PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଡ୍ରୋନ ଖସାଇବାକୁ ନେଇ ଦ୍ୱନ୍ଦ୍ୱ !

ୱାଶିଂଟନ,୧୯ ।୭(ଏଜେନ୍ସି): ଉପସାଗର ଅଞ୍ଚଳର ହୋରମୁଜ ପ୍ରଣାଳୀକୁ ବେଆଇନ ଭବେ ପଶିଆସିଥିବା ଇରାନର ଏକ ଡ୍ରୋନକୁ ଆମେରିକା ନୌସେନା ଖସାଇ ଦେବା ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେହି ଅଞ୍ଚଳ ଦେଇ ଯାତାୟତ କରୁଥିବା ଆମେରିକାର ପଣ୍ୟବାହୀ ଜାହାଜ ଓ ସେଥିରେ ଥିବା ନାବିକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ଦେଶର କୌଣସି ଡ୍ରୋନ ଆମେରିକା ଖସାଇ ନାହିଁ ବୋଲି ଇରାନ ଯୁକ୍ତି ଦର୍ଶାଇଛି ।
ହ୍ୱାଇଟ୍‌ ହାଉସ ଠାରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଗୁରୁବାର ଇରାନର ଏକ ଡ୍ରୋନ ତାଙ୍କ ଦେଶର ଏକ ପଣ୍ୟବାହୀ ଜାହାଜର ଅତି ପାଖାପାଖି ହୋଇଥିଲା । ଉକ୍ତ ଡ୍ରୋନଟି ପ୍ରାୟ ୯୦୦ ମିଟର ପାଖାପାଖି ଚାଲିଆସିଥିଲା । ତାକୁ ବାରମ୍ବାର ଦୂରେଇବା ପାଇଁ ସଙ୍କେତ ଦିଆଯିବା ସତ୍ତେ୍ୱ ମଧ୍ୟ ତାହା ସେଠାରୁ ହଟିନଥିଲା । ତେଣୁ ଆମେରିକୀୟ ଯୁଦ୍ଧ ଜାହାଜ ୟୁଏସ୍‌ଏସ୍‌ ବକ୍ସର ତାକୁ ଖସାଇ ଦେଇଛି ।

ଆନ୍ତର୍ଜାତିକ ଜଳରାଶୀ ଦେଇ ଚଳାଚଳ କରୁଥିବା ଜାହାଜ ପ୍ରତି ଇରାନ ସବୁବେଳେ ବିପଦ ସୃଷ୍ଟି କରିଆସୁଛି । ତେଣୁ ଆତ୍ମରକ୍ଷା ପାଇଁ ତାଙ୍କ ଦେଶର ଏଭଳି ଅଧିକାର ରହିଛି । ଯେଉଁଥି ପାଇଁ ଇଲେକ୍ଟ୍ରୋନିକ ଜାମିଂ ଉପକରଣ ସହାୟତାରେ ତାକୁ ତଳକୁ ଖସାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଭଳି ବୟାନକୁ ଖଣ୍ଡନ କରିଛି ଇରାନ । ଇରାନ ବିଦେଶ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫ କହିଛନ୍ତି ଯେ ତାଙ୍କ ଦେଶର କୌଣସି ଡ୍ରୋନକୁ ଆମେରିକା ଖସାଇଥିବାର ଖବର ତାଙ୍କ ପାଖରେ ନାହିଁ । ବୋଧହୁଏ ଆମେରିକା ନିଜର କୌଣସି ଡ୍ରୋନକୁ ଖସାଇ ଏହା ଇରାନର ବୋଲି ଦାବି କରୁଛି ।