ଭୁବନେଶ୍ବର,୧୭।୧୦ : ପାଇପ ମରାମତି ପାଇଁ ଭୁବନେଶ୍ବର ସହରର ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟାହତ ହେବ। ଶୁକ୍ରବାର ମଧ୍ୟାହ୍ନ ୨ଟାରୁ ଶନିବାର ମଧ୍ୟାହ୍ନ ୨ ଟା ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳଯୋଗାଣ ପାଇପ ମରାମତି ଯୋଗୁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ। ଏଥି ନିମନ୍ତେ ଭୁବନେଶ୍ବର ସହରର କେତେକ ଅଞ୍ଚଳରେ ଜଳଯୋଗାଣ ବନ୍ଦ ରହିବ। ଘାଟିକିଆ, ପୋଖରିପୁଟ, ହାଇଲେଭେଲ ଟ୍ୟାଙ୍କ, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ପାନୀୟ ଜଳଯୋଗାଣ ବନ୍ଦ ରହିବ । ଆବଶ୍ୟକତା ଅନୁଯାୟୀ ଗ୍ରାହକମାନେ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି।
ଘାଟିକିଆ :
କଳିଙ୍ଗନଗର, ପାତ୍ରପଡ଼ା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରିବାରି, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସିଆର୍ପିଫ୍ ଅଞ୍ଚଳ, ଏକାମ୍ର ଭିଲ୍ଲା, ବରମୁଣ୍ଡା ବସ୍ଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍ସନଗର, ଏମ୍ସ ହସ୍ପିଟାଲ୍।
ପୋଖରୀପୁଟ ଅଞ୍ଚଳ :
ଯଦୁପୁର, ଡୁମ୍ଡୁମା ଗାଁ, ଡୁମ୍ଡୁମା ହାଇସିଂ ବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତ ମଧୁ ନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରଗିଲ ବସ୍ତି, କପିଳ ପ୍ରସାଦ ଗାଁ, କପିଳ ପ୍ରସାଦ ବିଡିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧି ବିହାର, ସୌଭାଗ୍ୟ ନଗର, ଶତାଦ୍ଦୀ ନଗର।
ହାଇ ଲେଭେଲ୍ ଟ୍ୟାଙ୍କ :
ଏରୋଡ୍ରମ୍ ଏରିଆ, ଭିମ୍ପୁର, ପଳାସପଲ୍ଲୀ, ଫରେଷ୍ଟପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍-୧ଠାରୁ ୮(ଆଂଶିକ)।
ନୟାପଲ୍ଲୀ ଅଞ୍ଚଳ :
ଆଇଆର୍ସି ଭିଲେଜ, ଏନ୍-୧ରୁ ଏନ୍ ୬ ପର୍ଯ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡସାହି ବସ୍ତି, ନୀଳଗଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର।
ଚନ୍ଦ୍ରଶେଖରପୁର ଅଞ୍ଚଳ :
ନୀଳାଦ୍ରିବିହାର, ସାଲିଆ ସାହି ଓ ମୈତ୍ରି ବିହାର।