PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଭାରତ ନିର୍ମାଣ କଲା ଏହି ମିଶାଇଲ, ପାକିସ୍ତାନୀ ଟ୍ୟାଙ୍କକୁ କରିବ ଧରାଶାୟୀ

ନୂଆଦିଲ୍ଲୀ,୧୪।୩: ପାକିସ୍ତାନ ଟ୍ୟାଙ୍କକୁ ଧରାଶାୟୀ କରିବ ଭାରତର ମ୍ୟାନ୍  ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲ(ଏଟିଜିଏମ୍)। ଯାହାକୁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ(ଡିଆରଡିଓ) ପକ୍ଷରୁ  ରାଜସ୍ତାନର ପୋଖରାଣରେ ସଫଳ ପରୀକ୍ଷଣ କରାଯାଇଛି। ଏହାଦ୍ବାରା ଭାରତୀୟ ସ୍ଥଳ ସେନାର କ୍ଷମତାରେ ଅଦ୍ଭୁତପୂର୍ବ ବୃଦ୍ଧି ହେବ। ସବୁଠାରୁ ବଡ କଥା ହେଉଛି ଯୁଦ୍ଧ ସମୟରେ ଶତ୍ରୁର ଟ୍ୟାଙ୍କକୁ ଅତି ସହଜରେ ଏହା ନଷ୍ଟ କରିବାରେ ସମର୍ଥ ହେବ। ଭାରତୀୟ ସେନା ଏଭଳି ମିସାଇଲ ବହୁ ଆଗରୁ ଦାବି କରିଆସୁଥିଲା। ଡିଆରଡିଓ  ରାଜସ୍ଥାନର ମରୁଭୂମିରେ ଗତକାଲି ରାତିରେ ୨-୩ କିଲୋମିଟର ଷ୍ଟ୍ରାଇକ ରେଞ୍ଜରେ ଏହି ମିଶାଇଲର ପରୀକ୍ଷଣ କରାଯାଇଥିଲା।

ଏହି ପୋର୍ଟେବଲ ଆଣ୍ଟି ଗାଇଡେଡ୍ ମିଶାଇଲ ମିଳିବା ଦ୍ବାରା ଭାରତୀୟ ସେନା ପୂର୍ବ ଅପେକ୍ଷା ଶକ୍ତିଶାଳୀ ହୋଇପାରିବ। ୨୦୨୧ରେ ଏହାର ମାସ୍ ପ୍ରଡକ୍ସନର ସମ୍ଭାବନା ରହିଛି। ୨.୫ କିଲୋମିଟର କ୍ଷମତା ଥିବା ଏହି ମିଶାଇଲର ନିର୍ମାଣ ଭାରତରେ ହେବ। ଏହାର ତୁଳନା ଆମେରିକାର ଏଫଜିଏମ୍-୧୪୮ ସହିତ କରାଯାଉଛି।  

ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲକୁ ଏଟିଜିଏମ୍ ନାମରେ ମଧ୍ୟ ଜଣାଯାଇଥାଏ। ଯାହାକି ଆର୍ମଡ ଟ୍ୟାଙ୍କକୁ ନଷ୍ଟ କରିବାରେ ସକ୍ଷମ ହୋଇଥାଏ। ଏହା ମୁଖ୍ୟତ ୩ ପ୍ରକାରର ହୋଇଥାଏ। ପ୍ରଥମଟି ମ୍ୟାନ୍ ପୋର୍ଟେବଲ ଅର୍ଥାତ ଏହାକୁ କାନ୍ଧରେ ଅତି ସହଜରେ ଯେ କୌଣସି ସ୍ଥାନକୁ ନେଇ ହୋଇଥାଏ। ଦ୍ବିତୀୟଟି ହେଲା ଟ୍ୟାଙ୍କରେ ମାଉଣ୍ଟ ମିଶାଇଲ ଓ ତୃତୀୟଟି ହେଲିକପ୍ଟର କିମ୍ବା ଯୁଦ୍ଧ ଜାହାଜରେ ମାଉଣ୍ଟ ମିଶାଇଲ।

ଏଟିଜିଏମ୍ ମିଶାଇଲ ଅନ୍ୟ ଗାଇଡେଡ୍ ମିଶାଇଲ ପାର୍ଟନରେ କାମ କରିଥାଏ। ଏଥିପାଇଁ ମିଶାଇଲରେ କୌଣସି ନିଶ୍ଚିତ ଟାର୍ଗେଟକୁ ସଠିକ କୋର୍ଡିନେଟ୍ ପୂର୍ବରୁ ଫିଟ୍ କରାଯାଇଥାଏ। ପୁଣିଥରେ ଏହାକୁ ଫାୟାର କରାଯାଇଥାଏ। ଏଥିରେ ଲକ୍ଷ ଭେଦିବାର ଟାର୍ଗେଟ ସଠିକ ଥାଏ। ଭାରତର ନିଜର ମିଶାଇଲକୁ ବିକଶିତ କରିବା ପର୍ଯ୍ୟନ୍ତ ଫ୍ରାନ୍ସରୁ ୫୦୦୦ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଶାଇଲ କିଣିବାକୁ ଯାଉଛି।