ପୁରୀ, ୧୨/୨ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ । ପୁଣିଥରେ ଶ୍ରୀମନ୍ଦିର ଉପରେ ଉଡ଼ିଛି ଡ୍ରୋନ୍ । ଜଣେ ଅଣଓଡ଼ିଆ ଯୁବକ ଶ୍ରୀମନ୍ଦିର ଉପରେ ଉଡ଼ାଇଛନ୍ତି ଡ୍ରୋନ । ସିଂହଦ୍ବାର ଥାନାରେ ଅଟକ ଯୁବକ ଜଣକ ଅଟକ ରହିଛନ୍ତି । ତେବେ ଅଟକ ଯୁବକ ଜଣକ ହେଲେ କର୍ଣ୍ଣାଟକର ଅଭ୍ୟୁଦୟ ସିହ୍ନା । ତାଙ୍କୁ ସିଂହଦ୍ବାର ଥାନାରେ ଅଟକ ରଖାଯାଇଥିବାବେଳେ ଡ୍ରୋନକୁ ଜବତ କରିଛି ପୁଲିସ । ଏହାସହ ତାଙ୍କୁ ପଚରା ଉଚରା ମଧ୍ୟ ଜାରି ରହିଛି । ବାରମ୍ବାର ଏଭଳି ଘଟଣା ନଜର ଆସୁଥିବାବେଳେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏହାସହ ପଢ଼ନ୍ତୁ : ମାଡ୍ରାସ କୋର୍ଟଙ୍କ ଆଦେଶ, ଧୋନୀ ଜମା କରିବେ ୧୦ ଲକ୍ଷ