ଚେନ୍ନାଇ, ୧୨/୨ : ମାଡ୍ରାସ କୋର୍ଟରେ ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଦେବେ ୧୦ ଲକ୍ଷ । ମାଡ୍ରାସ କୋର୍ଟ ପକ୍ଷରୁ ଏଭଳି ନିର୍ଦେ୍ଦଶ ଦିଆଯାଇଛି । ଏକ ମାନହାନୀ ମାମଲାରେ କିଛି ଖାସ୍ କାଗଜ ପତ୍ର ଖର୍ଚ୍ଚ ପାଇଁ ଏହି ଅର୍ଥ ଜମା କରିବେ ମାହି । କୋର୍ଟ ପକ୍ଷରୁ ଏଭଳି କୁହାଯାଇଥିବାବେଳେ ତାଙ୍କ ସମୟ ଦିଆଯାଇଛି ।
୨୦୧୩ ମସିହାରେ ଆଇପିଏଲରେ ମ୍ୟାଚ୍ ଫିକ୍ସିଂ ଏବଂ ଜୁଆ ସହ ଜଡ଼ିତ ଏକ ମାମଲାରେ ଧୋନୀ ତିନି ଜଣଙ୍କ ନାଁରେ ଏହି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏକ ମିଡିଆ କମ୍ପାନୀ, ଜଣେ ଆଇପିଏସ ଅଧିକାରୀ ଏବଂ ଅନ୍ୟ ଜଣଙ୍କ ବିରୋଧରେ ଏହି ମାମଲା କରିଛନ୍ତି । ଧୋନୀଙ୍କୁ ମ୍ୟାଚ ଫିକ୍ସିଂ ମାମଲାରେ ଏମାନେ ଟାଣିଥିଲେ । ଯେଉଁ କାରଣରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଏହି ମାମଲା ବିଚାରାଧିନ ରହିଛି । ତେବେ ଧୋନୀ ଆସନ୍ତା ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଏହି ଟଙ୍କା ପୈଠ କରିବାକୁ ଆଦେଶ ଦିଆଯାଇଛି । ସେ ଏକ ସିଡି ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି । ଯାହା ଉପରେ ମଧ୍ୟ ବିଚାର କରାଯାଉଛି ।
କହି ରଖୁଛୁ କି, ମହେନ୍ଦ୍ର ସିଂହ ଧୋନୀ ହେଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ । ତାଙ୍କ ଅଧିନାୟକତ୍ବରେ ଭାରତ ଦୁଇଟି ବିଶ୍ବକପ ଜିତିଛି । ୨୦୦୭ ଟି-୨୦ ଏବଂ ୨୦୧୧ ମସିହାରେ ଦିନିକିଆ ବିଶ୍ବକପ ଜିତିଛି । କ୍ରିକେଟର ତିନୋଟି ଯାକ ଫର୍ମାଟରୁ ଅବସର ଘୋଷଣା କରିସାରିଥିବା ଧୋନୀ ଏବେ କେବଳ ଆଇପିଏଲରେ ଖେଳ ଜାରି ରଖିଛନ୍ତି । ୪୩ ବର୍ଷୀୟ ଧୋନୀଙ୍କ ଗୋଟିଏ ଝଲକ ପାଇବା ପାଇଁ ଏବେ ମଧ୍ୟ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମୁଛି । ଯେଉଁ ଷ୍ଟାଡିୟମରେ ଖେଳ ହେଲେ ମଧ୍ୟ ତାଙ୍କୁ ସମର୍ଥନ ଜଣାଇବା ପାଇଁ ଫ୍ୟାନ୍ସମାନେ ପହଞ୍ଚିଥାନ୍ତି ।
ଏହାସହ ପଢ଼ନ୍ତୁ : ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନୀ ଖେଳାଳି ଦେଲେ ଏମିତି ଚେତାବନୀ, ଦେଖନ୍ତୁ ଭିଡିଓ...