୍ଶନ କରି ଗୁଜରାଟ ବିଶାଳ ବିଜୟ ସହ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ବଜାୟ କରିଛି । ଆଜି ଅନୁଷ୍ଠିତ ଚଳିତ ଆଇପିଏଲ୍ର ୬୬ତମ ଲିଗ୍ ମୁକାବିଲାରେ ଦଳ ୮୯ ରନ୍ରେ ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୪ ୱିକେଟ୍ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ଜବାବରେ ଚେନ୍ନାଇ ୧୩.୪ ଓଭରରେ ୧୪୦ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୫ ଥରର ଆଇପିଏଲ ଚାମ୍ପିଅନ ଦଳର ଏପରି ପରାଜୟର ୬ କାରଣ ବିଷୟରେ ଜାଣନ୍ତୁ ।

ପ୍ରଥମ ହେଉଛି ଆହତ ସମସ୍ୟା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆହତ ସମସ୍ୟା ଦଳକୁ ଚିନ୍ତାରେ ପକାଇଥିଲା । ପ୍ରଥମେ ଧୋନି ଆହତ ହୋଇ ଗୋଟିଏ ବି ମ୍ୟାଚ ଖେଳିଲେ ନାହିଁ । ପ୍ରଥମ ୩ ମ୍ୟାଚରେ ବ୍ରେଭିସ୍ ଆହତ ପାଇଁ ବାଦ ଥିଲେ । ପରେ ପରେ ଖଲିଲ ଅହମ୍ମଦ, ଆୟୁଷ ମାହାତ୍ରେ ଆହତ ହୋଇ ବାଦ ପଡିଲେ । ଦଳ ଟିକେ କମବ୍ୟାକ କରିଥିଲା । ଏହି ସମୟରେ ଜେମି ଓଭରଟନ ଝଟକା ଲାଗିଲା । ଆହତ ପାଇଁ ସେ ବି ବାଦ ପଡିଲେ । ଆହତ ସମସ୍ୟାରେ ପେସି ହୋଇଗଲା ଚେନ୍ନାଇ ।

ଦ୍ୱିତୀୟ କାରଣ ଅଧିନାୟକ ଋତୁରାଜଙ୍କ ବ୍ୟାଡ ଫର୍ମ । ଦଳର ଏପରି ପରିସ୍ଥିତି ପାଇଁ ଅଧିନାୟକ ଋତୁରାଜଙ୍କ ଫ୍ଲପ୍ ଶୋକୁ ଦାୟୀ କରାଯାଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଆୟୁଷ ମହାତ୍ରେଙ୍କୁ ଓପନିଂ କରାଇ ପାରିଥାନ୍ତେ କିନ୍ତୁ ସେ ନିଜେ କଲେ । କିନ୍ତୁ ତାଙ୍କର ଫର୍ମ ମଧ୍ୟମ ଥିଲା । ସେ ରନ ସ୍କୋର କରିନଥିଲେ । ତୃତୀୟ ଠୋସ୍ ରଣନୀତି ଅଭାବ । ଏହି ସିଜନରେ ଦଳ ଠୋସ୍ ରଣନୀତି ବିନା ପଡ଼ିଆକୁ ଓହ୍ଲାଉଥିଲା । ମ୍ୟାନେଜମେଣ୍ଟ ଏବଂ ଦଳ ୱିକେଟର ପରିସ୍ଥିତିକୁ ଆକଳନ କରିବାରେ ଏବଂ ସେହି ଅନୁସାରେ ମ୍ୟାଚକୁ ଖାପ ଖୁଆଇବାରେ ବିଫଳ ହୋଇଥିଲେ।

