ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ; ସମାରୋହରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ

Published By : Anindita Ratha | July 6, 2025 2:57 PM

ଭୁବନେଶ୍ବର,୦୫/୦୭: ସ୍ବର୍ଗତ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ରାଜ୍ୟସ୍ତରୀୟ ଏହି ଜୟନ୍ତୀ ସମାରୋହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ୍ । ଆଜିର ଦିନକୁ ସେ ଏକ ସଂକଳ୍ପ, ଏକ ପ୍ରେରଣା ଏବଂ ଏକ ଜାଗୃତିର ଦିବସ ବୋଲି କହିଛନ୍ତି।  ଜୟଦେବ ଭବନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। 

ମୁଖ୍ୟମନ୍ତ୍ରୀ  ଆହୁରି ମଧ୍ୟ କହିଛନ୍ତି, ଡଃ ମୁଖାର୍ଜୀଙ୍କ ଜୀବନ ଏହି ଦେଶ ପାଇଁ ଏମିତି ଏକ ଉପହାର ଯାହା ପ୍ରତିଟି ଭାରତବାସୀଙ୍କୁ ଆଦର୍ଶ ଓ ପ୍ରେରଣା ଦେଇଥାଏ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେଉଁ କେତେଜଣ ମହାମନୀଷୀ ଭାରତୀୟ ଶିକ୍ଷା,ସଂସ୍କୃତି,ପରମ୍ପରା ଓ ରାଷ୍ଟ୍ରବାଦର ଉତ୍‍ଥାନ କରି ଦେଶ ମାତୃକାର ସେବା ପାଇଁ ଆଗେଇ ଆସିଥିଲେ, ସେମାନଙ୍କ ମଧ୍ୟରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ଅଗ୍ରଗଣ୍ୟ। ସେ କେବଳ ଜଣେ ଶିକ୍ଷାବିତ୍ ନ ଥିଲେ ବରଂ ଏକ ସମର୍ପିତ ରାଷ୍ଟ୍ର ନେତା, ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତକ ଓ ଦେଶପ୍ରେମୀ ଥିଲେ। ଡଃ ମୁଖାର୍ଜୀଙ୍କ ଦ୍ୱାରା ଗଠିତ ଜନସଂଘ ବିଜେପିରେ ପରିଣତ ହେଲା ଏବଂ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ, ବିଜେପିର ପ୍ରତିଷ୍ଠାତା ରୂପେ ନାମିତ ହେଲେ। ତାଙ୍କ ବିଚାରଧାରା ଏବଂ ସାଂସ୍କୃତିକ ରାଷ୍ଟ୍ରବାଦ ହିଁ ହୋଇଥିଲା ଆଜିର ଭାରତୀୟ ଜନତା ପାର୍ଟିର ମୂଳମନ୍ତ୍ର। ତାଙ୍କର ଦୃଢମତ ଥିଲା,କଶ୍ମୀର ଭାରତର ଅଭିନ୍ନ ଅଂଶ ଓ ଏଥିପାଇଁ କୌଣସି ବିଶେଷ ଧାରା ଦରକାର ନାହିଁ। “ ଦୋ ବିଧାନ, ଦୋ ପ୍ରଧାନ, ଦୋ ନିଶାନ, ନେହିଁ ଚଲେଗା” ସ୍ଲୋଗାନ୍‌ ଆଜି ମଧ୍ଯ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୁଞ୍ଜରିତ ହେଉଛି ବୋଲି ସେ କହିଥିଲେ।

