PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କାଲିଠୁ ଦେଶରେ ଗଡ଼ିବ ଚାଳକ ବିହୀନ ମେଟ୍ରା ଟ୍ରେନ୍, ପିଏମ୍‌ ମୋଦି କରିବେ ଉଦ୍‌ଘାଟନ

aajtak

ନୂଆଦିଲ୍ଲୀ, ୨୭/ ୧୨: ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଦେଶରେ ଗଡ଼ିବ ବିନା ଡ୍ରାଇଭରରେ ପୂର୍ଣ୍ଣ ସ୍ବଂୟଚାଳିତ ଟ୍ରେନ୍‌। ସୋମବାର ଦିନ ଏହାର ଶୁଭାରମ୍ଭ କରିବେ ପିଏମ୍‌ ମୋଦି। ଦେଶରେ ପ୍ରଥମ ଡ୍ରାଇଭରଲେସ୍‌ ଟ୍ରେନର ଯାତ୍ରା ୩୭ କିଲୋମିଟର ହେବ। ଏହି ଟ୍ରେନ୍‌ ଦିଲ୍ଲୀ ମେଟ୍ରୋର ଏକ ଅଂଶ ହେବ।

ଦିଲ୍ଲୀ ମେଟ୍ରା ଦିଲ୍ଲୀ-ଏନ୍‌ସିଆର ମଧ୍ୟରେ ରେଳ ସଂଯୋଗକୁ ଗୁରୁତ୍ବ ଦେଉଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ବାରା ଜାରି ହୋଇଥିବା ବୟାନ ମୁତାବିକ ଡ୍ରାଇଭର ଲେସ୍‌ ଟ୍ରେନ୍‌ ସମୂର୍ଣ୍ଣ ସ୍ବଂୟଚାଳିତ ହେବ ଓ ମନୁଷ୍ୟ ଦ୍ବାରା ହେଉଥିବା ଭୁଲର ଅନ୍ତ ଘଟିବ।

ଦେଶର ପ୍ରଥମ ଡ୍ରାଇଭରଲେସ୍‌ ଟ୍ରେନ୍‌ ଦିଲ୍ଲୀ ମେଟ୍ରୋ ମଜେଣ୍ଟା ଲାଇନ୍‌ ଓ ପିଙ୍କ ଲାଇନ୍‌ରେ ଚଳାଚଳ କରିବ। ପ୍ରଥମ ପର୍ଯ୍ୟାୟରେ ଡ୍ରାଇଭର ଲେସ୍‌ ଟ୍ରେନ୍‌ ୩୭ କିମି ଚଳାଚଳ କରିବ। ମଜେଣ୍ଟା ଲାଇନ୍‌ ଉପରେ ଜନକପୁରୀ ପଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ୍‌ ମଧ୍ୟରେ ଚଳାଚଳ କରିବ।

ଏହାପରେ ୨୦୨୧ ମସିହାରେ ପିଙ୍କ ଲାଇନରେ ୫୭ କିଲୋମିଟର ପର୍ଯ୍ୟନ୍ତ ଏହି ଡ୍ରାଇଭର ଲେସ୍‌ ମେଟ୍ରା ଟ୍ରେନ୍‌ ଚଳାଚଳ କରିବାକୁ ଯୋଜନା କରୁଛନ୍ତି ସରକାର।