PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ; କାର୍‌ଗିଲ ଭୁଲ୍‌ର ପୁନରାବୃତ୍ତି କରନି

ଦ୍ରାସ(ଜମ୍ମୁ-କାଶ୍ମୀର),୨୫ ।୭(ଏଜେନ୍ସି): କାର୍‌ଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉତ୍ସବ ଦେଶ ମନାଉଥିବା ବେଳେ ଆଜି ସେନାମୁଖ୍ୟ ଜେନେରାଲ ବିପିନ ରାୱତ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । କହିଛନ୍ତି କାର୍‌ଗିଲ ଭୁଲ୍‌ର ପୁନରାବୃତ୍ତି କେବେ ବି କରନାହିଁ । ଭବିଷ୍ୟତରେ ଯଦି ଏଭଳି କରିବ ତାହାର ପରିଣତି ଅତି ଭୟଙ୍କର ହେବ ।

ଜମ୍ମୁ-କାଶ୍ମୀରର ଦ୍ରାସ ସେକ୍ଟରରେ ଆଜି ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜେନେରାଲ ରାୱତ କହିଛନ୍ତି ୧୯୯୯ରେ ପାକିସ୍ତାନୀ ସେନା ମସ୍ତବଡ ଭୁଲ କରିଥିଲା । ପାକିସ୍ତାନ ସେତେବେଳେ ଭାରତର ରାଜନୈତିକ ଇଚ୍ଛାଶକ୍ତି ଓ ସାମରିକ ତାକତ ବୁଝି ନଥିଲା । ତାର ସେଭଳି ହରକତକୁ ଭାରତ କେବେ ବି ସଫଳ ହେବାକୁ ଦେବନାହିଁ ବୋଲି ସେ ଜାଣିନଥିଲା । ବର୍ତ୍ତମାନ ଭାରତର ଶକ୍ତିକୁ ପାକିସ୍ତାନ ଭଲ ଭାବେ ଜାଣିସାରିଲାଣି । ତେଣୁ ଭବିଷ୍ୟତରେ ଆଉ କାର୍‌ଗିଲ ଘଟଣାର ପୁନରାବୃତ୍ତି କରିବ ନାର୍ହିଁ ।

ଭାରତ ବର୍ତ୍ତମାନ ଅତ୍ୟାଧୁନିକ ସର୍ଭିଲାନ୍ସ ସିଷ୍ଟମର ଅଧିକାରୀ ହୋଇପାରିଛି । ଯେକୌଣସି ସ୍ଥାନରେ ପାକିସ୍ତାନୀ ସେନା ଲୁଚି ରହିଲେ ବି ଭାରତୀୟ ଯବାନମାନେ ସେମାନଙ୍କୁ ଖୋଜି ବାହାର କରିପାରିବେ । କାର୍‌ଗିଲ ଯୁଦ୍ଧ ବେଳେ ପାକିସ୍ତାନୀ ସେନା ପାହାଡର ଶିଖର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଡ୍ଡା ଜମାଇବା ସହ ଭାରତୀୟ ସେନାକୁ ସହଜ ଟାର୍ଗେଟ କରିଥିବା ସମ୍ପର୍କରେ ଜେନେରାଲ ରାୱତ କହିଛନ୍ତି ଯେତେ ଶିଖରରେ ରହିଲେ ମଧ୍ୟ ପାକିସ୍ତାନୀ ସେନାକୁ ଭାରତୀୟ ସୈନିକମାନେ ତଡିବାରେ ସକ୍ଷମ ହେବେ । ଯାହାର ପ୍ରମାଣ କାର୍‌ଗିଲ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା ବୋଲି ଜେନେରାଲ ରାୱତ କହିଛନ୍ତି ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଲୱାମା ଆକ୍ରମଣରେ ତାଙ୍କ ଦେଶର ହାତ ନଥିବା ବିଷୟରେ ଦେଇଥିବା ବୟାନ ଉପରେ ଜେନେରାଲ ରାୱତ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ସତ କ’ଣ ତାହା ଆମେ ଭଲ ଭାବେ ଜାଣିଛୁ । ତେଣୁ ଆମେ ତାହା ଉପରେ କୌଣସି ବୟାନବାଜି କରିବାକୁ ଚାହୁଁନା । ପୁଲୱାମାରେ କ’ଣ ଘଟିଥିଲା ଓ କିଏ ସମ୍ପୃକ୍ତ ଥିଲା ତାହାର ପ୍ରମାଣ ଆମ ପାଖରେ ରହିଛି । ଭାରତରେ ଯୁଦ୍ଧାସ୍ତ୍ର ନିର୍ମାଣ ସମ୍ପର୍କରେ ସେ କହିଲେ ମେକ୍‌-ଇନ୍‌-ଇଣ୍ଡିଆ ଅଧୀନରେ ଗନ୍‌ ଓ ହେଲିକପ୍ଟର ନିର୍ମାଣ ଚାଲିଛି । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ତିଆରି ଖୁବଶୀଘ୍ର ଆରମ୍ଭ ହେବ । ଆମେଥିରେ ରୁଷ ସହାୟତାରେ ଏକେ-୨୦୩ ରାଇଫଲ ନିର୍ମର୍ାଣ କରାଯାଉଛି । ଏ କ୍ଷେତ୍ରରେ ଯଦି କୌଣସି ଦେଶ ଆମ ସହି ବୈଷୟିକ ଜ୍ଞାନକୌଶଳ ସେୟାର କରନ୍ତି ତେବେ ଆମେ ଖୁସି ହେବୁ ।

ଭାରତୀୟ ସେନା ଦ୍ୱାରା ପରୀକ୍ଷିତ ଶସ୍ତ୍ର ବିଶ୍ୱରେ ଲୋକପ୍ରିୟ ହୋଇପାରିବ । ଜେନେରାଲ ରାୱତ ଆହୁରି କହିଛନ୍ତି ଯେ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ସୀମାପାର ଆତଙ୍କବାଦୀ ଅନୁପ୍ରବେଶ ଘଟଣା କମିଛି । ଦୁଇଟି କାରଣରୁ ଏହି ସଂଖ୍ୟା ହ୍ରାସ ପାଇଛି । ପ୍ରଥମଟି ହେଉଛି ସୀମାରେ ଭାରତୀୟ ସେନା ଅଧିକ ସତର୍କ ରହିଛନ୍ତି ଏବଂ ଦ୍ୱିତୀୟ ଘଟଣାଟି ହେଉଛି ଅନୁପ୍ରବେଶ ରୋକିବାକୁ ସୀମାରେ ଅଧିକ ସଂଖ୍ୟକ ଯବାନଙ୍କୁ ନିୟୋଜିତ କରାଯାଇଛି । ତେଣୁ ସୀମାରେ ଯଦି କୌଣସି ପାକିସ୍ତାନୀ ସେନା କିମ୍ବା ଆତଙ୍କବାଦୀମାନେ ହରକତ କରନ୍ତି ତେବେ ସେମାନେ ଆଉ ଜୀବନ ନେଇ ଫେରିବେ ନାହିଁ ବୋଲି ଜେନେରାଲ ରାୱତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର