ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଉତ୍ତରାଖଣ୍ଡର ୩ ମନ୍ଦିରରେ ଯୁବତୀଙ୍କୁ ଛୋଟ ପୋଷାକ ମନା, ମହାନିର୍ବାଣୀ ଆଖଡ଼ା ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ଡେରାଡୁନ,୦୫/୦୬: ଉତ୍ତରାଖଣ୍ଡର ୩ ମନ୍ଦିରରେ ମହିଳା ଓ ଯୁବତୀମାନଙ୍କ ଲାଗି ନୂଆ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଛି । ହରିଦ୍ୱାରର ଦକ୍ଷ ପ୍ରଜାପତି ମନ୍ଦିର, ପୌଡ଼ିର ନୀଳକଣ୍ଠ ମହାଦେବ ମନ୍ଦିର ଏବଂ ଡେରାଡୁନ୍‌ର ଟପକେଶ୍ୱର ମହାଦେବ ମନ୍ଦିରରେ ଯୁବତୀମାନେ ଛୋଟ ପୋଷାକ ପିନ୍ଧି ଦର୍ଶନ କରିପାରିବେ ନାହିଁ । ଏହି ୩ ମନ୍ଦିରର ପରିଚାଳନା କରୁଥିବା ମହାନିର୍ବାଣୀ ଆଖଡ଼ା ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ନିର୍ଦ୍ଦେଶନାମା ମୁତାବକ ମହିଳା ଓ ଯୁବତୀମାନେ ସ୍କର୍ଟ କିମ୍ବା ସର୍ଟସ୍‌ ପିନ୍ଧି ଯାଇଥିଲେ, ସେମାନଙ୍କୁ ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ମିଳିବ ନାହିଁ । ଯେଉଁ ମହିଳାମାନଙ୍କ ଶରୀର ୮୦% ପୋଷାକ ଦ୍ୱାରା ଘୋଡ଼େଇ ହୋଇଥିବ, କେବଳ ସେମାନେ ହିଁ ମନ୍ଦିର ମଧ୍ୟରେ ପଶି ଦର୍ଶନ କରିପାରିବେ । ଆଖଡ଼ାର ସଚିବ ମହନ୍ତ ରବିନ୍ଦର ପୁରୀ କହିଛନ୍ତି, ଶ୍ରଦ୍ଧାଳୁମାନେ ପାରମ୍ପରିକ ପୋଷାକ ପରିଧାନ କରି ମନ୍ଦିର ଆସିବା ଉଚିତ । ଏହାଦ୍ୱାରା ମନ୍ଦିରଗୁଡ଼ିକରେ ପବିତ୍ରତା ବଜାୟ ରହିବ । ଡେରାଡୁନର ଟପକେଶ୍ୱର ମହାଦେବ ମନ୍ଦିରରେ ଏଥିପାଇଁ ଏକ ବୋର୍ଡ ଗଠନ କରାଯାଇଛି । ଉତ୍ତରାଖଣ୍ଡ ପୂର୍ବରୁ ମହାରାଷ୍ଟ୍ରର ନାଗପୁରଠାରେ ୪ ମନ୍ଦିରରେ ମଧ୍ୟ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଥିଲା । ମହାରାଷ୍ଟ୍ର ମନ୍ଦିର ମହାସଂଘ ମାର୍ଚ୍ଚ ୨୬ରେ ଗୋପାଳକୃଷ୍ଣ ମନ୍ଦିର, ସଙ୍କଟମୋଚନ ପଞ୍ଚମୁଖୀ ହନୁମାନ ମନ୍ଦିର, ବୃହସ୍ପତି ମନ୍ଦିର ଏବଂ ହିଲ୍‌ଟପ୍‌ ଦୁର୍ଗାମାତା ମନ୍ଦିରରେ ଆପତ୍ତିଜନକ ପୋଷାକ ପିନ୍ଧିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଘୋଷଣା ହୋଇଥିଲା।

wp:embed {"url":"https://www.prameya.com/son-met-his-father-after-10-years/","type":"wp-embed","providerNameSlug":"prameya"}
https://www.prameya.com/son-met-his-father-after-10-years/
/wp:embed

Copyright © 2022 - Summa Real Media Private Limited. All Rights Reserved.