ନୂଆଦିଲ୍ଲୀ, ୧୩।୩: ବିଶ୍ୱ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ପୁଣି ଥରେ ଚମକିଛନ୍ତି ଭାରତୀୟ ଆଥଲେଟ୍‌ । ଦୁଇ ଦୁଇ ଥର ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଅନ୍ତିଲ ନିଜର ପାରଦର୍ଶିତା ଦେଖାଇ ଦେଶ ପାଇଁ ଗୌରବ ଆଣିଛନ୍ତି । ଗୁରୁବାର ଅନୁଷ୍ଠିତ ପୁରୁଷ ଜାଭେଲିନ୍ ଥ୍ରୋ (F43, F44, F64) ବର୍ଗରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଟୋକିଓ ଓ ପ୍ୟାରିସ୍ ପାରାଲିମ୍ପିକ୍ସର ସୁନା ପୁଅ ସୁମିତ ଅନ୍ତିଲ ୬୯.୨୫ ମିଟର ଦୂରତାକୁ ଭାଲା ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ବର୍ଗରେ ଭାରତ କ୍ଲିନ୍ ସୁଇପ୍ କରିଥିବା ବେଳେ ପୁଷ୍ପେନ୍ଦ୍ର ସିଂ ୫୬.୯୧ ମିଟର ସହ ରୌପ୍ୟ ପଦକ, ପୁନମ ରାମ ୪୯.୪୮ ମିଟର ସହ କାଂସ୍ୟ ପଦକ, ୪୦୦ ମିଟର ଦୌଡ଼ରେ ଭାରତର ଏକଛତ୍ର ଅଧିପତ୍ୟ ।

ଏହା ବି ପଢ଼ନ୍ତୁ... ​​​​​​​NCERTର ବଡ଼ ନିଷ୍ପତ୍ତି: ୨୦ ବର୍ଷ ପରେ ବଦଳିଲା ନବମ ଶ୍ରେଣୀ ଇଂରାଜୀ ପାଠ୍ୟପୁସ୍ତକ

କେବଳ ଜାଭେଲିନ୍ ନୁହେଁ, ଟ୍ରାକ୍ ଇଭେଣ୍ଟରେ ମଧ୍ୟ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । T13 ବର୍ଗରେ ସୁବୋଧ ଭଟ୍ଟ (୫୧.୮୮ ସେକେଣ୍ଡ) ସ୍ୱର୍ଣ୍ଣ ଜିତିଥିବା ବେଳେ ପ୍ରିୟାଂଶୁ କୌଶିକ ରୌପ୍ୟ ଓ ଅବନିଲ କୁମାର କାଂସ୍ୟ ପଦକ ହାସଲ କରିଛନ୍ତି । T46-T47 ବର୍ଗରେ ଭାବିକ କୁମାର ଦୀନ ଭରୱାଡ୍ (୪୯.୮୯ ସେକେଣ୍ଡ) ସ୍ୱର୍ଣ୍ଣ ପଦକ ଜିତି ଦେଶର ନାଁ ରଖିଛନ୍ତି । ହୁଇଲ୍ ଚେୟାର (T53-T54) ବର୍ଗରେ ମନୋଜ କୁମାର ସବପତି ୫୪.୩୩ ସେକେଣ୍ଡ ସମୟ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଅନିଲ କୁମାରଙ୍କୁ ରୌପ୍ୟ ଓ ମଣିକଣ୍ଡନ ଜୋଥୀଙ୍କୁ କାଂସ୍ୟ ପଦକ ମିଳିଛି ।

ମହିଳା ବର୍ଗରେ ମଧ୍ୟ ପଦକ ବର୍ଷା:

ମହିଳା ଆଥଲେଟମାନେ ବି ପଛରେ ରହିନାହାନ୍ତି । ୪୦୦ ମିଟର (T11-T12) ଦୌଡ଼ରେ ତେଜଲବେନ ଅମରାଜୀ ଡାମୋର ୫୭.୫୩ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ଇଭେଣ୍ଟରେ ଲଳିତା କିଲାକା ଓ ଶାଳିନୀ ଚୌଧୁରୀ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ଭାରତ ପାଇଁ ପୋଡିୟମ୍ ସୁଇପ୍ କରିଛନ୍ତି । ଅନ୍ୟପଟେ ଡିସକସ୍ ଥ୍ରୋରେ ଲକ୍ଷ୍ମୀ ୭.୭୬ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।