PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଦୃଶ୍ୟମ ୨ର ଟିଜର ରିଲିଜ୍, କଣ କନଫେସନ କରିବେ ବିଜୟ ସଲଗାଁଓକର ? ଫ୍ୟାନ୍ସଙ୍କ ମଧ୍ୟରେ ବଢିଲା ସସପେନ୍ସ…

ନୂଆଦିଲ୍ଲୀ, ୨୯/୦୯ : ଅଜୟ ଦେଭଗନଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ଦୃଶ୍ୟମ ୨ର ଟିଜର ରିଲିଜ୍। ଏହି ଟିଜର୍‌ର ଆରମ୍ଭରୁ ଦୃଶ୍ୟମର ପୁରୁଣା କାହାଣୀ ଆରମ୍ଭ ହେଉଛି ହେଲେ ଶେଷରେ ବିଜୟ ସଲଗାଁଓକରଙ୍କ ରେକଡିଂ ବୟାନ ଦେଖିବାକୁ ମିଳିଛି। ଯେଉଁଥିରେ ବିଜୟ ତାଙ୍କ ଅପରାଧର କନଫେସନ କରିଛନ୍ତି। ଏହି ସମୟରେ ଅଜୟଙ୍କ ଚେହେରାରେ ଗମ୍ଭୀରତା ଦେଖିବାକୁ ମିଳିଛି। ଏହାପରେ ସସପେନ୍ସ ଏବଂ ଥ୍ରିଲର ଭରା ମ୍ୟୁଜିକ୍ ଶୁଣିବାକୁ ମିଳୁଛି। ଦୃଶ୍ୟମ୍ ୨ ର ଟିଜର୍ ସସପେନ୍ସ ଭରା ରହିଛି। ଏହା ପୂର୍ବରୁ ରିକ୍ୟାପ୍ ଭାବେ ଦୃଶ୍ୟମର ସିନ୍ ଦେଖିବାକୁ ମିଳୁଛି। ଦୃଶ୍ୟମ ୨ ର ଟିଜର ଆପଣଙ୍କୁ ପୁରୁଣା ଫିଲ୍ମର କାହାଣୀ ମନେ ପକାଇଦେବ।

ପ୍ରକାଶ ଥାଉକି, ୨୦୧୫ରେ ରିଲିଜ୍ ହୋଇଥିବା ଫିଲ୍ମ ଦୃଶ୍ୟମ୍‌କୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ଅଜୟ ଦେଭଗନ, ଶ୍ରିୟା ସରନ, ଇଶିତା ଦତ୍ତ, ଏବଂ ତବ୍ବୁ ଏହି ଫିଲ୍ମରେ ଅଭିନୟ କରିଥିଲେ। ଏବେ ଏହି ଫିଲ୍ମର ପାର୍ଟ ୨ ରିଲିଜ୍ ହେବାକୁ ଯାଉଛି। ଦୃଶ୍ୟମ ଏକ ମାଲାୟଲମ ଫିଲ୍ମର ହିନ୍ଦୀ ରିମେକ୍। ଯାହାକି ୨୦୧୩ରେ ରିଲିଜ୍ ହୋଇଥିଲା।