PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ସ୍ବପ୍ନରେ ମୃତ ପରିଜନଙ୍କୁ ଦେଖିବା ଏହି କଥାକୁ ସଙ୍କେତ ଦିଏ

ସାଧାରଣତଃ ଆମ ସମସ୍ତଙ୍କ ସହିତ ଏଭଳି ହୋଇଥାଏ, ଯେତେବେଳେ ଆ​‌ମେ ଶୋଇକି ରହିଥାଉ ସ୍ବପ୍ନରେ ଆମର ମୃତ ପରିଜନଙ୍କୁ ଦେଖିବାକୁ ପାଇଥାଉ। ଏମାନଙ୍କୁ ଦେଖି କରିବା ଏବଂ ତାଙ୍କ ଦ୍ବାରା କୁହାଯାଇଥିବା କଥା କେବେ କେବେ ଆମକୁ ମନେରୁହେ ତ କେବେ ଭୁଲି ଯାଇଥାଉ। କିନ୍ତୁ କିଛି ଭିନ୍ନ ଭାବରେ ଅନୁଭବ ଆମ ଭିତରକୁ ଚାଲିଆସିଥାଏ। ଆମେ ଶବ୍ଦ ତ ଭୁଲିଯାଉ କିନ୍ତୁ ତାଙ୍କର ଚେହେରାର ଭାବ ଆମ ଭିତରେ ରହିଯାଇଥାଏ। ତେବେ ଆସନ୍ତୁ ଜାଣିବା ସ୍ବପ୍ନରେ ଆସିଥିବା ମୃତ ପରିଜନ ଆମକୁ କ’ଣ କହିବାକୁ ଚାହାନ୍ତି।

ମନୋବୈଜ୍ଞାନିକ କାରଣ ଅନୁସାରେ ଯେତେବେଳେ ଆମର କୌଣସି ପରିବାର ସଦସ୍ୟ ଆମକୁ ସବୁବେଳ ପାଇଁ ଦୂର କରି ଚାଲିଯାଇଥାନ୍ତି ଆମେ ଖୁବ୍ ଦୁଃଖୀ ହୋଇଯାଇଥାଉ। ଆମେ ଯଦିଓ ତାଙ୍କୁ ଆମ ଜୀବନରେ ପ୍ରତିକଥାରେ ସାମିଲ କରିନଥାଉ କିନ୍ତୁ ଭାବନାତ୍ମକ ଭାବରେ ତାଙ୍କ ସହିତ ଯୋଡି ହୋଇ ରହିଥାଉ।ଶୋଇବା ଓ ଉଠିବା ସମୟରେ ତାଙ୍କର କଥା ସବୁବଳେ ମନେପଡିଥାଏ। ଏହି କାରଣରୁ ସେମାନେ ସ୍ବପ୍ନରେ ଆସିଥାନ୍ତି।

ଯଦି ମୃତ ପରିଜନ ବାରମ୍ବାର ସ୍ବପ୍ନରେ ଆସିଥାନ୍ତି ତେବେ ଏହାର କାରଣ ଏହା ରହିଥାଏ ଯେ, ସେମାନେ ଆମକୁ କିଛି କହିବାକୁ ଚାହୁଁଛନ୍ତି କିମ୍ବା ତାଙ୍କର କିଛି ଇଛା ରହିଛି। ଯଦି ଆପଣ ତାଙ୍କ ଦ୍ବାରା କୁହାଯାଇଥିବା କଥା ଠିକ୍ ଭାବରେ ଜାଣିପାରନ୍ତି ତେବେ ଭଲ, ନହେଲେ ଆପଣଙ୍କ ମୃତ ପରିଜନଙ୍କ ନାମରେ ସମୟ ସମୟରେ କିଛି ଦାନ ଦିଅନ୍ତୁ। କାରଣ ଏଭଳି କରିବା ଦ୍ବାରା ତାଙ୍କର ଆତ୍ମା ଶାନ୍ତି ମିଳିଥାଏ ଏହା ସହ ତାଙ୍କର ଆର୍ଶିବାଦ ଆପଣଙ୍କୁ ମିଳିଥାଏ।

ମୃତ ପରିଜନମାନେ ସ୍ବପ୍ନରେ ବହୁବାର ଆର୍ଶିବାଦ ଦେବାକୁ ଆସିଥାନ୍ତି। ସେ ସମୟରେ ସେମାନେ ପ୍ରସନ୍ନ ମୁଦ୍ରାରେ ରହିଥାନ୍ତି। ମାନ୍ୟତା ରହିଛି ଯେ, ଏହି ସମୟରେ ସେମାନେ ଆମକୁ ଏହି କଥାର ବାର୍ତ୍ତା ଦେବାକୁ ଚାହାନ୍ତି ଯେ ଆମେ ତାଙ୍କ ପାଇଁ ଚିନ୍ତା କରୁ। ସେମାନେ ଯେଉଁଠି ଅଛନ୍ତି ଖୁସିରେ ଅଛନ୍ତି।

କେବଳ ସେତିକି ନୁହେଁ କୌଣସି ମୃତ ପରିଜନଙ୍କ ସମ୍ପର୍କରେ ଯଦି ଆପଣ ସବୁବେଳେ ଭାବୁଥାନ୍ତି ତେବେ ସେମାନେ ଆମର ସ୍ବପ୍ନରେ ଆସିଥାନ୍ତି। ଜାଗ୍ରତ ଅବସ୍ଥାରେ ଆମେ ଯେଉଁ ବିଷୟରେ ଅଧିକ ଭାବିଥାଉ ତାହା ସ୍ବପ୍ନର ରୂପରେ ଦେଖାଦେଇଥାଏ।  

ସମ୍ବନ୍ଧିତ ଖବର