ନୂଆଦିଲ୍ଲୀ : କିର୍ଗିସ୍ତାନର ବିଶ୍କେକରେ ଆୟୋଜିତ ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ରାଜନାଥ ସିଂହ ପାକିସ୍ତାନକୁ ଖୁବ୍ କଡ଼ା ବାର୍ତ୍ତା ଦେଇଛନ୍ତି। ରାଜନାଥ ସିଂହ ଚୀନ ଓ ପାକିସ୍ତାନକୁ ଶୁଣାଇ କହିଛନ୍ତି ଯେ, କୌଣସି ବି ମୂଲ୍ୟରେ ସରକାର ପ୍ରାୟୋଜିତ ‘ସୀମାପାର ଆତଙ୍କବାଦ’ର ଅଣଦେଖା କରିପାରିବେ ନାହିଁ ଏବଂ ଏହି ମାମଲାକୁ ନେଇ ଡବଲ ମାପଦଣ୍ଡ ଆପଣାଇବାର କୌଣସି ସୁଯୋଗ ନାହିଁ। ସେ ପାକିସ୍ତାନକୁ ଟାର୍ଗେଟ୍ କରି ସ୍ପଷ୍ଟ କହିଛନ୍ତି ଯେ, ଅପରେସନ ସିନ୍ଦୂର ବେଳେ ଭାରତ ନିଜର ଦୃଢ ସଙ୍କଳ୍ପ ଦେଖାଇ ଦେଇ ଥିଲା ଏବଂ କହି ଦେଇଥିଲା ଯେ, ଆତଙ୍କବାଦର ଆଡ୍ଡା ଗୁଡ଼ିକୁ ଏବେ କୌଣସି ପ୍ରକାରର ମୁକ୍ତି ମିଳିବ ନାହିଁ।

କହି ରହୁଛି କି , ଏସସିଓରେ ଚୀନ ରୁଷ୍, କାଜାକିସ୍ତାନ , କିର୍ଗିସ୍ତାନ, ପାକିସ୍ତାନ, ତାଜାକିସ୍ତାନ, ଉଜବେକିସ୍ତାନ , ଇରାନ ଓ ବେଲାରୁଷ୍ ମଧ୍ୟ ସାମିଲ ଅଛି। ରାଜନାଥ ସିଂହ ଚୀନର ପ୍ରତିନିଧି ସାମ୍ନାରେ ମଧ୍ୟ ପାକିସ୍ତାନକୁ ଶୁଣାଇବାରେ କୌଣସି ସୁଯୋଗ ଛାଡ଼ି ନାହାନ୍ତି।

ଆହୁରି ମଧ୍ୟ ପଢନ୍ତୁ : ଦିଲ୍ଳୀରେ ବଡ଼ ଧରଣର ହମଲାର ଚାଲିଥିଲା ଯୋଜନା: ୯ ସନ୍ଦିଗ୍ଧ ଗିରଫ, ଆଇଏସ୍ଆଇ ଇଶାରାରେ କରୁଥିଲେ କାମ

ସେ କହିଛନ୍ତି, ଆମେ ସରକାର ଦ୍ୱାରା ପ୍ରାୟୋଜିତ ସେହି ସୀମା ପାର୍ ଆତଙ୍କବାଦକୁ ଅଣଦେଖା କରିବା ଉଚିତ୍ ନୁହେଁ , ଯିଏ କୌଣସି ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରେ। ରାଜନାଥ ସିଂହ କହିଛନ୍ତି ଯେ, ଡବଲ ମାପଦଣ୍ଡର କୌଣସି ସ୍କୋପ୍ ନାହିଁ ଏବଂ ଏସସିଓକୁ ଆତଙ୍କବାଦୀଙ୍କୁ ଉସୁକାଇବା , ତାଙ୍କୁ ସମର୍ଥନ ଦେବା ଓ ସୁରକ୍ଷିତ ଠିକଣା ଉପଲବ୍ଧ କରାଉଥିବା ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିବାରେ କୁଣ୍ଠିତ ହେବା ଉଚିତ୍ ନୁହେଁ।

ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦରୁ ବର୍ତ୍ତିବା ପାଇଁ ବିଶ୍ୱସ୍ତରରେ ସମନ୍ୱିତ ପ୍ରୟାସ ଗୁଡି଼କ ବିଷୟରେ କହିଛନ୍ତି। ସେ କହିଛନ୍ତି , ଆମେ କଠୋରପନ୍ଥୀ , ଚରମପନ୍ଥୀ ଓ ଆତଙ୍କବାଦ ରୂପରେ ଚ୍ୟାଲେଞ୍ଜ ବୃଦ୍ଧିର ମଧ୍ୟ ସାମ୍ନା କରୁଛନ୍ତି। ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପାଇଁ ସବୁଠୁ ଗମ୍ଭୀର ବିପଦ ହୋଇ ଯାଇଛି। ରାଜନାଥ ସିଂହ କହିଛନ୍ତି , ଏହି ପରିଦୃଶ୍ୟରେ ଏସସିଓ ଆମର ମୂଲ୍ୟବୋଧ ଉପରେ ଆଧାରିତ ଏକ ସଙ୍ଗଠନ ଭାବେ ଉଭା ହୋଇଛି। ଏସସିଓ ଆତଙ୍କବାଦ ବିରୋଧରେ ଲଢେଇରେ ଏମିତି କାର୍ଯ୍ୟ ଓ ବିଚାରଧାରାର ନିନ୍ଦା କରିଛି।

ପ୍ରତିରକ୍ଷା ମନ୍ତ୍ରୀ ବର୍ତ୍ତମାନର ଭୂରାଜନୈତିକ ଅସ୍ଥିରତା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆଜି ବିଶ୍ୱ ଏକପାଖିଆ ନୀତି ଏବଂ ସଂଘର୍ଷ ବୃଦ୍ଧି ପାଉଥିବା ବାସ୍ତବତାର ସମ୍ମୁଖୀନ ହେଉଛି। ରାଜନାଥ ସିଂହ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ବାରମ୍ବାର ସଂଘର୍ଷ ଯୋଗୁଁ ଜୀବନ ଏବଂ ସମ୍ପତ୍ତିର ଏକ ଚିନ୍ତାଜନକ କ୍ଷତି ହୋଇଛି। ସେ କହିଥିଲେ, ପ୍ରତିରକ୍ଷା ପାଇଁ ଦାୟୀ ବ୍ୟକ୍ତି ଭାବରେ, ଆମ ପାଇଁ ଆତ୍ମନିରୀକ୍ଷଣ କରିବା ଏବଂ ଏହି ପରିସ୍ଥିତିର ସମାଧାନ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାର ସମୟ ଆସିଛି।