​​​​​​​

ଚତୁର୍ଥ ଲଗାତାର ଟପ୍ ଅର୍ଡର ବିଫଳତା । ଟି-୨୦ କ୍ରିକେଟରେ, ପାୱାର-ପ୍ଲେ ଏବଂ ଟପ୍-ଅର୍ଡର ଆରମ୍ଭ ଗୁରୁତ୍ୱପୂର୍ଣ୍ଣ ଥାଏ । କିନ୍ତୁ ଚେନ୍ନାଇର ଟପ୍ ଅର୍ଡର ଟୁର୍ଣ୍ଣାମେଣ୍ଟରେ ରନ ସ୍କୋର କରିବାକୁ ସଂଘର୍ଷ କରିଥିଲା । ଶେଷ ମଷ୍ଟ-ୱିନ୍ ମ୍ୟାଚରେ ଳେ ଦଳକୁ ୨୩୦ ରନ ଆବଶ୍ୟକ ଥିଲା, ସଞ୍ଜୁ ସାମସନ ପ୍ରଥମ ବଲରେ ଆଉଟ ହୋଇଗଲେ । ଟପ୍ ଅର୍ଡରର ଏହି ବିଫଳତା ମଧ୍ୟମ ଅର୍ଡର ଉପରେ ଏତେ ଚାପ ପକାଇଲା ଯେ ଦଳ ସୁଧାର କରିପାରିଲାନି । ପଞ୍ଚମ କାରଣ ମିଡିଲ ଅର୍ଡର ଅଚଳ । ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ସବୁଠାରୁ ଦୁର୍ବଳ ପଏଣ୍ଟ ଥିଲା ଅନଭିଜ୍ଞ ମଧ୍ୟକ୍ରମ । ଦଳର ମଧ୍ୟକ୍ରମରେ ପ୍ରାୟ ୮ ରୁ ୧୦ ଜଣ ଖେଳାଳି ୨୦ ରୁ କମ୍ IPL ମ୍ୟାଚ୍ ଖେଳିବାକୁ ବାକି ଥିଲା । ଏହି ଅଭିଜ୍ଞତାର ଅଭାବ ଯୋଗୁଁ ଯୁବ ମଧ୍ୟକ୍ରମ ଖେଳାଳିମାନେ ଟପ୍ ଅର୍ଡର ବିଫଳ ହେଲେ । ଚାପକୁ ସମ୍ଭାଳି ପାରିଲେ ନାହିଁ । ଦାୟିତ୍ୱହୀନ ସଟ୍ ଖେଳିଲେ, ଯାହା ଫଳରେ ୱିକେଟ ହରାଇବାକୁ ପଡିଲା ।

ଶେଷ କାରଣ ହେଉଛି ପ୍ରଭାବହୀନ ବୋଲିଂ । ଯାହା ଏକ ବଡ଼ କ୍ଷତି । ଚେନ୍ନାଇ ବୋଲର ପାୱାରପ୍ଲେରେ ପ୍ରତିପକ୍ଷ ଦଳକୁ ସୀମିତ କରିପାରି ନଥିଲେ । ଡେଥ୍ ଓଭରରେ ରନ ବେଗକୁ ରୋକିବାରେ ବିଫଳ ହୋଇଥିଲେ । ଏହି ପ୍ରଭାବହୀନ ବୋଲିଂ ପ୍ରଦର୍ଶନ ଦଳକୁ ଏହି ସିଜନରେ କ୍ଷତି ପହଞ୍ଚାଇଛି । ଗୁଜରାଟ ବିପକ୍ଷ ପରାଜୟରେ ଚେନ୍ନାଇର ନେଟ୍ ରନ ରେଟ୍ ଉପରେ ଏକ ଭୟଙ୍କର ପ୍ରଭାବ ପକାଇଛି । ଯାହା ଦଳର ପ୍ଲେ ଅଫ୍ ଯୋଗ୍ୟତାରେ ବାଧା ସୃଷ୍ଟି କରିଛି । ଚେନ୍ନାଇ ୫ ଥରର ଚାମ୍ପିଅନ । ୨୦୨୩ ପରେ ଚାମ୍ପିଅନ ହେବା ପରେ ଦଳ ଫ୍ୟାନ୍ସଙ୍କୁ ନିରାଶ କରିଛି ।

ଏହା ବି ପଢନ୍ତୁ...MS Dhoni and CSK Split: ସିଏସକେ ସହ ଖରାପ ହେଲା ସମ୍ପର୍କ, IPLରେ ନୂଆ ଟିମ୍ ପାଇଁ ଖେଳିବେ ଧୋନି