ନୂଆଦିଲ୍ଲୀ,୧୨/୨ : ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ରିଡର ସରଳା ମାହେଶ୍ବରୀଙ୍କ ନିଧନ। ତାଙ୍କ ପରଲୋକ ଖବର ପାଇବା ପରେ କୁହାଯାଉଛି କି ଟିଭି ସାମ୍ବାଦିକତାର ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଲା । ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ ଟ୍ବିଟ୍ କରି ସରଳାଙ୍କୁ ମନେ ପକାଇଛନ୍ତି । ସେମାନେ ଲେଖିଛନ୍ତି କି, ‘ସରଳାଙ୍କ ବିଶ୍ୱସନୀୟତା ଏବଂ ଶାଳୀନତା ଆଗାମୀ ପୀଢ଼ି ପାଇଁ ସବୁବେଳେ ପ୍ରେରଣାଦାୟୀ ରହିବ । ଇଶ୍ବର ତାଙ୍କ ଆତ୍ମାର ଶାନ୍ତି ଦିଅନ୍ତୁ ।’ ସରଳା ମାହେଶ୍ୱରୀଙ୍କ ପରିବାର ଏକ ପୋଷ୍ଟ ମାଧ୍ୟମରେ ତାଙ୍କ ଅନ୍ତିମ ସଂସ୍କାର ବିଷୟରେ ସୂଚନା ଦେଇଛନ୍ତି । ୧୨ଫେବୃଆରୀ ସନ୍ଧ୍ୟା ୪ଟା ସମୟରେ ନିଗମବୋଧ ଘାଟରେ ସଂସ୍କାର ହେବ ।

ଦୂରଦର୍ଶନର ପ୍ରସିଦ୍ଧ ଆଙ୍କର ଶମ୍ମି ନାରଙ୍ଗ ମଧ୍ୟ ତାଙ୍କ ନିଧନ ଉପରେ ଶୋକ ପ୍ରକାଶ କରିଛନ୍ତି ଏବଂ ଏକ୍ସରେ ଲେଖିଛନ୍ତି, ଦୂରଦର୍ଶନରେ ମୋର ପୂର୍ବତନ ସହ-ସମାଚାର ଆଙ୍କର ସରଳା ମାହେଶ୍ବରୀଙ୍କ ନିଧନର ଦୁଃଖଦ ଖବର ଦେବା ସମୟରେ ମୋତେ ବହୁତ ଦୁଃଖ ଲାଗୁଛି । ସେ ଶାଳୀନତା ଏବଂ ବିନମ୍ରତାର ସାକ୍ଷାତ ମୂର୍ତ୍ତି ଥିଲେ । ସେ ନା କେବଳ ଦେଖିବାକୁ ସୁନ୍ଦର ଥିଲେ, ବରଂ ହୃଦୟରୁ ବି ବହୁ ଉଦ୍ଦାର ସ୍ବଭାବର ଥିଲେ । ଭାଷା ଉପରେ ତାଙ୍କର ଅଦ୍ଭୁତ ଦକ୍ଷତା ଏବଂ ଜ୍ଞାନ ଥିଲା । ଦୂରଦର୍ଶନର ସ୍କ୍ରିନ ଉପରେ ତାଙ୍କ ଉପସ୍ଥାପନା ଏକ ଅନନ୍ୟ ଆକର୍ଷଣ ଥିଲା । ସେ ସମସ୍ତଙ୍କୁ ସମ୍ମାନ କରିଥାନ୍ତି ଏବଂ ଯେଉଁ ମାହୋଲରେ ଥାଆନ୍ତୁ , ତାକୁ ଜୀବନ୍ତ କରି ତୋଳୁଥିଲେ। ମୁଁ ପ୍ରାର୍ଥନା କରୁଛି କି ଇଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ମାହେଶ୍ବରୀ ପରିବାରକୁ ଶକ୍ତି ଦିଅନ୍ତୁ ।

ସରଳା ମାହେଶ୍ୱରୀଙ୍କ ପରଲୋକ ଭାରତୀୟ ଟେଲିଭିଜନ ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ନିଧନ ଉପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ମନେ ପକାଇଛନ୍ତି ଏବଂ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜଣେ ଲେଖିଛନ୍ତି କି, "ସେ ସେହି ସମୟରୁ ଖବର ସହ ଜଡ଼ିତ ଥିଲେ ଯେତେବେଳେ ଖବରର ଅର୍ଥ ସ୍ପଷ୍ଟତା ଥିଲା, ନାଟକ ନୁହେଁ। ଆଜି ଏପରି ଦେଖାଯାଉ ନାହିଁ।" ଆଉ ଜଣେ ଲେଖିଛନ୍ତି, "ସେ ଜଣେ ଚମତ୍କାର ବ୍ୟକ୍ତିତ୍ୱ ଥିଲେ। ଆମେ ତାଙ୍କ କଥା ଶୁଣି ବଡ଼ ହୋଇଛୁ।"