ନୂଆଦିଲ୍ଲୀ,୩୦/୦୧:  ଦୁନିଆ ଏବେ ବିନାଶର ଆଉ  ଏକ ସେକେଣ୍ଡ ନିକଟତର ହୋଇଛି । ବୈଜ୍ଞାନିକଙ୍କ ଅନୁସାରେ  ୨୦୨୫ ବର୍ଷ ପାଇଁ ଡୁମ୍‌ସ ଡେ’ (ପ୍ରଳୟର ଘଡ଼ି) ଏବେ ୮୯  ସେକେଣ୍ଡକୁ ଆସିଯାଇଛି, ଯାହା କି ପୂର୍ବବର୍ଷ ତୁଳନାରେ ଏକ  ସେକେଣ୍ଡ ବଢ଼ିଯାଇଛି । ଏହି ଘଡ଼ି ଅଦ୍ୟାବଧି ଇତିହାସରେ  ଅଧରାତିର ସବୁଠୁ ନିକଟରେ ପହଞ୍ଚିଛି । 

ଏହା ସଙ୍କେତ ଦେଉଛି  ଯେ, ଆମେ ବୈଶ୍ୱିକ ସଙ୍କଟର ଆହୁରି ପାଖକୁ ଆସିଯାଇଛୁ ।  ମଧ୍ୟରାତ୍ରି ଅର୍ଥାତ ୧୨ଟାକୁ ପ୍ରତୀକାତ୍ମକ ଭାବେ ପ୍ରଳୟର ସମୟ  ମନେ କରାଯାଏ । ପ୍ରତିବର୍ଷ ଜାନୁଆରୀରେ ବୁଲେଟିନ୍‌ ଅଫ୍‌  ଆଟମିକ ସାଇଣ୍ଟିଷ୍ଟ୍‌ସ(ବିଏଏସ୍‌) ଡୁମ୍‌ସ ଡେ’ କ୍ଲକ୍‌ର ନୂଆ ସମୟ ନିର୍ଦ୍ଧାରିତ କରିଥାଏ । ଏହା ଏକ ପ୍ରତୀକାତ୍ମକ ଘଡ଼ି,  ଯାହା କି ମାନବତାକୁ ମାନବ-ନିର୍ମିତ ବିପଦର ନିକଟ କିମ୍ବା ଦୂର  ଦେଖାଇଥାଏ। 

ଗତ ବର୍ଷ ଏହି ଘଡ଼ି ଅଧରାତିରୁ ୯୦ ସେକେଣ୍ଡ ଦୂର ଥିଲା, ଯାହାକୁ ଇତିହାସର ସବୁଠୁ ଖରାପ ସମୟ ବିବେଚନା  କରାଯାଇଥିଲା । ଏବେ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ।  ଏଥର ବିଏଏସ୍‌ ଘଡ଼ିର କଣ୍ଟାକୁ ୮୯ ସେକେଣ୍ଡରେ ସେଟ୍‌  କରିଛି । ଡୁମ୍‌ସେ କ୍ଲକ୍‌ ମାନବ-ନିର୍ମିତ ବିପଦ ଯେପରି ପରମାଣୁ  ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ, ଆଟିଫିସିଆଲ ଇଣ୍ଟେଲିଜେନ୍ସ,  ଜୈବିକ ଅସ୍ତ୍ର ଭଳି ବିପଦକୁ ମାପିବା ଲାଗି ପ୍ରତୀକାତ୍ମକ  ସଙ୍କେତ ।

ଏହାକୁ ପ୍ରଥମେ ୧୯୪୭ରେ ବିଏଏସ୍‌ ଦ୍ୱାରା ନିଜର ମାସିକ ପତ୍ରିକାର କଭର୍‌ ଭାବେ ବନାଯାଇଥିଲା । ସେବେଠାରୁ  ଏହା ମାନବତାର ବିପଦ ପ୍ରତି ଏକ ପ୍ରମୁଖ ମାପକ ହୋଇଛି । ଏହି ସଙ୍ଗଠନ ପ୍ରତିବର୍ଷ ଜାନୁଆରୀରେ ଘଡ଼ିର ସମୟ  ଅପ୍‌ଡେଟ୍‌ କରିଥାଏ । ଯଦି ଘଡ଼ି କଣ୍ଟା ଅଧରାତି ନିକଟକୁ ବଢ଼ିଥାଏ ତେବେ ଏହା ଦୁନିଆର ବିଗିଡ଼ୁଥିବା ସ୍ଥିତିକୁ ଦର୍ଶାଏ । ଘଡ଼ି କଣ୍ଟା ପଛକୁ ଗଲେ ବିପଦ କମ୍‌ ଥାଏ ବୋଲି ଜଣାଯାଏ ।

ରାଷ୍ଟ୍ରପତି ଟ୍ରମ୍ପ୍‌ ଦେଲେ ଦାୟିତ୍ୱ, ସୁନୀତା ୱିଲିୟମ୍ସଙ୍କୁ ମହାକାଶରୁ ଫେରାଇ ଆଣିବେ ମସ୍କ