ମଦ ପିଇ ବାଇକ୍ ଚଳାଇବା ପଡିଲା ମହଙ୍ଗା, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଜୁନାଗଡ଼ ୨୩/୩: କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହରରେ ଦିନକୁ ଦିନ ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏହାକୁ ନେଇ ଜୁନାଗଡ଼ ସହରର ବୁଦ୍ଧିଜୀବୀମାନେ ଜୁନାଗଡ଼ ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହାକୁ ନେଇ ଗତକାଲି ଜୁନାଗଡ଼ ସହର ମଧ୍ୟରେ ଜୁନାଗଡ଼ ପୋଲିସ ଦ୍ୱାରା ମୋଟରସାଇକେଲ ଚେକିଂ କରାଯାଉଥିବା ବେଳେ ଦୁଇ ଜଣ ମଦ୍ୟପ ମୋଟରସାଇକେଲ ଚାଳକ ଜୁନାଗଡ଼ ଥାନା ଅନ୍ତର୍ଗତ କଲେଇଗାଁର କାନ୍ତ ବୋଡେ଼କ (୩୫)ଓ କୋକସରା ଥାନା ଅନ୍ତର୍ଗତ ଖୁଟଲୁଗୁଡା ଗ୍ରାମର ପାରେଶ୍ୱର ଭୈସାଲ(୩୭) ତୀବ୍ର ଗତିରେ ମୋଟରସାଇକେଲ ଚାଳନା କରୁଥିବାରୁ ତାଙ୍କୁ କାବୁ କରାଯାଇ ସେମାନଙ୍କର ମୋଟର ସାଇକେଲ ଗୁଡିକୁ ଜବତ କରାଯାଇଥିଲା l ଏହି ଚେକିଂରେ ଜୁନାଗଡ଼ ପୋଲିସ ସବ ଇନିସ୍ପେକ୍ଟର ବିଜୟ ବସନ୍ତ ବିଶ୍ୱାଳ, ଏ. ଏସ. ଆଇ ମୁରଲୀ ମୋହନ ପୀଡ଼ିକା, ହୋମଗାର୍ଡ ନବୀନ ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଜୁନାଗଡ଼ ପୋଲିସ ଆଜି ଜୁନାଗଡ଼ ପୋଲିସ ଷ୍ଟେସନ କେଶ ନଂ ୧୨୦ ଓ ୧୨୧ ରେ କେଶ ରୁଜୁ କରି ଅଭିଯୁକ୍ତ ୨ ଜଣଙ୍କୁ ଆଇପିସି ଧାରା ୨୭୯ ଓ ମୋଟର ଭାଇକେଲ ଆକ୍ଟ ୧୮୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।