PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ମଠ ଓ ମନ୍ଦିର, ବାହାର ଶ୍ରଦ୍ଧାଳୁଙ୍କ ପାଇଁ ଲାଗୁ ହୋଇଛି ଏହି କଟକଣା

navbharat-times

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଥିବା ସମସ୍ତ ମନ୍ଦିର ମଠ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲା ଯାଇଛି। ଏଥିସହିତ ଭକ୍ତଙ୍କ ପ୍ରବେଶ ପାଇଁ କିଛି ନିୟମ ଲାଗୁ କରିଛି ପ୍ରଶାସନ। ମନ୍ଦିରକୁ ଏକା ସମୟରେ ୫ ଜଣ ଭକ୍ତ ପ୍ରବେଶ କରିବାକୁ ଅନୁମତି ରହିଛି। ସେହିପରି ବାହାର ରାଜ୍ୟର ସାଧୁ ସନ୍ଥ ମାନେ ବିନା ଟିକାରେ ଅଯୋଧ୍ୟା ନଆସିବାକୁ କୁହାଯାଇଛି। ମଙ୍ଗଳବାର ମନ୍ଦିର ଖୋଲିବା ପରେ ହନୁମାନଗଢ଼ିରେ ବଜରଙ୍ଗବାଲୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗିଥିବାର ଦେଖିବାକୁ ମିଳିଥିଲା ।

ସପ୍ତପୁରୀର ମୁଖ୍ୟ କୁହାଯାଉଥିବା ରାମନଗରୀରେ ମଧ୍ୟ ଭକ୍ତଙ୍କ ସମାଗମ ହେବାକୁ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ କାରଣରୁ ରାମନଗରୀରେ ହେଉଥିବା ସମସ୍ତ ଧାର୍ମିକ ପର୍ବ ଦେଢ଼ ବର୍ଷ ଧରି ସ୍ଥଗିତ ରହିଛି। କରୋନା ସଂକ୍ରମଣକୁ ନଜରରେ ରଖି ଭଗବାନ ରାମ ଜନ୍ମେତ୍ସବ ପରେ ଅଯୋଧ୍ୟାର ସମସ୍ତ ମଠ ମନ୍ଦିର ବନ୍ଦ ରହିଥିଲା। ଉତ୍ତର ପ୍ରଦେଶରେ କରେନା ସଂକ୍ରମଣରେ ବ୍ରେକ୍‌ ଓ ସୁସ୍ଥ ହାର ବୃଦ୍ଧି ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମଠ ମନ୍ଦିର ଖୋଲା ଯାଇଛି।

ଏଥିସହିତ ବାହାର ରାଜ୍ୟରୁ ଯଦି ଶ୍ରଦ୍ଧାଳୁ ଅଯୋଧ୍ୟା ଆସନ୍ତି ତେବେ ସାଥିରେ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ତାହା ପୁଣି ୭୨ ଘଣ୍ଟା ଭିତରେ ହୋଇଥିବାର ଅଛି। ଆଉ ସମସ୍ତ ଶ୍ରଦ୍ଧାଳୁ କରୋନା ଗାଇଡଲାଇନ୍‌ ମାନି ମନ୍ଦିର ଆସିବାକୁ ପ୍ରଶାସନ ମଧ୍ୟ ଅନୁରୋଧ କରିଛି। ଅନ୍ୟପଟେ ହନୁମାନଗଢ଼ୀର ମହନ୍ତ ରାଜୁ ଦାସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।