ସେ ଆହୁରି କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସମ୍ବିଧାନର ୩୭୦ ଧାରା ଓ ୩୫(କ)ର ଉଚ୍ଛେଦ କରିଛନ୍ତି। ମୋଦୀଜୀଙ୍କ ଏହି ସାହସିକ ପଦକ୍ଷେପ କେବଳ ଯେ ଦେଶପାଇଁ ମଙ୍ଗଳମୟ ତାହା ନୁହେଁ, ଏହା ଶ୍ଯାମାପ୍ରସାଦ ମୁଖାର୍ଜୀଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଡଃ ମୁଖାର୍ଜୀଙ୍କ ସ୍ଵପ୍ନ ଓ ସଂଘର୍ଷକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଜୀ ପୂରଣ କରିଛନ୍ତି। ଡଃ ମୁଖାର୍ଜୀଙ୍କ ପରି ଜଣେ ମହାନ ଜନନାୟକଙ୍କ ପାଇଁ ଏ ଦେଶ ସର୍ବଦା ଗର୍ବିତ। ରାଜ୍ୟରେ ମଧ୍ୟ ପୂର୍ବ ସରକାର ଡଃ ମୁଖାର୍ଜୀଙ୍କର ସ୍ମୃତି ଦିବସକୁ କେବେ ପାଳନ କରୁନଥିଲେ। ଆମ ସରକାର ଏହାକୁ ଜାତୀୟ କର୍ତ୍ତବ୍ୟ ବୋଲି ସ୍ୱୀକାର କରି ପାଳନ କରୁଛି ଏବଂ ଆଗକୁ ମଧ୍ୟ କରିବ ।

ସେ ଆହୁରି କହିଛନ୍ତି, ଆମର ଯୁବ ଶକ୍ତି ହିଁ ଦେଶର ଭବିଷ୍ୟତ । ଆଜି ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ସାରା ଓଡିଶାରେ ଯୁବ ଶକ୍ତି ବିକାଶ କାର୍ଯ୍ୟକ୍ରମ କରୁଛନ୍ତି । ଏଣୁ ନୈତିକତା ବିନା ରାଜନୀତି, ଆଦର୍ଶ ବିନା ଶାସନ, ଓ ଦେଶପ୍ରେମ ବିନା ସ୍ୱାଧୀନତା କେବଳ ଏକ ଭ୍ରମ। ତ୍ୟାଗ ଓ ସେବା ଦ୍ୱାରା ଆମେ ଆମ ଭବିଷ୍ୟ ଗଢିବା। ଆଜି ଆମେ ଯେତେବେଳେ ଏକ ନୂଆ ଓଡ଼ିଶା ଗଢ଼ୁଛୁ,ଏକ ଶକ୍ତିଶାଳୀ ଭାରତର ଦିଗକୁ ବଢ଼ୁଛୁ, ଡଃ ମୁଖାର୍ଜୀଙ୍କ ନିତି ଓ ଦୃଷ୍ଟିକୋଣ ଆମକୁ ସଠିକ ମାର୍ଗ ଦେଉଛି। କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଅନିର୍ବାଣ ଗାଙ୍ଗୁଲି ଡଃ ମୁଖାର୍ଜୀଙ୍କୁ ପରାଧୀନ ଭାରତରେ ମଧ୍ୟ ଭାରତୀୟ ଭାଷାରେ ଶିକ୍ଷାର ଆଦି ପ୍ରବର୍ତ୍ତକ ବୋଲି କହିଥିଲେ। ସେହପରି କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ  ସରୋଜ କୁମାର ପ୍ରଧାନ ଓ ଏକାମ୍ର ଭୁବନେଶ୍ୱର ବିଧାୟକବାବୁ ସିଂ ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିଗଣ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜୀବନୀ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଗ୍ୟାଲେରୀକୁ ଉଦଘାଟନ କରିଥିଲେ। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଡଃ ମୁଖାର୍ଜୀଙ୍କ ଉପରେ ଏକ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ତର୍କ ପ୍ରତିଯୋଗିତାର କୃତି ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ସଚିବ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବାଚସ୍ପତି  ସୁରମା ପାଢ଼ୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ଭୁବନେଶ୍ୱରର ସତସଙ୍ଗ ବିହାର ଠାରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ସ୍ବର୍ଗତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.