ପ୍ରମୂଖ ଖବର
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଅଧା ରହିଗଲା ପାଠପଢା ସ୍ୱପ୍ନ; ପୁଅର ଜୀବନ ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା’ମା

Published By : Bijay Swain | May 27, 2025 6:30 PM

ବେଗୁନିଆପଡା, ୨୭/୫: ବେଗୁନିଆପଡା ବ୍ଲକ ବେରୁଆଁବାଡ଼ି ପଞ୍ଚାୟତ ସାତନଳ ଗ୍ରାମର ଗାଣ୍ଡୁ ଗୌଡ଼ ଓ ଆଶା ଗୌଡ଼ଙ୍କ ମଝିଆ ପୁତ୍ର ସରୋଜ। ପିଲାଙ୍କ ସହ ଆନନ୍ଦରେ ହସି ଖେଳି ପାଠ ପଢିବାକୁ ସ୍କୁଲ ଯାଉଥିଲା ୧୧ ବର୍ଷୀୟ ସରୋଜ । ବାପ ମାଙ୍କ ପ୍ରେରଣା ପାଇ ପାଠ ପଢି ବହୁତ ଆଗକୁ ଯିବାକୁ ଚେଷ୍ଟା କରୁଥିଲା ସେ। କିନ୍ତୁ ସବୁ ଆଶା ଓ ସ୍ବପ୍ନ ଅଧାରେ ଅଟକିଗଲା। ବାପା ମା ଙ୍କର ସବୁ ଆଶା ମଉଳିଗଲା। କୋମାରେ ରହି ଜୀବନ ପାଇଁ ଜୀବନ ସହିତ ସଂଘର୍ଷ କରୁଛନ୍ତି ସରୋଜ।

ସୂଚନା ମୁତାବକ, ଗତବର୍ଷ ସରୋଜ ଗାଁ ସ୍କୁଲରେ ୫ମ ଶ୍ରେଣୀରେ ପାଠ ପଢୁଥିଲା। ୨୦୨୪ ମସିହା ମେ ମାସ ୨୫ ତାରିଖ ଦିନ ତାଙ୍କ ବାଡ଼ିପଟେ ଥିବା ଗୁହାଳକୁ କୌଣସି କାମରେ ଯାଇଥିବା ବେଳେ ହଠାତ ତାଙ୍କୁ ଏକ ସାପ କାମୁଡ଼ିଦେଇଥିଲା। ସରୋଜ ଚିତ୍କାର କରିବାରୁ ବାପା ମା ଦୌଡ଼ି ଆସି ତାଙ୍କୁ ସଂଗେ ସଂଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ପରେ ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ଚିକିତ୍ସା କରିବା ପାଇଁ ସେତେବେଳକୁ ସରୋଜ କୋମାକୁ ଚାଲିଯାଇଥିବା ଡାକ୍ତର କହିଥିଲେ। 

ପାଖରେ ଅର୍ଥ ନଥିବା ଯୋଗୁଁ ଘରୋଇ ଡାକ୍ତରଖାନା ଛାଡି ତାଙ୍କୁ ବାଧ୍ୟ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ଆଣିଥିଲେ। ସେବେଠୁ ଦୀର୍ଘ ଏକ ବର୍ଷ ହେଲା ସରୋଜର ଚିକିତ୍ସା ହେଉଛି ସିନା ଅବସ୍ଥାରେ କୌଣସି ସୁଧାର ଆସୁନାହିଁ। ବାପା ଗାଣ୍ଡୁ କୋଦଳା ସ୍ଥିତ ଏକ ପରିବା ଦୋକାନରେ ଦିନ ପାରିଶ୍ରମିକରେ କାମ କରୁଥିବା ବେଳେ ମା ଘରେ ପରିବାର କଥା ବୁଝନ୍ତି। ପରିବାରରେ ୩ ପୁଅ ମଧ୍ୟରୁ ସରୋଜ ଦ୍ଵିତୀୟ। ସମସ୍ତ ପୁଅ ନାବାଳକ। ବାପାଙ୍କ ଉପରେ ରୋଜଗାର ନିର୍ଭର କରୁଥିବା ବେଳେ ଚିକିତ୍ସା ପାଇଁ ସେ ଏବେ ଅସହାୟ। ନା ଅଛି ଅର୍ଥ ନା ଅଛି ଧର୍ଯ୍ୟ। ପିଲା ପାଖରେ ମା ବସି ତାର ଯତ୍ନ ନେଉଛନ୍ତି। ନାକ ପଟେ ଯାହା ଖାଇବା ପାଇଁ ତରଳ ଖାଦ୍ୟ ଦିଆଯାଉଛି। ସରୋଜ କିଛି ବି ଜାଣିପାରୁନି। ବିଡମ୍ବନା ର ବିଷୟ ପାଖରେ ଯେଉଁ ସ୍ୱାସ୍ଥ୍ୟ କାର୍ଡ ଅଛି ସେଥିରେ ସରୋଜଙ୍କ ନାମ ନାହିଁ ଯାହା ଫଳରେ ତାଙ୍କର ଚିକିତ୍ସାପାଇଁ ଅର୍ଥ ସହାୟତା ସରକାରଙ୍କ ତରଫରୁ ମିଳିପାରୁ ନାହିଁ । ବାପାଙ୍କ ରୋଜଗାରରୁ ଯାହା ମିଳୁଛି ସେଥିରେ ପରିବାର ପ୍ରତିପୋଷଣ ସହ ସରୋଜର ଚିକିତ୍ସା କରାଯାଉଛି। ପୁଅକୁ ପାଠ ପଢାଇ ଆଗକୁ ବହୁତ ସ୍ବପ୍ନ ଦେଖିଥିବା ସରୋଜର ବାପା ଓ ମା ଏବେ ଅସହାୟ। ବାପା ଓ ମା ପିଲା ପାଖରେ ବସି ଗୁମୁରି ଗୁମୁରି କାନ୍ଦିବା ଛଡା ଅନ୍ୟ କିଛି ରାସ୍ତା ପାଉ ନାହାନ୍ତି। ପିଲାକୁ ଅଧିକ ଚିକିତ୍ସା ପାଇଁ ସରକାର ଓ ସ୍ବେଛାସେବୀ ଅନୁଷ୍ଠାନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ବାପା ଓ ମା ଆକୁଳ ନିବେଦନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.