PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ମହଙ୍ଗା ପଡ଼ିଲା ଯୌତୁକ ଲୋଭ: ଚଉଠିରେ ସ୍ୱାମୀକୁ ଉଠାଇନେଲା ପୁଲିସ

ଭୁବନେଶ୍ୱର,୧୧ ।୭(ବ୍ୟୁରୋ): ଧୁମ୍‌ଧାମରେ ବାହାଘର ହେଲା । ଆଜି ଥିଲା ବିବାହର ଚତୁର୍ଥୀ ଉତ୍ସବ । ବର ଘର ଲୋକେ ଭୋଜିଭାତର ଆୟୋଜନ କରିଥିଲେ । ହେଲେ କନ୍ୟା ଘର ଯୌତୁକ ଅଢ଼େଇ ଲକ୍ଷରୁ ଆଉ ଲକ୍ଷେ ଟଙ୍କା ଦେଇ ନଥିବାରୁ ସ୍ୱାମୀ ଚଉଠିରେ ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରିଲେ । ଅଭିଯୋଗ ପାଇ ସହିଦନଗର ଥାନା ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି । ତାଙ୍କ ନାମ ଦେବୀ ପ୍ରସାଦ ନାୟକ(୩୫) । ଘର ଭିଏସ୍‌ଏସ୍‌ନଗର ।
 

ପୁଲିସ ସୂଚନା ଅନୁଯାୟୀ, ଦେବୀ ପ୍ରସାଦଙ୍କ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମର ପ୍ରଦୀପ୍ତ ସେନାପତିଙ୍କ କନ୍ୟା ବନ୍ଦନା ସେନାପତି(୩୨)ଙ୍କ ସହ ଗତ ୭ ତାରିଖରେ ବିବାହ ହୋଇଥିଲା । ବିବାହ ସମୟରେ ବରଘର ଦାବି ମୁତାବକ ବନ୍ଦନାଙ୍କ ପରିବାର ପକ୍ଷରୁ ସୁନାଗହଣା, ଜିନିଷପତ୍ର ଓ ଅଢ଼େଇ ଲକ୍ଷ ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ଦିଆ ଯାଇଥିଲା । ବାକି ଟଙ୍କା ଚତୁର୍ଥୀ ଦିନ ଦିଆଯିବ ବୋଲି କୁହା ଯାଇଥିଲା । ହେଲେ ଚତୁର୍ଥୀରେ ବନ୍ଦନାଙ୍କ ଘର ଲୋକେ ଟଙ୍କା ଦେଇ ନ ପାରିବାରୁ ଦେବୀ ପ୍ରସାଦ ପତ୍ନୀ ବନ୍ଦନାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଟଙ୍କା ନ ଆଣିଲେ ଘରୁ ବାହାରି ଯା’ ବୋଲି କହିଥିଲେ । ତେଣୁ ବନ୍ଦନା ଏନେଇ ଗତକାଲି ସହିଦନଗର ଥାନାରେ ଅଭିଯୋଗ କରିଥିଲେ ।

ଏପଟେ ଆଜି ବରଘର ଲୋକେ ପଲ୍ଲବୀ ମଣ୍ଡପରେ ଭୋଜିଭାତର ଆୟୋଜନ କରିଥିଲେ । ଘରେ କୁଣିଆ ମଇତ୍ର ପହଞ୍ଚି ସାରିଥିଲେ । ଭୋଜିଭାତ ପାଇଁ ରୋଷେଇ ମଧ୍ୟ ଅଧାଅଧି ସରିଥିଲା । କିନ୍ତୁ ଅଭିଯୋଗ ପାଇ ସହିଦନଗର ଥାନା ପୁଲିସ ଏକ ଯୌତୁକ ନିର୍ଯାତନା ମାମଲା ରୁଜୁକରି ମଧ୍ୟାହ୍ନରେ ଦେବୀପ୍ରସାଦଙ୍କୁ ଘରୁ ଉଠାଇ ନେଇଥିଲା । ଅପରାହ୍ଣରେ ଦେବୀପ୍ରସାଦଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେପଟେ ଭୋଜିଭାତ ପାଇଁ ନିମନ୍ତ୍ରଣ ପାଇ ଆସିଥିବା ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ସନ୍ଧ୍ୟାରେ ଫେରି ଯାଇଥିବା ଜଣାପଡ଼ିଛି । ଏହି ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।